ନବ ନିଯୁକ୍ତ ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା l

ଯାଜପୁର (କଳିଙ୍ଗନଗର): - ସୁକିନ୍ଦାର ବିଶିଷ୍ଟ କଂଗ୍ରେସ ନେତ୍ରୀ ତଥା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗୋବରଘାଟି ପଞ୍ଚାୟତର ସରପଞ୍ଚ ସ୍ଵର୍ଣ୍ଣଲତା ବାନରା ପ୍ରଦେଶ ମହିଳା କଂଗ୍ରେସ କମିଟି ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକରୋଡସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ବ୍ଲକ କଂଗ୍ରେସ କମିଟି ସଭାପତି ରଣଜିତ ରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱାଗତ ସମାବେଶରେ ବ୍ଲକ ଉପ ସଭାପତି ଗୋପୀନାଥ ଧୀର, ସେବାଦଳ ସଭାପତି ହରେକୃଷ୍ଣ ପାଣିଗ୍ରାହୀ, 
ମହିଳା କଂଗ୍ରେସ ସଭାପତି ସ୍ୱପ୍ନା ବେହୁରା, ସୁକିନ୍ଦା ଯୁବ କଂଗ୍ରେସ ସଭାପତି କୃପାସିନ୍ଧୁ ସାମନ୍ତରାୟ, ଉପ ସଭାପତି ଚଞ୍ଚଳ ମହାପାତ୍ର, ସୋସିଆଲ ମିଡ଼ିଆ ସଂଯୋଜକ ସାମନ୍ତ ନିରଞ୍ଜନ ଯେନlମଣୀ,ଶ୍ରମିକ ନେତା ବାବୁଲି ପୂର୍ତ୍ତୀ, ମହିଳା ନେତ୍ରୀ ଝରଣା ମହାନ୍ତ, ଲିଲି ମହାନ୍ତ,ସୂର୍ଯ୍ୟକାନ୍ତ ପାତ୍ର ପ୍ରମୁଖ ବହୁ କଂଗ୍ରେସ ନେତା ଏଥିରେ ଯୋଗଦେଇ ଶ୍ରୀମତୀ ବାନରlଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ l
   ସୁକିନ୍ଦାର କଂଗ୍ରେସ ନେତା ତଥା ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି ) ସମ୍ପାଦକ ଶରତ ରାଉତ ଶ୍ରୀମତୀ ବାନରାଙ୍କ ଏହି ନିଯୁକ୍ତିଙ୍କୁ ସ୍ୱାଗତ କରିବାସହ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି l
 (ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ )

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !