ଆନ୍ଧ୍ରପ୍ରଦେଶ ସୀମାନ୍ତ ଗଜପତି ଜିଲ୍ଲା ହୋଇଥିବାରୁ, ବାର୍ଡ ଫ୍ଲୁ ପାଇଁ ଲୋକେ ଆତଙ୍କିତ l

 


ବ୍ୟୁରୋ ରିପୋର୍ଟ - ଗଜପତି ଜିଲ୍ଲା ଆନ୍ଧ୍ର ସୀମାନ୍ତରେ ରହିଛି । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସମେତ କାଶୀନଗର, ଗୁମ୍ମା, ଗୋଷାଣୀ, ରାୟଗଡ ବ୍ଲକ୍‌କୁ ମୁଖ୍ୟତଃ ପୋଡଶୀ ଆନ୍ଧ୍ରରୁ ଦୈନିକ କୁକୁଡା ଓ ଅଣ୍ଡା ଆସୁଛି । ବର୍ତ୍ତମାନ ଆନ୍ଧ୍ରର କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ଦେଖାଦେବା ସହ ଆନ୍ଧ୍ର ପ୍ରଶାସନ ବିଭିନ୍ନ କଟକଣା ଜାରି କରିଛନ୍ତି । ଏହାଦ୍ୱାରା ଆନ୍ଧ୍ରରେ କୁକୁଡା ଓ ଅଣ୍ଡାର ଦର ବିଶେଷ ଭାବେ କମ ହୋଇଛି । ଏହାର ସୁଯୋଗ ନେଇ ଗଜପତିର ହୋଲସେଲର ବ୍ୟବସାୟୀମାନେ ଆନ୍ଧ୍ରରୁ କମ ଦରରେ କୁକୁଡା ଓ ଅଣ୍ଡା ଆଣି ଏଠାରେ ପୂର୍ବ ଭଳି ଚଢା ଦରରେ ବିକ୍ରି କରି ଚାଲିଛନ୍ତି ।

ଆନ୍ଧ୍ରରେ ବାର୍ଡ ଫ୍ଲୁ ଦେଖାଦେବା ସହ ଆନ୍ଧ୍ର ପ୍ରଶାସନ ବିଭିନ୍ନ କଟକଣା ଜାରିକୁ ଦେଖି ଗଜପତିରେ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଛି । କୁକୁଡା ଓ ଅଣ୍ଡା ଖାଦ୍ୟ ଭାବେ ବ୍ୟବହାର କରି ପାରିବେ କି ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁରକ୍ଷା ପାଇଁ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ କୌଣସି ସୂଚନା ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗଜପତି ସିଡିଏମଓ ପ୍ରଦୀପ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି,ଏନେଇ ସିଡିଭିଓଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଇଛି । 

HEADLINE. ________________________

As the Andhra Pradesh border is the Gajapati district, people are worried about bird flu. 

Bureau report - Gajapati district is on the Andhra border. Poultry and eggs are mainly coming from Podashi Andhra to Kashinagar, Gumma, Gosani and Raigad blocks, including the district sub-division Paralakhemundi. Currently, the Andhra Pradesh government has imposed various restrictions on bird flu in some parts of Andhra Pradesh. This has led to a significant reduction in chicken and egg prices in Andhra Pradesh. Taking advantage of this, wholesalers from Gajapati have been bringing chickens and eggs at lower prices than Andhra Pradesh and selling them here at exorbitant prices.

 With the outbreak of bird flu in Andhra Pradesh, the Andhra Pradesh administration has witnessed various cuts and bird flu scare in Gajapati. The question is whether chickens and eggs can be used as food. There has been widespread outrage that neither the administration nor the health department has provided any information for safety. Asked by Enei Gajapati CDMO Pradeep Kumar Patra, he said, "Enei CDVO has been asked to take necessary steps."

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !