ସୁକିନ୍ଦା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ ମନ୍ଥନ ର କଳିଙ୍ଗନଗର ପ୍ରତିନିଧି ସମ୍ବର୍ଦ୍ଧିତ I


ଯାଜପୁର  (ବ୍ୟୁରୋ): ସୁକିନ୍ଦାର ବର୍ଷିୟlନ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର "ମନ୍ଥନ"ର କଳିଙ୍ଗନଗର ପ୍ରତିନିଧି ଜୟ ନାରାୟଣ ମହାପାତ୍ରଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ୪୧ବର୍ଷର ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ ଆଦର୍ଶ ସାମ୍ବାଦିକଭାବେ ସମ୍ବର୍ଦ୍ଧିତ କରାଯାଇଛି l ଗ୍ଲୋରିଆସ ଇଂଲିଶ ମିଡ଼ିଅମ ସ୍କୁଲ, ଦଳା, ଯାଜପୁରରୋଡ ପରିସରରେ ୧୦ତାରିଖରେ ଆୟୋଜିତ ବ୍ୟାସନଗର ପ୍ରେସ୍  ଫୋରମ ର ଦ୍ୱାଦଶ ବାର୍ଷିକ ଉତ୍ସବରେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ରାଜ୍ୟ ସୂଚନା ଆୟୋଗ ଦିଲୀପ ବିଷୋୟୀ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟକାରୀ ଅଧ୍ୟକ୍ଷ ବିଜୟ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାପାତ୍ରଙ୍କୁ ଉତ୍ତରୀ, ଫଳକ ଓ ପୁଷ୍ପତୋଡ଼ା ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ l 

ଫୋରମର ସଭାପତି ଅଭୟ ପତି, ସମ୍ପାଦକ ଉଦୟନାଥ ଖଣ୍ଡାଇ ଏଥିରେ ଉପସ୍ଥିତ ଥିଲେ l ଶ୍ରୀ ମହାପାତ୍ର ୧୯୮୦ ମସିହାରେ ତତ୍କାଳୀନ ବହୁଳ ପ୍ରସାରିତ ସମ୍ବାଦପତ୍ର ପ୍ରଜାତନ୍ତ୍ରରୁ ସାମ୍ବାଦିକତା ବୃତ୍ତି ଆରମ୍ଭ କରି ମାତୃଭୂମି, ସଂଚାର, ପ୍ରତିଦିନ, ନ୍ୟାୟବତୀ ଓ ଇଂରାଜୀ ସମ୍ବାଦପତ୍ର ଇଷ୍ଟର୍ଣ ଟାଇମସରେ ସାମ୍ବାଦିକ ଭାବେ କାର୍ଯ୍ୟ କରିବାପରେ ସମ୍ପ୍ରତି ମନ୍ଥନର କଳିଙ୍ଗନଗର ପ୍ରତିନିଧିଭାବେ କାର୍ଯ୍ୟରତ ଅଛନ୍ତି l ସେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ୧୯୮୪ରୁ ୨୦୦୩ ମସିହା ପର୍ଯ୍ୟନ୍ତ ସରକାରୀ ସ୍ୱୀକୃତି ମଧ୍ୟ ଲାଭ କରିଥିଲେ l ତାଙ୍କର ଏହି ସଫଳତା ପାଇଁ ମନ୍ଥନର ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତ, ଯାଜପୁର ଜିଲ୍ଲା ପ୍ରତିନିଧି ଦୟାନିଧି ନାୟକ, ଦାନଗଦୀ ପ୍ରତିନିଧି ଉମାକାନ୍ତ ମହାପାତ୍ର ପ୍ରମୁଖ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l

Senior journalist from Sukinda area and representative of Kalinganagar of daily news paper shaking. 

Jajpur (Bureau): Jay Narayan Mohapatra, a senior journalist from Sukinda and a representative of Kalinganagar in the daily newspaper "Manthan", has been honored as an ideal journalist for his long 41 years of dedicated work in the field of journalism. Chairman Akash Das Nayak, State Information Commission Dilip Bishoyi, State Youth Welfare Board Executive Chairman Bijay Kumar Nayak graced the occasion as the chief guests and felicitated Mr. Mohapatra by handing over plaques, plaques and wreaths.


 Abhay Pati, President of The Vyasanagar Press Forum, and Udaynath Khandai, Editor, were present. He was also recognized by the Information and Public Relations Department from 1984 to 2003. He was congratulated and congratulated by Manthan editor and former minister Sarat Raut, Jajpur district representative Dayanidhi Nayak, Danagadi representative Umakanta Mohapatra.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !