ଯାଜପୁର ରେ ଅଭାବନୀୟ ଘଟଣା, ଭାଇ ଭଉଣୀ ସମ୍ପର୍କରେ ଦାଗ!

ଯାଜପୁର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଯାଜପୁର ବ୍ଲକ ଅନ୍ତର୍ଗତ ଖଡିପଦା ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା l ଉକ୍ତ ଗ୍ରାମର ଚନ୍ଦ୍ରମଣି ପଣ୍ଡାଙ୍କ ଝିଅ ଯାହାର ବୟସ ମାତ୍ର ୧୩ ବର୍ଷ l ଲଜ୍ଜା ଜନକ କଥା ଯାହାକି ସମାଜକୁ ଖରାପ ସନ୍ଦେଶ ଦେଇଛି l ୧୩ ବର୍ଷ ର ନାବାଳିକା ହୋଇଥିବା ସତ୍ତ୍ଵେ ସେ ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଦେଇଛନ୍ତି ଏକ ଶିଶୁ କନ୍ୟା lଯାହାକି ଏହି ଘଟଣା ଆଖ ପାଖ ଅଞ୍ଚଳରେ ଏକ ରୋଚକ କାହାଣୀ ସୃଷ୍ଟି କରିଛି l ପୀଡ଼ିତାଙ୍କ ପରିବାରକୁ ପଚରା ଉଚରା କରିବାରୁ, ପୀଡ଼ିତାଙ୍କ ପିତା କହିଲେ ଦୋଷୀ କୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ l ତାଙ୍କର ବିଶ୍ବାସ ରହିଛି ଆଇନ ଉପରେ । ଯାହା ନାମରେ ଏତଲା କରିଥିଲେ ସେ ଗିରଫ ହୋଇଛି । ଅଭିଯୁକ୍ତ ପୀଡ଼ିତାଙ୍କ ପିଶା ଭୀମସେନ ପଣ୍ଡା ଙ୍କ ପୁତ୍ର ବୋଲି ଜଣାପଡିଛି । ଏହିଭଳି ଘଟଣା ସମାଜକୁ ବହୁତ କଳୁଷିତ କରୁଛି, ଯାହାକି ଭାଇ ଭଉଣୀ ଭଳି ପବିତ୍ର ସମ୍ପର୍କକୁ ବହୁତ ନିନ୍ଦନୀୟ କରିଛି । ଆମେ ଆପଣମାନଙ୍କୁ ସଚେତନ କରିବାକୁ ଏହି ଖବର ପ୍ରଚାରିତ କରୁଛୁ I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !