ଗ୍ରାହକଙ୍କ ଠାରୁ କ୍ୟାରି ବ୍ୟାଗ୍ ର ପଇସା ରଖି ହରଡଘଣାରେ ସପିଂ ମଲ l

ବଲାଙ୍ଗୀର(ବ୍ୟୁରୋ ରିପୋର୍ଟ) :- ମହଙ୍ଗା ପଡ଼ିଲା କ୍ୟାରି ବ୍ୟାଗ୍ । ମାତ୍ର ୧୬ ଟଙ୍କାର ବ୍ୟାଗ୍ ପାଇଁ ଏବେ ଦେବାକୁ ହେବ ୩୩ ହଜାର ଟଙ୍କା । ଜିଲ୍ଲା ଖାଉଟି ଅଦାଲତ ବିଶାଲ ମେଗା ମାର୍ଟ ଉପରେ ୩୩ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି। ଜଣେ ଗ୍ରାହକଙ୍କ ଠାରୁ ବ୍ୟାଗ ପାଇଁ ୧୬ ଟଙ୍କା ଆଦାୟ ଅଭିଯୋଗରେ ଏକ ସପିଂ ମଲ ଉପରେ ୩୩ ହଜାର ଟଙ୍କା ଜୋରିମାନା କରାଯାଇଛି ।ମିଳିଥିବା ସୂଚନାନୁସାରେ, ମଲ୍‌ରେ କିଛି ଜିନିଷ କିଣିବା ପରେ ଗ୍ରାହକଙ୍କୁ ବ୍ୟାଗ ପାଇଁ ୧୬ ଟଙ୍କା ଚାର୍ଜ କରିଥିଲା ଏହି ସପିଂ ମଲ୍ । ସୂର୍ଯ୍ୟକାନ୍ତ ବାଗ ନାମକ ଜଣେ ଗ୍ରାହକ ଗତ ସେପ୍ଟେମ୍ବର ମାସରେ ବିଶାଲ ମେଗା ମାର୍ଟକୁ ଡ୍ରେସ କିଣିବାକୁ ଯାଇଥିଲେ । ଡ୍ରେସ କିଣିବା ପରେ କ୍ୟାରି ବ୍ୟାଗ ମାଗଣାରେ ନଦେଇ ସେଥିପାଇଁ ଅତିରିକ୍ତ ୧୬ ଟଙ୍କା ନେଇଥିଲା ବିଶାଲ ମେଗା ମାର୍ଟ । ଏନେଇ ସୂର୍ଯ୍ୟକାନ୍ତ ବାଗ ଓରଫ ସୁଶାନ୍ତ, ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅଦାଲତ ବିଶାଲ ମେଗା ମାର୍ଟକୁ ଦୋଷୀ ସାବ୍ୟସ୍ତ କରି ୩୩ ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦେଶ ଦେଇଛନ୍ତି । ସେପଟେ ବଲାଙ୍ଗିର ବିଶାଲ ମେଗା ମାର୍ଟ କର୍ତ୍ତୃପକ୍ଷ କହିଛନ୍ତି, ଖାଉଟି ଅଦାଲତଙ୍କ ଆଦେଶ ଉପରେ ଉପରିସ୍ଥ ଅଧିକାରୀ ପଦକ୍ଷେପ ନେବେ ।ସୂର୍ଯ୍ୟକାନ୍ତଙ୍କ କହିବାନୁଯାୟୀ, ପେମେଣ୍ଟ କାଉଣ୍ଟରରେ କର୍ମଚାରୀମାନେ ବିନା ବ୍ୟାଗରେ ସେମାନଙ୍କୁ ଜିନିଷ ଦେଇଥିଲେ ଏବଂ ବ୍ୟାଗ୍ ନେବାକୁ ଚାହୁଁଥିଲେ ୧୬ ଟଙ୍କା ଦେବାକୁ ପଡିବ ବ‌ୋଲି ତାଙ୍କୁ କୁହାଯାଇଥିଲା । ଯାହାକୁ ନେଇ ସେ ସପିଂ ମଲ ବିରୋଧରେ ଖାଉଟି ଫୋରମରେ ଏକ ପିଟିସନ ଦାଖଲ କରିଥିଲେ । ତେବେ ଫ‌ୋରମର ଏହି ନିଷ୍ପତ୍ତିରେ ସେ ଖୁସି ପ୍ରକ‌ାଶ କରିଛନ୍ତି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !