ଦୀର୍ଘ ୧୪ ବର୍ଷ ହେଲା ଝିଅକୁ ଦେଖିବାକୁ ପାଇନାହିଁ ମା ' l

ସମ୍ବଲପୁର(ବ୍ୟୁରୋ ରିପୋର୍ଟ) : - ଆଫଗାନିସ୍ତାନରେ ଆତଙ୍କରାଜ। ତାଲିବାନର କ୍ଷମତା ଦଖଲ ପରେ ଆଫଗାନିସ୍ତାନ ୧୪ଶହ ବର୍ଷ ପୁରୁଣା ଯୁଗକୁ ଫେରି ଯାଇଛି। ଯେଉଁଠି ଆରମ୍ଭ ହେଲାଣି ଶାରିଆ ଶାସନ। ବୁର୍ଖା ଭିତରୁ ଦୁନିଆକୁ ଦେଖିବେ ଝିଅ। ଘରୁ ବାହାରିବା ମନା। ଘର ଛାଡନ୍ତୁ ବାଲକୋନି କି ଝରକା ବି ଝିଅଙ୍କ ପାଇଁ ମାନ। ସେମାନଙ୍କ ଦୁନିଆ ଏବେ ଚାରି କାନ୍ଥ ଭିତରେ ବନ୍ଦ। ଏସବୁ ଭିତରେ ଆଫଗାନିସ୍ତାନରେ ଫସିଥିବା ଓଡ଼ିଶାର ଜଣେ ଝିଅକୁ ନେଇ ତା’ ପରିବାର ଆଶଙ୍କା ଭିତରେ ଜିଉଁଛି।


ଓଡ଼ିଶାରେ ବାପ ଘର କାବୁଲରେ ଶାଶୁ ଘର। ସମ୍ବଲପୁରର ଝିଅ ଏବେ ତାଲିବାନୀଙ୍କ କବଳରେ ଥିବା କାବୁଲରେ। ଝିଅ ଯାଇଛି ଯେ ଯାଇଛି ଆଉ ଘରକୁ ଫେରିନି। ଶେଷ ଥର ପାଇଁ ଝିଅକୁ ବିବାହ ବେଦିରେ ଦେଖିଥିଲେ ବାପା ମାଆ। ଆଉ ଏବେ ଝିଅକୁ ଦେଖିବାକୁ ଚାହିଁକି ବି ଦେଖିପାରୁ ନାହାନ୍ତି ପରିବାର ଲୋକେ। ଦୀର୍ଘ ୧୪ ବର୍ଷ ହେବ ଝିଅକୁ ଦେଖିନି ମାଆ। ଦୁଇ ମାସ ହେବ ଝିଅ ସହ ସମ୍ପର୍କ ହୋଇ ପାରୁନି। ବର୍ତ୍ତମାନ ଆଫଗାନ ପରିସ୍ଥିତି ଠିକ ନଥିବାରୁ ସମ୍ବଲପୁରରେ ଥାଇ ଚିନ୍ତାରେ ପଡିଛି ମାଆର ମନ।
ସମ୍ବଲପୁରର ଜୁହୁରା ବେଗମ ଝୁରୁଛନ୍ତି ଝିଅକୁ। ଝିଅ ସକିଲା ବେଗମ କେମିତି ଅଛି ? ଜ୍ୱାଇ ଓ ନାତି ନାତୁଣୀ କେମିତି ଅଛନ୍ତି ? ଏହି ସବୁ ଚିନ୍ତାରେ ଘାଣ୍ଟିହେଉଛନ୍ତି ଜୁହୁରା। ୧୪ ବର୍ଷ ହେଲା ଝିଅ ବିଦା ହେବା ପରେ ସମ୍ବଲପୁରକୁ ଆଉ ଫେରିନି। ଫୋନରେ କଥା ହେବାରେ ସମ୍ପର୍କ ତିଷ୍ଟିଥିଲା। ଏବେ କିନ୍ତୁ ଦୁଇ ମାସ ହେଲା ଫୋନରେ ବି ହୋଇ ପାରୁନି ସମ୍ପର୍କ। ତାଲିବାନ ପୁରା ଦେଶକୁ ନିଜ କବଜାକୁ ନେଇ ସେଠାରେ ନିଜ ମର୍ଜିର ଶାସନ କରୁଥିବା ବେଳେ ଝିଅର ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ଜୁହୁରା।
୧୪ ବର୍ଷ ତଳେ ଆଫଗାନୀ ଯୁବକ ଆତଉଲ୍ଲା ଖାନଙ୍କ ପ୍ରେମରେ ପଡିଥିଲେ ସକିଲା। ପ୍ରେମ ପାଇଁ ଅତାଉଲ୍ଲାଙ୍କ ହାତ ଧରି ସେ ନିଜ ଦେଶ ଛାଡିଥିଲେ। ସମ୍ବଲପୁରରୁ କାବୁଲ ଯିବାକୁ ୧୪ ବର୍ଷ ବିତିଗଲାଣି। ଏହା ଭିତରେ ଥରୁଟିଏ ବି ନିଜ ସହର କି ନିଜ ମା’ ପାଖକୁ ଫେରି ନାହାନ୍ତି ସକିଲ। ଫୋନରେ ଦି’ ପଦ କଥା ହେଇ ମା’ ଝିଅ ଭଲରେ ଅଛି ବୋଲି ଜାଣୁଥିଲେ। କିନ୍ତୁ ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସବୁ କିଛି ବବଦଳି ଯାଇଛି। ଏବେ ଆଶା ଓ ଆଶଙ୍କା ଭିତରେ ବଂଚିବାକୁ ବାଧ୍ୟ ଜୁହୁରା।
It's been 14 years since the mother not see the girl.
Sambalpur(Beuro Report) :- Terrorism in Afghanistan. Afghanistan has returned to the 1,400-year-old era since the Taliban took power. Where the Shariah rule began. The girl will see the world through the burqa. Do not leave the house. Leave the house or the balcony or window for girls. Their world is now locked inside four walls. In the midst of all this, her family is in danger of taking on a girl from Odisha who is trapped in Afghanistan.
 In Odisha, the father's house is the mother-in-law's house in Kabul. The daughter of Sambalpur is now in Kabul under the control of the Taliban. The girl is gone and has not returned home. The last time the parents saw the girl at the wedding altar. And now the family can't even see the girl. The mother has not seen her daughter in 14 years. The girl has not been in a relationship for two months. In Sambalpur, the mother is worried about the current situation in Afghanistan.
 Juhura Begum of Sambalpur is mourning the girl. How is your daughter Sakila Begum? How are your son-in-law and granddaughter? Juhura is worried about all this. It has been 14 years since the girl left and never returned to Sambalpur. The conversation was on the phone. But for two months now, the relationship has not been on the phone. Juhura is worried about her daughter's safety while the Taliban is taking control of the country.
 Sakila fell in love with Atullah Khan, an Afghan youth under the age of 18. He left his country with Ataullah's hand in love. It has been 14 years since I left Sambalpur for Kabul. Sakil has never returned to his hometown or his mother. Talking about the post on the phone, the mother-daughter knew she was fine. But after the Taliban's occupation of Afghanistan, everything has changed. Juhura is now forced to live in hope.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !