ଷ୍ଟେରିଙ୍ଗ ଛାଡ ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ମହାସଂଘ l

ଯାଜପୁର ( ସୁକିନ୍ଦା ): - ରବିବାର ଦିନ କୁହିକା ପଞ୍ଚାୟତରେ ରାଜ୍ୟ ଡ୍ରାଇଭର ମହାସଂଘ ତରଫରୁ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ହେବ ରାଜ୍ୟସରକାରଙ୍କ ନିକଟରେ ଦିଆଯାଇଥିବା ଦାବୀ ପୂରଣ ନହେଲେ ଆସନ୍ତା ୧୫ତାରିଖ ଠାରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯିବ ନେଇ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଥିବା ମାଇକ ସାହାଯ୍ୟରେ ଗାଁ ଗାଁ ବୁଲି ଜନସାଧାରଣଙ୍କୁ ଅବଗତ କରାଇଛନ୍ତି।।ଦଶ ଦଫା ଦାବି ସମ୍ବଳିତ ଦାବିପତ୍ର ଧରି ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି।ଆସନ୍ତା ୧୫ ତାରିଖ ପୂର୍ବରୁ ଜନସାଧାରଣ ନିଜ ନିଜ କାର୍ଯ୍ୟ ସମାପ୍ତ କରିଦେବାକୁ ଡାକରା ଦେଇଛନ୍ତି । ନଚେତ୍ ଗମନା ଗମନ ରେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଉ । ଜନସାଧାରଣ ଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାନ ପାଇଁ ସ୍ବତନ୍ତ୍ର ନିୟମ ପ୍ରଣୟନ କରାଯାଉ । ୫୫ ବର୍ଷ ରେ ମାସକୁ ପାଞ୍ଚ ହଜାର ଟଙ୍କା ପେନସନ ଦିଆଯାଉ ।ଡ୍ରାଇଭର ଆବାସ ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଉ । ଗାଡି ଗୁଡିକ ପାର୍କିଙ୍ଗ୍ , ଡ୍ରାଇଭର ବିଶ୍ରାମ ଗୃହ ଓ ଶୌଚାଳୟ ଯାହାକି ପ୍ରତି ୧୦୦ କି ମି ରେ କରାଯାଉ । ସରକାରଙ୍କ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭର ମାନଙ୍କୁ ନଗଦ ୨୦ ଲକ୍ଷ ଟଙ୍କାର ଅର୍ଥ ରାଶି , ୧୦ ଲକ୍ଷ ଟଙ୍କାର ବିମା ରାଶି ଓ ୫ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ସ୍ବାସ୍ଥ୍ୟ ବିମା ରାଶି ପ୍ରଦାନ କରାଯାଉ । ଡ୍ରାଇଭର ମାନଙ୍କୁ ତୃତୀୟ ସୌନିକ ମାନ୍ୟତା ଦିଆଯାଉ। ଡ୍ରାଇଭର ମାନଙ୍କୁ ନାର୍ଯ୍ଯ ତାର ମୁଲ୍ୟ ଏବଂ ଗାଡି ଚଳାଇବା ପାଇଁ ସମୟ ସୀମା ଧାର୍ଯ୍ଯ କରାଯାଉ । ଡ୍ରାଇଭର ପିଲାମାନଙ୍କ ର ଉଚ୍ଚ ଶିକ୍ଷା ନିମନ୍ତେ ସରକାରୀ ବ୍ୟବସ୍ଥା କରାଯିବା ଭଳି ଦାବୀ ଉପସ୍ଥାପନା କରିଛନ୍ତି । ଏହି ଅବସରରେ ସୁକିନ୍ଦା ବ୍ଲକ ଡ୍ରାଇଭର ମହାସଂଘ ର ସଭାପତି ଶମ୍ବୁନାଥ ମହାନ୍ତ, ସମ୍ପାଦକ ସୌଭାଗ୍ଯ ବାରିକ, ଧନୁଜ ନାୟକ, ଶରଣ ପାତ୍ର, ଦେବେନ୍ଦ୍ର ବାରିକ୍, ସୁକିନ୍ଦା ଡ୍ରାଇଭର ମହାସଂଘ ର ଉପସଭାପତି ଶାନ୍ତୁନୁ ମହାନ୍ତ, କୋଷାଧ୍ୟକ୍ଷ ବଳରାମ ମହାନ୍ତ, ସଞ୍ଜୟ ମହାକୁଡ, ଅଶେଷ ପାତ୍ର, ଗଗନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !