କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ବଢୁଛି ବେଆଇନ୍ ନିଶା ଦ୍ରବ୍ୟ କାରବାର।

(ବିପଦ ପଥରେ ଯୁବ ପିଢ଼ି, ପ୍ରଶାସନ ର ଦୃଷ୍ଟି ପଡୁ)
 
ଯାଜପୁର (କଳିଙ୍ଗନଗର ) :- କଳିଙ୍ଗନଗର ଶିଳ୍ପାଞ୍ଚଳ ଯାଜପୁର ଜିଲ୍ଲା ର ଏକ ପ୍ରମୁଖ ବ୍ୟବସାୟିକ ସ୍ଥଳି ହୋଇଥିଲା ବେଳେ ଏହି ଅଞ୍ଚଳକୁ ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟରୁ ଶହ ଶହ ସଂଖ୍ଯାରେ ଗାଡ଼ିମାନେ ଆସୁଛନ୍ତି l ପ୍ରତ୍ୟେକ ଦିନ ବହୁସଂଖ୍ୟକ ଲୋକଙ୍କ ଯାତାୟତ ହୋଇଥାଏ l ଏହି ଦୃଷ୍ଟିକୋଣରୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଉଠା ଦୋକାନ ବଜାର ଖୋଲା ରହିଛି l ଏହି ଦୋକାନ ଗୁଡିକୁ ସାଧାରଣତଃ ବାହାର ଜିଲ୍ଲା ର ଲୋକମାନେ ପରିଚାଳନା କରୁଛନ୍ତି l ରାସ୍ତା କଡ, ଫୁଟପାଥ ରେ ଦୋକାନ ଗୁଡିକରେ ଚା ' ପାନ ଗୁଟଖା, ବିସ୍କୁଟ ଠାରୁ ଆରମ୍ଭ କରି ଜଳଖିଆ ବିକ୍ରି ହେଉଥିବା ଦେଖିବାକୁ ମିଳିଛି l କିନ୍ତୁ ଟଙ୍କା ଲୋଭରେ ବଶବର୍ତ୍ତୀ ହୋଇ କିଛି ଅସାଧୁ ବ୍ୟବସାୟୀ ଚୋରା ନିଶାଦ୍ରବ୍ୟ କାରବାର ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି ! ବାହାର ଲୋକଙ୍କ ଅଭାବ ପୂରଣ କରିବା ପାଇଁ ନିକଟସ୍ଥ ଗାଁ ଗଣ୍ଡା ଓ ଛକ ମାନଙ୍କରେ ମଧ୍ଯ ଚୋରା ମଦ, ଗଞ୍ଜେଇ ବହୁଳ ଭାବରେ ବିକ୍ରି ଚାଲୁଥିବା ନଜିର ରହିଛି l ହାତପାହାନ୍ତାରେ ନିଶାଦ୍ରବ୍ୟ ମିଳିଥିବାରୁ ଯୁବପିଢ଼ି ଙ୍କୁ ସେବନ କରିବାକୁ ସୁବିଧା ଉପଲବ୍ଧ ହୋଇପାରୁଛି l ଏହାଦ୍ବାରା ସ୍କୁଲ କଲେଜ ଛାତ୍ର ଙ୍କ ଭବିଷ୍ୟତ ଅନ୍ଧାର ଭିତରେ ଗତିକରୁଛି l ଏହାଦ୍ୱାରା ଅ଼ଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବାଢ଼ିବାର ଲାଗିଛି l ପ୍ରଶାସନ ପକ୍ଷରୁ ବ୍ଯାପକ ଖାନତଳାସ ବ୍ୟବସ୍ଥା ଗ୍ରହଣ କରା ନ ଯିବାରୁ ଏହା ଦିନକୁ ଦିନ ବଢିବାରେ ଲାଗିଛି l ଜଖପୁରା ଥାନା ଅଞ୍ଚଳରେ ନିଶା କାରବାର ବୃଦ୍ଧି ପାଇବା ରେ ଲାଗିଛି।ଜଖପୁରା, ରାବଣା ବଜାର, ମାନତିରା ଓ ତେଲିବାହାଳି ବଜାର, ପଙ୍କପାଳ ଅଞ୍ଚଳରେ ନିଧଡକ ନିଶା କାରବାର ଚାଲିଛି I ସେହିପରି ଦାନଗଦୀ ଫାଣ୍ଡି ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚୋରା ମଦ, ଗଞ୍ଜେଇ କାରବାର ଚାଲୁଥିବା ବେଳେ ଏହାର ଅଙ୍କୁଶ ଲଗାଇବାକୁ କେହିନାହଁ।ନିଶା କାରବାର ରୋକିବାରେ ଅବକାରୀ ବିଭାଗ ଓ ପୋଲିସ ଙ୍କ କାର୍ଯ୍ୟାନୁଷ୍ଠାନ ଶୂନ।୧୨/୧୩ବର୍ଷ ର ପିଲା ମନେ ଗଞ୍ଜେଇ ସହିତ ଅନ୍ୟ ନିଶାଦ୍ରବ୍ୟ ନେଉଥିବାର ସାଧାରଣ ରେ ଆଲୋଚନା ହେଉଛି। ଶିଳ୍ପାଞ୍ଚଳ ପାଖରେ ଥିବା ଗ୍ରାମାଞ୍ଚଳ ମାନଙ୍କ ରେ ମଧ୍ୟ୍ୟ ଚୋରା ମଦ, ଗଞ୍ଜେଇ ର ବେପାର ବହୁଳ ମାତ୍ରା ରେ ହେଉଛି । ଯୁବ ଗୋଷ୍ଠୀ ମାନେ ଏହାର କୁ ପ୍ରଭାବ ରେ ପଥ ଭ୍ରଷ୍ଟ ହେଉଛନ୍ତି । ଚୋରୀ, ଡକାୟତି ବଢୁଛି। ଅବକାରୀ ବିଭାଗ ଓ ପୋଲିସ୍ ପ୍ରଶାସନ ଏହା ଉପରେ ନଜର ରଖି ଏହାକୁ ନିୟଂତ୍ରଣ ନ କଲେ ଆଗକୁ ଶିଳ୍ପାଞ୍ଚଳ ରେ ମଦୁଆ ଓ ଚୋର ଙ୍କ ରାଜୁତି ବଢ଼ିଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।କଳିଙ୍ଗନଗର ର ବିଭିନ୍ନ ଅଞ୍ଚଳ ରେ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ କଳିଙ୍ଗନଗର ର ବୁଦ୍ଧିଜିବୀ ମନେ ଦାବି କରିଛନ୍ତି 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !