ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l

ଯାଜପୁର (କଳିଙ୍ଗନଗର) :- ଜୁଲାଇ ୨୦ ଗୁରୁବାର ଦିନ ଟାଟା ଷ୍ଟିଲ କଳିଙ୍ଗନଗରର ପ୍ରକଳ୍ପ କେନ୍ଦ୍ର ୧ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ମୁଖ୍ୟ ୟଚିକିତ୍ସାଳୟର ଓଡ଼ିଶା ରକ୍ତ ଭଣ୍ଡାର ସହଯୋଗରେ ଟାଟା ଷ୍ଟିଲ କଳିଙ୍ଗନଗରର ଇଞ୍ଜିନିୟରିଂ ଟିମ ଏବଂ ପ୍ରକଳ୍ପ ପକ୍ଷରୁ ଆୟୋଜିତ ହୋଇଥିଲା l ଏହି ରକ୍ତଦାନ ଅଭିଯାନରେ ମୋଟ ୧୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
ଟାଟା ଷ୍ଟିଲ ଏବଂ ବିଭିନ୍ନ ଭେଣ୍ଡରର କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବାକୁ ଦିନସାରା ଧାଡ଼ି ବାନ୍ଧିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟାଟା ଷ୍ଟିଲ୍‌ କଳିଙ୍ଗନଗର ନିୟମିତ ଭାବରେ ଏହି ପରି ରକ୍ତଦାନ ଶିବିରର ଆୟୋଜନ କରିଥାଏ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !