ଏଜିଏସ କମ୍ପାନୀର ଏଟିଏମ ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ ଘଟଣାର ରହସ୍ୟ ଉନ୍ମୋଚିତ ହେବାକୁ ଯାଉଛି ।

ବ୍ରହ୍ମପୁର(ବ୍ୟୁରୋ ରିପୋର୍ଟ) :-  ବଡ଼ବଜାର ଥାନା ନିକଟ ଆକ୍ସିସ ବ୍ୟାଙ୍କ ନିକଟରୁ ଏଜିଏସ କମ୍ପାନୀର ଏଟିଏମ ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ ଘଟଣାର ରହସ୍ୟ ଉନ୍ମୋଚିତ ହେବାକୁ ଯାଉଛି । ସେହି ଗାଡିର ଚାଳକ ଆଶିଷ ଦିଗଲ ହିଁ ଏହି ବହୁ ଚର୍ଚ୍ଚିତ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ସୂଚନା ମିଳିଛି । ଆଶିଷ ନିଜେ ଅପହରଣ ନାଟକ କରିଥିଲେ ବୋଲି ଜଣାପଡିଛି । ପୁଲିସ ପ୍ରଥମ ଦିନରୁ ହିଁ ଆଶିଷ ଉପରେ ସନ୍ଦେହ କରି ଆସୁଥିଲା । ୩ ଦିନ ହେବ ଆଶିଷକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ତାର ୩ ସହଯୋଗୀଙ୍କୁ ବାହାର ଜିଲ୍ଲାରୁ ପୁଲିସ ଉଠାଇ ଆଣିଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଆଜକୁ ୩ ଦିନ ପୂର୍ବେ ୨୪ ଲକ୍ଷ ଟଙ୍କା ଥିବା କମ୍ପାନୀର ଗାଡିକୁ ବଡ଼ବଜାର ଆକ୍ସିସ ବ୍ୟାଙ୍କ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ପୁଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଚାଳକ ଆଶିଷକୁ ଉଦ୍ଧାର କରିଥିଲା ।
The mystery of the robbery of Rs 24 lakh from an ATS-filled vehicle by an AGS company is going to be revealed.
BHRAMPUR: The mystery of the robbery of Rs 24 lakh from an AGS ATM-filled vehicle near Axis Bank near Badbazar police station is about to be uncovered. The driver of the vehicle was identified as Ashish Digal, the mastermind behind the high-profile robbery. It is alleged that the ambassador provided the information to Hussein. Police have been suspicious of Ashish since day one. Police detained and interrogated Ashish for three days, while his three accomplices were reportedly picked up by police from outside the district today. Rs 21 lakh has been confiscated from them. Three days ago, a company vehicle worth Rs 24 lakh was allegedly hijacked at gunpoint near Axis Bank in Badbazar. Police later rescued the driver, Ashish, unconscious with the van from Girisola on the Andhra border.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !