ରାଜ୍ଯ ରେ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ସୀମା ଟପିଲା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

ଭୁବନେଶ୍ବର (ବ୍ୟୁରୋ) - ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗୁଣ୍ଡାଗିରି, ରାହାଜାନୀ, ଅଶ୍ଳୀଳ ବ୍ୟବହାର, ବଳାତ୍କାର l ସରକାରଙ୍କ 5T କୁ ନେଇ ସାଧାରଣରେ ଆଲୋଚନା ହେଉଛି, ସରକାର ଯେଉଁ 5T ଓ ମୋ ସରକାର ନିୟମ କରିଛନ୍ତି, ରାଜ୍ୟର ଲୋକମାନଙ୍କ ପାଖରେ ଏହି 5T ର କଣ କାର୍ଯ୍ୟ କାହିକିଁ ସରକାର ଏହାକୁ ଲାଗୁ କରିଛନ୍ତି ତାହା ଅଗୋଚର l କାଲି ଆଇନ୍ ଓ ହାଇକୋର୍ଟ ଙ୍କ ନିୟମ କୁ ଖୁଲମଖୁଲା ଉଲ୍ଲଙ୍ଘନ କରି ବେଆଇନ୍ ପାର୍କିଂ ଫି ଆଦାୟ କରୁଥିବା ଭୁବନେଶ୍ବର ରସୁଲଗଡ଼ ରେ ଥିବା ନାମି ମଲ୍ ଏସପ୍ଲାନେଡ଼ ର ମହିଳା ସାମ୍ବାଦିକ ସ୍ଵାତି ଜେନା ଙ୍କୁ ଯେଭଳି ଭାବରେ ମାଡ ମାରିବା, ଦୁର୍ବ୍ୟବହାର କରିବା ଘଟିଗଲା ତାହା ସାରା ଦେଶରେ ଚର୍ଚ୍ଚା ଚାଲିଛି l ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ରାଜ୍ୟରେ ଥିବା ସ୍ମାର୍ଟ ସିଟି ରାଜଧାନୀରେ ଘରୋଇ ଡାକ୍ତରଖାନା ଓ ଘରୋଇ ସପିଂ ମଲ ସବୁ ସରକାରୀ କାର୍ଯ୍ୟାଳୟ ଓ ପୋଲିସ୍ ପ୍ରଶାସନ କୁ କିଣିକି ରଖିଛନ୍ତି l ଯାହାଦ୍ୱାରା ସେମାନେ ଆଇନ୍ ର ଉର୍ଦ୍ଧ ରେ ରହି ଏହି ସବୁ ଘୃଣ୍ୟ କାମ କରିବା ସହିତ ଆଇନ୍ କୁ ହାତକୁ ନେବାକୁ ପଛାଉ ନାହାଁନ୍ତି l ଯଦି ଓଡିଶା ସରକାର 5T ର ନାରା ଦେଇଛନ୍ତି ଏହାର ସୁଫଳ ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରନ୍ତୁ l ନଚେତ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଆଉ କି ଆଇନ୍ ଅଛି ତାହା ଆଣନ୍ତୁ, ଯାହାଦ୍ବାରା ରାଜ୍ଯ ର ଜନସାଧାରଣ ଠିକ୍ ନ୍ୟାୟ ପାଇପାରିବେ l ଗଣତାନ୍ତ୍ରିକ ରାଷ୍ଟ୍ରରେ ସମ୍ବାଦପତ୍ର, ଖବର ପ୍ରସାରଣ ସଂସ୍ଥା ସରକାରୀ ଓ ବେସରକାରୀ ସ୍ତରରେ ଭଲ ମନ୍ଦ ସବୁକୁ ଲୋକଲୋଚନକୁ ଆଣିବା ଦିଗରେ କାର୍ଯ୍ୟ କରିଥାଏ, ଗଣମାଧ୍ୟମର ଏହା ଅଧିକାର l କିନ୍ତୁ ସରକାର ଯଦି ଏ ବିଷୟରେ ଜାଣି ଅଜଣା ହେବେ ଏବଂ ସମ୍ବିଧାନ ର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ  ଅଧିକାର କୁ ପ୍ରଭାବୀ, ଗୁଣ୍ଡା ମାନଙ୍କ ଦ୍ଵାରା ଦମନ କରିବା କୁ ପ୍ରୋତ୍ସାହନ ଦେବେ ଆଗାମୀ ଦିନରେ ଆହୁରି ବିସ୍ତୃତ ଭାବରେ ଲୋକମାନଙ୍କୁ ଏହି ଗଣମାଧ୍ୟମ ଭଲ ଭାବରେ ବୁଝାଇ ଦେବ ଯେ ଓଡିଶାର ଶାସନ କିଭଳି ଓ କେଉଁମାନେ କରୁଛନ୍ତି l ସରକାରଙ୍କ 5T ଯଦି ପ୍ରକୃତରେ କାଯ୍ୟ କରୁଥିବା ତେବେ ଏହି ମାମଲାରେ ପୁଲିସ ପକ୍ଷରୁ କି ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା l ଆଗାମୀ ଦିନରେ ରାଜ୍ୟର ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ସାମ୍ବାଦିକ ସୁରକ୍ଷା ଆଇନ୍ ପାଇଁ ଲଢ଼େଇ କରିବାକୁ ଆଗେଇ ଆସିବା ନଚେତ୍ ରାଜ୍ଯରେ ଅରାଜକତା ଦେଖାହେବ l ସରକାର ଓ ପୋଲିସ୍ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହେଉଛି l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !