କଳିଙ୍ଗନଗର ର ନୂତନ ପ୍ରକଳ୍ପ କୁ ସ୍ଥାନୀୟ ଲୋକଙ୍କ ବିରୋଧ l

(ଆଦିବାସୀଙ୍କ ଜମିକୁ ଜୋରଜବରଦସ୍ତ ଛଡାଇ ନେଉଛି ସରକାର-ଅଭିଯୋଗ! )
ଯାଜପୁର (କଳିଙ୍ଗନଗର) :- ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ବ୍ଳକ ଚାନ୍ଦିଆ ପଞ୍ଚାୟତର ଟାଙ୍ଗରସାହି ଗ୍ରାମରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଆଦିବାସୀ ପରିବାର ଙ୍କୁ ଏକ ନୂତନ କାରଖାନା ସ୍ଥାପନ କରିବା ପାଇଁ ବିସ୍ଥାପିତ କରିଛି l ଏହି ଜାଗା ଚିହ୍ନଟ ପ୍ରକ୍ରିୟା ଆଜି ସକାଳ ବେଳା ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଆରମ୍ଭ ହୋଇଥିଲା l କିନ୍ତୁ ସ୍ଥାନୀୟ ଆଦିବାସୀ ବାସିନ୍ଦା ଏହାକୁ ଘୋର ବିରୋଧ କରିଥିଲେ l ସକାଳ ପ୍ରାୟ ୧୦ ଟା ସମୟରେ ପ୍ରଶାସନ ର ଏହି ଜମି ଅଧିଗ୍ରହଣ କାର୍ଯ୍ୟକୁ ଟାଙ୍ଗର ସାହି ର ବାସିନ୍ଦା ବିରୋଧ କରିବା ସହିତ ବୁଲଡୋଜର ସାମ୍ନାରେ ଠିଆ ହୋଇ ପ୍ରତିବାଦ କରିଥିଲେ l କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ନୂତନ କରି ପ୍ରକଳ୍ପ ନିର୍ମାଣ ନିମନ୍ତେ" ଏମ୍ ଏସ୍ ଏମ୍ ଇ ପାର୍କ" ନାମକ କମ୍ପାନୀ କୁ ଇଡକୋ ପକ୍ଷରୁ ଜମି ଯୋଗାଇ ଦେବାକୁ ବ୍ୟବସ୍ଥା ଥିଲା l ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ରଶାସନ କୁ ଦାୟିତ୍ଵ ଦିଆଯାଇଛି l ତେଣୁ ପ୍ରଶାସନ ପକ୍ଷରୁ ବ୍ଯାପକ ପୋଲିସ୍ ଫୋର୍ସ ସହିତ ଇଡ଼କୋ ମୁଖ୍ୟ ଅଧିକାରୀ ଏମ୍ ଭି ଏସ୍ ଗିରି,ମୁଖ୍ୟ ଜମି ଅଧିକାରୀ ଜିତେନ୍ଦ୍ର ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍ ପି ମହାପାତ୍ର ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର, ଅତିରିକ୍ତ ତହସିଲଦାର ଦାନଗଦୀ, ଜଖପୁରା ଥାନା ଅଧିକାରୀ, କଳିଙ୍ଗନଗର ଥାନା ଅଧିକାରୀ ଉପସ୍ଥିତ ଥିଲେ l ବିସ୍ଥାପିତ ଙ୍କ ଆନ୍ଦୋଳନ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରଶାସନ ବିନା କୌଣସି ନୋଟିସ ଜାରି ନ କରି ଅଚାନକ୍ ବିସ୍ଥାପିତ କରିବା, ମୂଖ୍ୟତ ୨୦୦୫ ମସିହାର ବିସ୍ଥାପିତ ନୀତି ଅନୁସାରେ ଏହି ବିସ୍ଥାପନ କରାଯାଇଛି l ଦୀର୍ଘ ୧୭ ବର୍ଷ ପରେ ପରିବାର ବଢିଚାଲିଛି ତେଣୁ ଏହାକୁ ବର୍ତ୍ତମାନ ର ଜନଗଣନା ଅନୁସାରେ କରାଯାଉ l ସରକାରୀ ସ୍ତରରେ ଦିଆଯିବ ଦଶ ଡିସିମିଲି ଜମି ଏବଂ ଘର ତିଆରି ପାଇଁ ଦୁଇ ଲକ୍ଷ ଟଙ୍କା ଏହାକୁ ବିରୋଧ କରୁଛନ୍ତି ବିସ୍ଥାପିତ ପରିବାର କାରଣ ଆଜିର ଦିନରେ ଦୁଇଲକ୍ଷ ଟଙ୍କା ରେ ଘର କରିବା ଅସମ୍ଭବ ବୋଲି ବିସ୍ଥାପିତ ଆନ୍ଦୋଳନକାରୀ କହିଛନ୍ତି I ସେମାନଙ୍କର କହିବା ଅନୁସାରେ ସେ ଶିଳ୍ପ ପ୍ରତିଷ୍ଠା କୁ ବିରୋଧ କରୁନାହାନ୍ତି କିନ୍ତୁ ସରକାର ଙ୍କ ଏହି ଆଦିବାସୀ ମାରଣ ନିତୀ ଏବଂ କଳିଙ୍ଗନଗର ବିସ୍ଥାପିତ ନୀତି ଅନୁସାରେ ସେମାନଙ୍କୁ ତାଙ୍କର ମୌଳିକ ଅଧିକାର ଦିଆଯାଉ I ବିସ୍ଥାପିତ ଥଇଥାନ ଜାଗାର ଉନ୍ନତି, ମଣିଷକୁ ସାଧାରଣରେ ବଞ୍ଚିବା ର ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ କରା ନ ଯାଉ l ବିସ୍ଥାପିତ ଙ୍କ ପକ୍ଷରୁ ସ୍ଥାନୀୟ ସରପଞ୍ଚ ପାଣ୍ଡୁ ସିଂ ଖୁଣ୍ଟିଆ, ସମିତି ସଭ୍ଯା ବୁକି ରାମ୍ ଜାରିକା, ରାମଲାଲ ଲାଗୁରୀ ଉପସ୍ଥିତ ଥିଲେ l ପୋଲିସ୍ ପ୍ରଶାସନ ଓ ଆନ୍ଦୋଳନ କାରୀ ଙ୍କ ମଧ୍ୟରେ ପାଞ୍ଚ ଘଣ୍ଟା ର ଛକା ପଞ୍ଜା ପରେ ଅପରାହ୍ନ ୩ ଟା ସମୟରେ ଆନ୍ଦୋଳନକାରୀ ଙ୍କ ମଧ୍ୟରୁ ୩୧ ଜଣ ମହିଳା ଓ ୪୩ ଜଣ ପୁରୁଷ ଙ୍କୁ ପୋଲିସ୍ ଉଠାଇ ଆଣିଥିଲା l ପରେ ପି. ଆର ବଣ୍ଡ ରେ ଛାଡିଦେଲେ l ପ୍ରକୃତରେ କହିବାକୁ ଗଲେ ସରକାରଙ୍କ ନୀତିକୁ ଜନସାଧାରଣ ବିରୋଧ କରୁଛନ୍ତି କାରଣ ସରକାରୀ ନୀତି ନିୟମ ଯୋଜନା ଠିକ୍ ସେ କାର୍ଯ୍ୟକାରୀ ହେଉନାହିଁ କିମ୍ବା ଲୋକମାନଙ୍କୁ ସଚେତନ କରାଇବା ରେ ସରକାରୀ ଅଧିକାରୀଙ୍କ ବିଫଳତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !