ବିଆଇପିଏଫ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ l

ଯାଜପୁର (ସୁକିନ୍ଦା): - ଅlନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଇମ୍ଫାର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ (ବିଆଇପିଏଫ) ପକ୍ଷରୁ ସୁକିନ୍ଦା କ୍ରୋମ ଉପତ୍ୟକାର କାଳିଆପାଣିସ୍ଥିତ ଗୋପବନ୍ଧୁ କ୍ଲବଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l କାଳିଆପାଣି ସରପଞ୍ଚ କଳ୍ପନା ଜେନା ଏହାକୁ ଉଦଘାଟନ କରଥିଲେ l ସମିତି ସଭ୍ୟା ସଂଗୀତା ପ୍ରଧାନ, ଇମ୍ଫାର କାଳିଆପାଣି କ୍ରୋମାଇଟ ଖଣି ପରିଚାଳକ ମନୋଜ କୁମାର ସାମଲ, ସିଆରପି ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥଲେ l ଉପସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ମଧ୍ୟରେ ମହାମାରୀ କରୋନା ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଫାଉଣ୍ଡେସନ ପ୍ରଚେଷ୍ଟାରେ ଫିନାଇଲ ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୁରୁଜଙ୍ଗ ମା ବୃନ୍ଦାବତୀ ସ୍ୱୟଂ ସହାୟକ ଗୋଷ୍ଠୀ, ଉନ୍ନତ ମାନର ଛତୁ ଉତ୍ପାଦନ ନିମନ୍ତେ ଭାରତୀ ମହାନ୍ତ ଓ ପରିବା ଚାଷ ନିମନ୍ତେ ନିର୍ମଳା ମହାନ୍ତ ପୁରଷ୍କୃତ ହୋଇଥିଲେ l ଫାଉଣ୍ଡେସନର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ପୂର୍ଣଚନ୍ଦ୍ର ମହାନ୍ତ, ହେମଲତା ମହାନ୍ତ, ଶମ୍ଭୁନାଥ ନାୟକ ଓ ଇମ୍ଫାର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର ଏଥିରେ ସହଯୋଗ କରିଥିଲେ l (କାଳିଆପାଣି, ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)l
International Women's Day is celebrated by the BIPF.
Jajpur (Sukinda): - On the occasion of International Women's Day, Banshidhar and the Elapanda Foundation (BIPF), the social responsibility organization of Imphar, held a gathering of women self-help groups at the Gopbandhu Club in Kaliapani, Sukinda Chrome Valley. Manoj Kumar Samal, Manager, Kaliapani Chromite Mining, Imphar, CRP Priyanka Priyadarshini Mahanta, who was the chief guest, highlighted the significance of the day. Gurujang Maa Vrindavati Self-Help Group, which played a key role in the preparation, was awarded the Bharati Mahant for the production of high-quality mushrooms and Nirmala Mahant for the cultivation of the family. Mahanta, Shambhunath Nayak and IMPH senior public relations officer Milon Ranjan Kar contributed to it (Reporting by Jay Narayan Mohapatra from Kaliapani, Sukinda).

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !