ପୋଲିସ୍ ଏତଲା ନ ରଖିବାରୁ ଏସ୍ ପି ଙ୍କ ଦ୍ଵାରସ୍ଥ ହୋଇଛନ୍ତି ବୃଦ୍ଧ ବାପା,'' ମୋ ଝିଅ କୁ ମାରି ଦେଇଛନ୍ତି ''

କଳାହାଣ୍ଡି (ବ୍ୟୁରୋ ରିପୋର୍ଟ) :- ଜିଲ୍ଲାର ନର୍ଲା ଥାନା ଅଞ୍ଚଳରେ ଏକ ଯୌତୁକଜନିତ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି l ଜିଲ୍ଲାର ମ. ରାମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ମୁଣ୍ଡା ଗ୍ରାମର ନୃପରାଜ ରଣା ଙ୍କ ଅଭିଯୋଗ କ୍ରମେ ତାଙ୍କ ଝିଅ ସ୍ଵର୍ଗତ ବାସନ୍ତୀ ରଣା (୪୬) କୁ ସେ ସାମାଜିକ ରୀତିନୀତି ଅନୁସାରେ ୨୮ ବର୍ଷ ତଳେ ନର୍ଲା ଥାନା ଅନ୍ତର୍ଗତ ରତନପୁର ଗ୍ରାମର ପାର୍ଥବ ରଣା ଙ୍କ ପୁଅ ଗୁମାନ ରଣା କୁ ବିବାହ ଦେଇଥିଲେ l ବିବାହ ର କିଛି ଦିନ ପରେ ବାସନ୍ତୀ ଙ୍କ ଉପରେ ସ୍ଵାମୀ ସହ ପରିବାର ମିଶି ଯୌତୁକ ନିର୍ଯାତନା ଆରମ୍ଭ କଲେ l ଏ ବିଷୟରେ ଝିଅର ବାପା ନୃପରାଜ ରଣା ୨୦୧୫ ମସିହା ଅପ୍ରେଲ ୧୦ ତାରିଖ ରେ ନର୍ଲା ଥାନା ରେ ଅଭିଯୋଗ କରିଥିଲେ l ପରେ ସ୍ଵାମୀ ଗୁମାନ ରଣା ପୋଲିସ୍ ଥାନାରେ ରାଜିନାମା ଲେଖି କେସ୍ କୁ ସମାଧାନ କରିଥିଲେ l ଏହାର କିଛି ଦିନ ପରେ ପୁଣି ଅତ୍ୟାଚାର ଚାଲିଲା l ସ୍ୱାମୀ ଓ ପରିବାର ଲୋକ ସର୍ବଦା ବାପଘରୁ ଟଙ୍କା ଆଣିବାକୁ ବାସନ୍ତୀ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି l ମୃତ୍ୟୁର ୧୫ ଦିନ ପୂର୍ବରୁ ବାସନ୍ତୀ ଓ ତାର ପୁଅ ବାପଘରୁ ଏକ ଲକ୍ଷ ଟଙ୍କା ଆଣିବାକୁ ପଠାଇଥିଲେ ସ୍ୱାମୀ ଗୁମାନ କିନ୍ତୁ ବାପଘର ଟଙ୍କା ଦେବାକୁ ସକ୍ଷମ ନ ଥିବା ରୁ ମନା କରିଦେଲେ l ଏହାପରେ ଗତ ୧୦/୮/୨୦୨୧ ତାରିଖ ଦିନ ରାତି ୧୦ ସମୟରେ ବାସନ୍ତୀ ର ପୁଅ ପ୍ରକାଶ ମା ' ଆତ୍ମହତ୍ଯା କଥା ଅଜା ଙ୍କୁ ଜଣାଇଲା I ପାରିପାର୍ଶିକ ଅବସ୍ଥିତି କୁ ଲକ୍ଷ କରି ନୃପରାଜ ରଣା ତା ପର ଦିନ ତଥା ୧୧/୮/୨୦୨୧ ତାରିଖ ଦିନ ବାସନ୍ତୀ କୁ ସହ ପରିବାର ମିଶି ମାରି ଆତ୍ମହତ୍ଯା ର ରୂପ ଦେଇଛନ୍ତି ବୋଲି, ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ଏତଲା ରଖି ନ ଥିଲା l ତେଣୁ ବାଧ୍ୟ ହୋଇ କଳାହାଣ୍ଡି ଏସ୍ ପି ଙ୍କ ପାଖରେ ଅଭିଯୋଗ କରିଛନ୍ତି ନୃପରାଜ୍ ରଣା I ଏଠାରେ ପ୍ରଶ୍ନ ଉଠୁଛି ନର୍ଲା ପୋଲିସ୍ କାହିକିଁ ଏବଂ କାହା ଚାପରେ ଏତଲା ଗ୍ରହଣ କରିଲା ନାହିଁ l ଏସ୍ ପି ମହୋଦୟ ଏହାର ଉପଯୁକ୍ତ ତଦନ୍ତ କରାଇ ଦୋଷୀକୁ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି l
The old father, who was at the SP's doorstep because the police didn't keep it, "killed my daughter."
Kalahandi (Beuro Report): - A dowry-related murder has been reported in the Narla police station area of ​​the district. Nruparaj Rana of Brahmani Munda village under Rampur police station allegedly married his daughter let Basanti Rana,(47,) to Guman Rana, son of Parthav Rana of Ratanpur village under Narla police station,  according to social rites. The girl's father, Nruparaj Rana, lodged a complaint with the Narla police station on April 10, 2015. Family members have always been accused of pressuring Basanti to bring money from her father's house. At 10 a.m., Basanti's son, Prakash Ma, told Aja that he had committed suicide. The Narla police had lodged a written complaint with the Narla police station, but the police had not yet lodged a complaint. Requested to pay. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !