ବନ୍ଧା ହେଲେ ହାବିଲଦାର ବାବୁ, ମାହାଙ୍ଗା ପଡିଲା ପ୍ରେମ ନିଶା l

ବ୍ୟୁରୋ ରିପୋର୍ଟ ଭଦ୍ରକ :- ପୁଲିସ୍‌ ବାବୁ ଫୋନ୍‌ କରି କହୁଥିଲେ ମିଠା ମିଠା କଥା। ତା’ ପୁଣି ଅଭିଯୁକ୍ତର ସ୍ତ୍ରୀ ସହିତ। ସ୍ୱାମୀକୁ ବେଲ୍‌ରେ ବାହାର କରିଦେବାକୁ କହି ତାଙ୍କୁ ବାରମ୍ବାର ଫୋନ୍ କରି କଥା ହେଉଥିଲେ। ଏମିତିକି ତାଙ୍କୁ ଭଉଣୀ କହି ନୂଆ ସଂପର୍କ ଯୋଡ଼ି ହେଲା କହିଥିଲେ। ଆଉ ଶେଷରେ ସୁଯୋଗ ଦେଖି ତାଙ୍କ ଘରେ ହାଜର ହୋଇ ଦେଖାଇଥିଲେ ନିଜ ଅସଲି ରୂପ। ମନ୍ଦ ଉଦ୍ଦେଶ୍ୟକୁ ସାଧିତ କରିବାକୁ ଉଦ୍ୟମ କଲା ବେଳେ ଧରାପଡ଼ିଥିଲେ ଲୋକଙ୍କ ହାତରେ। ପୁଲିସ୍ ତାଙ୍କୁ ଉଠାଇ ନେଇ ଅଟକ ରଖିଛି।
ଘଟଣାଟି ଭଦ୍ରକ ଜିଲ୍ଲାର। ଅଭିଯୁକ୍ତଙ୍କ ନାଁ ହରମୋହନ ନାୟକ। ସେ ଭଣ୍ଡାରିପୋଖରୀ ଥାନାରେ ହାବିଲଦାର ଭାବେ ନିଯୁକ୍ତ ହୋଇଛନ୍ତି।
ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ନାମରେ ୱାରେଣ୍ଟ ଆସିଥିଲା। ଏହା ପରେ ପୁଲିସ୍‌ ତାଙ୍କୁ ରବିବାର ରାତିରେ ଗିରଫ କରିଥିଲା । ପରେ ଗତକାଲି ତାଙ୍କୁ କୋର୍ଟ ଚାଲାଣ ପାଇଁ ନେଇଥିଲେ ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ଏପିଆର ହାବିଲଦାର ହରମୋହନ ନାୟକ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଯାଇଥିଲା।
ଜେଲ୍ ଯିବା ପୂର୍ବରୁ ଅଭିଯୁକ୍ତ ଜଣଙ୍କ ହାବିଲଦାର ହରମୋହନଙ୍କ ମୋବାଇଲରୁ ନିଜ ସ୍ତ୍ରୀ ସହ କଥା ହୋଇଥିଲେ। ସେ ଜେଲ୍‌ ଯିବା ପରେ ହରମୋହନ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ବାରମ୍ବାର ଫୋନ କରିଥିଲେ। ସେ ଫୋନ୍ କରି କହିଥିଲେ- “ମୋତେ ଭାଇ ବୋଲି ଭାବେ । ଆମ ଭିତରେ ନୂଆ ସମ୍ପର୍କ ଯୋଡ଼ି ହେଲା। ସମ୍ପର୍କକୁ ବଞ୍ଚାଇ ରଖିବା। ତୋ ବନ୍ଧା ପଡ଼ିଥିବା ସୁନାକୁ ମୁକୁଳାଇ ଆଣିବି। ତୋ ସ୍ୱାମୀକୁ ମୁକୁଳାଇବି। କାଲି ବେଲ୍‌ ହେବ। ନ ହେଲେ ପଅରଦିନ ହେବ।”
ହାବିଲଦାର ହରମୋହନ ଆହୁରି କହିଥିଲେ, ମୋ ସ୍ତ୍ରୀ ୨ ବର୍ଷ ହେଲା ମରିଯାଇଛି । ମୁଁ ତ ତୋତେ ସାହାଯ୍ୟ କରିବି। ହେଲେ ମୋ କଥା ଟିକେ ବୁଝିବୁ।
ଏହାପରେ ଗତକାଲି ମଧ୍ୟାହ୍ନରେ ଅଭିଯୁକ୍ତଙ୍କ ଘରେ ପହଞ୍ଚି ଯାଇଥିଲେ ହରମୋହନ। ଏହାପରେ ତାଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ମାତ୍ର ମହିଳା ଜଣଙ୍କ ଚିତ୍କାର କରିବାରୁ ଗ୍ରାମବାସୀ ଆସି ପହଞ୍ଚି ଯାଇଥିଲେ। ସେମାନେ ହରମୋହନଙ୍କୁ ଅଟକ ରଖି ଭଣ୍ଡାରିପୋଖରୀ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ । ଲିଖିତ ଏତଲା ପରେ ହାବିଲଦାର ହରମୋହନ ଦାୟକଙ୍କୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୁଲିସ୍‌।
When Habildar's son was tied up, Mahanga fell in love. 
Beuro report Bhadrak: - The police babu called and said sweet talk. Again with the defendant's wife. She repeatedly called her husband and told him to get her out. He even called her a sister and added a new relationship. Finally, he took the opportunity to appear at his home and show off his true form. He was arrested and charged with felony criminal mischief for trying to seduce a minor. Police picked him up and detained him.
 The incident took place in Bhadrak district. The name of the accused is Harmohan Nayak. He has been appointed as Habildar at Bhandaripokhari police station.
 A warrant was issued in the name of a man from Bhandaripokhari police station area. Police later arrested him on Sunday night. He was later taken to court yesterday by Harmohan Nayak, an APR Habildar working at Bhandaripokhari police station. He was sent to jail after his bail was denied.
 Before going to jail, the accused spoke to his wife from Habilda Harmohan's mobile phone. After he went to jail, Harmohan repeatedly called the accused's wife. He called me and said, "I think I'm a brother. New relationships were added between us. Maintaining relationships. I will release the gold that is bound. I will free my husband. There will be a bell tomorrow. Otherwise it will be the next day. ”
 "My wife has been dead for two years," Habildar Harmohan added. I will help you. But we will understand a little.
 Harmohan then arrived at the accused's house yesterday afternoon. He then abused his wife and forced her to have sexual intercourse. But the woman came screaming as the woman came. They detained Harmohan and handed him over to Bhandaripokhari police. Bhandaripokhari police have detained Habildar Harmohan Dayak.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !