ଇମ୍ଫା କୁ ମିଳିଲା କଳିଙ୍ଗ ନିରାପତ୍ତା ସମ୍ମାନ - ୨୦୨୦

ଯାଜପୁର : - ଖଣି ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନିମନ୍ତେ ଇମ୍ଫା ପରିଚାଳିତ ସୁକିନ୍ଦା କ୍ରୋମାଇଟ ଖଣି ଓ ମହାଗିରି କ୍ରୋମାଇଟ ଖଣି ମର୍ଯ୍ୟଦାଜନକ କଳିଙ୍ଗ ନିରାପତ୍ତା ସମ୍ମାନ -୨୦୨୦ ଲାଭ କରିଛି l ଭୁବନେଶ୍ୱରଠାରେ ଓଡିଶା ରାଜ୍ୟ ସୁରକ୍ଷା ସମ୍ମିଳନୀ -୨୦୨୦ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ ଡ. ବିଷ୍ନୁପଦ ସେଠୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ସୁକିନ୍ଦା ଖଣି ପରିଚାଳକ ମନୋଜ କୁମାର ସାମଲଙ୍କୁ ରୌପ୍ୟ ଫଳକ ଓ ମହାଗିରି ଖଣି ପରିଚାଳକ ଜଳନ୍ଧର ପାତ୍ରଙ୍କୁ ତାମ୍ର ଫଳକ ପ୍ରଦାନ କରି ଏହି ସମ୍ମାନରେ ସମ୍ମାନିତ କରିଥିଲେ l ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣି ସର୍ବଦା ସୁରକ୍ଷାକୁ ପ୍ରଥମିକତାଦେଇ କାର୍ଯ୍ୟ କରୁଥିବାରୁ ଏହି ସମ୍ମାନ ଲାଭକରି ନିଜର ସ୍ୱତନ୍ତ୍ରତା ସୃଷ୍ଟି କରି ପାରିଛି l (ସୁକିନ୍ଦା, କାଳିଆପାଣି ରୁ ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 
Imfa received the Kalinga Security Award - 2020. 
Jajpur: - Imfa -managed Sukinda Chromite Mine and Mahagiri Chromite Mine have been awarded the prestigious Kalinga Safety Award-2020 for their outstanding steps towards mining safety. Assembly Speaker Surya Narayan Patra was the chief guest and Dr. Vishnupad Sethi joined as the guest of honor and presented silver plaques to Sukinda Mining Manager Manoj Kumar Samal and copper plaques to Mahagiri Mining Manager Jalandhar Patra. (Jayanarayana Mohapatra from Sukinda, Kaliapani)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !