ମାନସିକ ବିକାର ଗ୍ରସ୍ତ ବୃଦ୍ଧ ଙ୍କୁ ଟିକିଏ ହସି ପରିବାର ଉଧାର କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିି ବୃଦ୍ଧା ଆଶ୍ରମ କୁ ପଠାଇଲେ।

ଯାଜପୁର :- "ଟିକିଏ ହସ " ସ୍ଵେଚ୍ଛାସେବୀ ସଂଗଠନ ର ସାମାଜ ପାଇଁ ସୁ - ପ୍ରେରଣା l ଦାନଗଦି ଠାରେ ଜଣେ ଅସହାୟ ନିରାଶ୍ରୟ ମାନସିକ ଗ୍ରସ୍ତ ବୃଦ୍ଧ ଖଣ୍ଡିଆ ଖାବରା ହୋଇ ବୁଲୁ ଥିବା ଦେଖିବାକୁ ପାଇଥିଲେ ସଂଗଠନ ର ସଭାପତି l ସୂଚନା ମୁତାବକ ଏହି ମାନସିକ ଗ୍ରସ୍ତ ବୃଦ୍ଧ ଜଣଙ୍କର ଘର କେଉଁଠି ବୋଲି ପରିଚୟ ମିଳିନାହିଁ। ସେହି ଅସହାୟ ନିରାଶ୍ରୟ ମାନସିକ ବୃଦ୍ଧ ଭୋକ ଉପାସରେ ଦାନଗଦି ର ରାସ୍ତା ଘଟ ବୁଲୁ ଥିବା ବେଳେ "ଟିକିଏ ହସ" ସଭାପତି ଅରବିନ୍ଦ ମହାରଣା ଦେଖି ବାକୁ ପାଇଥିଲେ। ମାନସିକ ଗ୍ରସ୍ତ ବୃଦ୍ଧ ଙ୍କୁ ଦାନଗଦି ଗାଁ ଭିତରୁ ଉଧ୍ୟାର କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଗତ କାଲି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଆଜି ସେହି ବୃଦ୍ଧଙ୍କୁ ଟିକିଏ ହସ ପରିବାର ପକ୍ଷରୁ ଖାଇବାକୁ ଦେଇ ତାଙ୍କର ଲମ୍ବା ଚୁଟି ଲମ୍ବା ଦାଢି କାଟି ବୃଦ୍ଧ ଙ୍କୁ ଗାଧୋଇ ଦେଇ ନୁଆ ବସ୍ତ୍ର ଦେଇଥିଲେ । ତାପରେ ବୃଦ୍ଧ ଙ୍କୁ ଚିକିତ୍ସା କରି ଯାଜପୁର ଜିଲ୍ଲା ଚିକିତ୍ସାଳୟ କୁ ପଠାଇ ଥିଲେ। କେମିତି ଚିକିତ୍ସା ହୋଇ ସମ୍ପୁର୍ଣ୍ଣ ଭଲ ହୋଇ ନିଜ ଘରକଥା ମନେପଡିବ ସେ ଘରକୁ ଫେରି ପାରିବେ ସେଥିପାଇଁ ଜିଲ୍ଲା ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ। ଯାହା ସରକାରୀ ବାବୁ ବାବୁଆଣି ମାନେ କରିବା କଥା ତାହା ଆଜି "ଟିକିଏ ହସ" ପରିବାର କରି ଦେଖାଇଲେ l "ଟିକିଏ ହସ" ପରିବାରର ଏଭଳି କାର୍ଯ୍ୟକୁ ସାଧାରଣରେ ଅଭିନନ୍ଦନ ର ସୁଅ ଛୁଟିଛି l ଟିକିଏ ହସ ପରିବାରର ସଭାପତି ଙ୍କ କହିବା କଥା ଯେ ଅନାଥ ଶିଶୁ ଗରିବ ଲୋକ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ମାନସିକ ବିକାରଗ୍ରସ୍ତ ମାନଙ୍କୁ ଚିକିତ୍ସା କରାଇବା ଖାଇବା ନୁଆ ବସ୍ତ୍ର ସବୁ ସାହଯ୍ୟ କରି ସାହାୟତା ର ହାତ ବଢାଇ ସଠିକ୍ ଭାବେ ଥଇଥାନ କରାଇବା ଆମର କର୍ତ୍ତବ୍ୟ ।ଲୋକମାନଙ୍କ ଆଶ୍ରୀବାଦ ରୁ "ଟିକିଏ ହସ" ପରିବାର ତରଫରୁ ଯାହା ଅଳ୍ପ ବହୁତ ମିଲୁଛି ସାହଯ୍ୟ କରୁଛନ୍ତି ବୋଲି "ଟିକିଏ ହସ" ର ସଭାପତି ଅରବିନ୍ଦ ମହାରଣା କହିଥିଲେ।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !