କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଅନ୍ଧାରି ମୂଳକ ଗାଁ ରଣା ଗୁଣ୍ଡି ର ହରିଜନ ସାହି l

ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ, ଦାନଗଦି ବ୍ଲକ୍ ର ରଣା ଗୁଣ୍ଡି ଗ୍ରାମପଞ୍ଚାୟତର ୭ ନମ୍ବର ୱାର୍ଡର ତଳ ହରିଜନ ସାହି l ଏହିଠାରେ ବାସକରନ୍ତି ୨୮ ଟି ପରିବାର, ଭୋଟର ସଂଖ୍ୟା ୨୦୦ ରୁ ଉର୍ଦ୍ଧ l ଏହା ଏକ ଏହିପରି ସାହି ଯେଉଁ ସାହି କୁ ଗମନାଗମନ ପାଇଁ କୌଣସି ସୁବିଧା ନାହିଁ l ଖରାଦିନରେ ଲୋକମାନେ ଟିକେ ଯା' ଆସ କରିପାରିବେ କିନ୍ତୁ ବର୍ଷା ଦିନ ଆସିଲେ ନା ଯାଇପାରେ ଟ୍ରାକ୍ଟର ନା ଦୁଇଚକିଆ ଯାନ, ଏମିତିକି ସାଇକେଲ ଯିବା ଅସମ୍ଭବ I ରୋଗୀମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏକ ମାତ୍ର ସାହାରା ଦୋଳl ବା ଖଟିଆ l ଗାଁ ରୁ ଆନୁମାନିକ ଦେଢ଼ କିଲୋମିଟର ଆସିଲେ ରୋଗୀ ବୁହାହୋଇ ଆସିଲେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇଥାଏ l କାହିଁ କେତେ କାଳରୁ ସେ ଅସୁବିଧା ହୋଇଆସୁଛି କିନ୍ତୁ ପ୍ରଶାସନିକ ଅଧିକାରୀ କିମ୍ବା ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ପଡ଼ି ପାରୁନାହିଁ l ଏହି ଅପାନ୍ତ ବସ୍ତି ର ଲୋକମାନେ ନିଜର ମୌଳିକ ଅଧିକାର ପାଇଁ କେତେଥର ସରପଞ୍ଚ ଏବଂ ନେତାଙ୍କୁ ଜଣାଇଛନ୍ତି କିନ୍ତୁ ଫଳ ଶୂନ l ଏହି ହରିଜନ ବସ୍ତି ରେ ଏମିତି କି ପାଣି ସମସ୍ୟା, ଅଙ୍ଗନୱାଡ଼ି, ସ୍କୁଲ ନାହିଁ l ଛୋଟ ଛୋଟ ପିଲା ସେଠାରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ ଉପର ସାହି କୁ ଚାଲି ଚାଲି ଅଙ୍ଗନୱାଡ଼ି କୁ ଯାଇଥାନ୍ତି l ସ୍କୁଲ ପିଲାମାନଙ୍କୁ ପାଦଚଲା ରାସ୍ତାରେ ଯିବାକୁ ପଡିବ ବିଦ୍ୟାଳୟ କୁ ବର୍ଷା ହେଲେ ପାଠ ପଢ଼ା ବନ୍ଦ l ପାଣି ପାଇଁ ଗୋଟିଏ ସରକାରୀ ନଳକୂପ ଅଛି କିନ୍ତୁ ତାର କାର୍ଯ୍ୟ ଅଧା l ଆଜକୁ ୫ ବର୍ଷ ତଳେ ସାହି କୁ ବି ପି ଏଲ ବିଜୁଳି ଯୋଗାଇ ଦିଆଯାଇଛି କିନ୍ତୁ ୬ ମାସ ହେବ ଟ୍ରାନ୍ସଫର୍ମର୍ ପୋଡ଼ି ଯାଇଥିବାରୁ ଅନ୍ଧକାର ମଧ୍ୟରେ ଜୀବନ ବିତୁଛି I ଏହି ହରିଜନ ବସ୍ତି ରେ ବାସ କରୁଥିବା ସମସ୍ତ ଲୋକ ଦିନମଜୁରିଆ l ଏଠି ପ୍ରଶ୍ନ ଉଠେ ସରକାରୀ ଯୋଜନା କାହାପାଇଁ? କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଯଦି ଗାଁ କୁ ରାସ୍ତା ନାହିଁ ଲୋକମାନେ ନିଜର ମୌଳିକ ଅଧିକାର ରୁ ବଞ୍ଚିତ ହେବେ ତେବେ ଏଥିପାଇଁ କାହାକୁ କହିବାକୁ ପଡ଼ିବ? ଲୋକମାନଙ୍କ ଅଭିଯୋଗ ଭୋଟ ଗ୍ରହଣ ପୂର୍ବରୁ ନେତାମାନେ ଆସି ବିବିନ୍ନ ପ୍ରତିଶୃତି ଦେଇଛନ୍ତି, ନିର୍ବାଚିତ ପରେ ଆମ କଥା ଭୁଲି ଯାଆନ୍ତି l ତେଣୁ ରଣା ଗୁଣ୍ଡି ଗ୍ରାମପଞ୍ଚାୟତର ୭ ନମ୍ବର ୱାର୍ଡର ବାସିନ୍ଦା ମାନଙ୍କୁ ସେମାନଙ୍କ ମୌଳିକ ଅଧିକାର ତୁରନ୍ତ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି l Rita vision News

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !