ଜୁନିୟର କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବାର୍ଷିକ କ୍ରୀଡ଼ା ଉଦଯାପିତ l

 ଯାଜପୁର, ତା୧୩.୧୨ :- ଦନଗଦୀ ବ୍ଲକ୍ ଅନ୍ତର୍ଗତ ଟୋଲକାନୀସ୍ଥିତ ଝାଡେଶ୍ୱର ଜୁନିୟର କଲେଜରେ ୨ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଡିଗ୍ରୀ କଲେଜର ଭାରାପ୍ରାପ୍ତ ଅଧ୍ୟକ୍ଷ ଅଜୟ କୁମାର ସାହୁ, ରାଜ୍ୟପାଳ ପୁରସ୍କୃତ ଅବସପ୍ରାପ୍ତ ଶିକ୍ଷକ ଗୋକୁଳ ବିହାରୀ ପୃଷ୍ଟି ଅତିଥି ଭାବେ ଯୋଗଦେଇ ଶୃଙ୍ଖଳା ଓ ସହନଶୀଳତା ହେଉଛି ଆଦର୍ଶ କ୍ରୀଡାବିତ୍ ର ଲକ୍ଷଣ, ତେଣୁ ବିଜୟର ଉଲ୍ଲାସ ଓ ପରାଜୟର ଗ୍ଲାନି ଉଭୟଙ୍କୁ ଧୈର୍ଯ୍ୟ ଓ ସହନଶୀଳତା ବଳରେ ସମାନ ଭବରେ ଆପଣେଇ ନେବା ପ୍ରତ୍ୟେକ କ୍ରୀଡାବିତ୍ ମାନଙ୍କର କର୍ତ୍ତବ୍ୟ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ଡ଼.ପଣ୍ଡା ତାଙ୍କ ଅଭିଭାଷଣରେ କ୍ରୀଡା ମାଧ୍ୟମରେ କିପରି ପରସ୍ପର ସ୍ନେହ, ଶ୍ରଦ୍ଧା, ସମ୍ପର୍କ ପ୍ରତିଷ୍ଠା, ଶୃଙ୍ଖଳା, ସହଯୋଗ, ଏକତା , ସମୟାନୁବର୍ତ୍ତିତା ଓ ପାରସ୍ପରିକ ବୁଝାମଣା ପ୍ରତିଷ୍ଠା ହୁଏ ତାହା ବର୍ଣ୍ଣନା କରିଥିଲେ। ପୁରୁଷ ବିଭାଗରେ +୨ ପ୍ରଥମ ବର୍ଷ କଳାର ଛାତ୍ର ସତାରୀ ପୁର୍ତ୍ତି ଓ ମହିଳା ବିଭାଗର +୨ ଦ୍ବିତୀୟ ବର୍ଷ କଳାର ଛାତ୍ରୀ ଜସ୍ମିନି ହାଁସଦା ଉଭୟ ଚମ୍ପିୟାନ ହୋଇଛନ୍ତି। ଏହି କ୍ରୀଡ଼ା ଉତ୍ସବରେ ଅଧ୍ୟାପକ ଡ. କ୍ଷିରୋଦ ଚନ୍ଦ୍ର ବେହେରା, ଅଧ୍ୟାପିକା ମୀରାମ୍ବିକା ସାହୁ,ଅଧ୍ୟାପକ ଲକ୍ଷ୍ମୀଧର ବେହେରା, ଖଗେଶ ଚନ୍ଦ୍ର ଜେନା, ତୋଫାନ ଜେନା, ରଞ୍ଜନ କୁମାର ସାହୁ, ବାଇଧର ସାହୁ, ରଞ୍ଜନ କୁମାର ଖଣ୍ଡା,ଶ୍ରୀମନ୍ତ ନାୟକ, ଅଧ୍ୟାପିକା ପାରିଜାତ ମହାନ୍ତି, ସିଲନ୍ ପ୍ରଭା ନାୟକ, ଇତିଶ୍ରୀ ମଲ୍ଲିକ, ଅଧ୍ୟାପକ ପାର୍ଥସାରଥୀ ବଳ, ସନ୍ଦୀପ ଦାସ, ମନୋରଞ୍ଜନ ବିଶ୍ଵାଳ, ବ୍ରିଜେଶ ବେହେରା ଓ କର୍ମଚାରୀଙ୍କ ମଧ୍ୟରେ ସୁଷମା ପୃଷ୍ଟି , ସନ୍ତୋଷ ସାହୁ, ସୁକାନ୍ତ କୁମାର ସାହୁ, ସୁଶାନ୍ତ କୁମାର ପଣ୍ଡା, ଅବନୀ ମହାରଣା, ବିଜୟ କୁମାର ସାହୁ, ନାରାୟଣ ଚନ୍ଦ୍ର ସାହୁ, ସତ୍ୟଭାମା ସାହୁ, ସତ୍ୟଭାମା ମୁଖୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଧନ୍ୟବାଦ୍ ଅର୍ପଣ କରିଥିଲେ ଅଧ୍ୟାପକ ଡ. କ୍ଷିରୋଦ ଚନ୍ଦ୍ର ବେହେରା। ଶେଷରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଏହି କ୍ରୀଡ଼ା ଉତ୍ସବକୁ ଉତ୍ସବମୁଖର କରିଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।