ଇମ୍ଫା ପକ୍ଷରୁ ୨ ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯାନ ଲୋକାର୍ପିତ l


ଯାଜପୁର (କାଳିଆପାଣି) :  - ସୁକିନ୍ଦା ଉପତ୍ୟକାରେ ଥିବା ଇମ୍ଫା କମ୍ପାନୀର ଖଣି ପରିସରରେ ଆଜି ୨ ଗୋଟି ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯାନ କୁ ମାନ୍ୟବର ସୁକିନ୍ଦା ବିଧାୟକ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଉଦଘାଟନ କରିଛନ୍ତି I ଇମ୍ଫାର ବରିଷ୍ଠ ଉପସଭାପତି ଶ୍ରୀ ସଂଜୀବ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସୁକିନ୍ଦା ଖଣିର
 ଉପସଭାପତି ଶ୍ରୀ ସୁଧାଂଶୁ ପଟନି ଉପସ୍ଥିତ ଥିଲେ I ମୁଖ୍ୟ ଅତିଥି ଶ୍ରୀ ଘଡ଼ାଇ ନିଜ ବକ୍ତବ୍ୟରେ ଇମ୍ଫା କର୍ତ୍ତୃପକ୍ଷଙ୍କ ଏତାଦୃଶ ପଦକ୍ଷେପ ନିମନ୍ତେ ସାଧୁବାଦ ଦେବା ସହ ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଆମ୍ବୁଲାନ୍ସ ଯାନ ସେବା ସମସ୍ତ କର୍ମଚାରୀଙ୍କ ଆକସ୍ମିକ ବିପଦ ଆପଦରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ I 
ପ୍ରକାଶ ଥାଉକି, ଉକ୍ତ ଦୁଇ ଗୋଟି ଆମ୍ବୁଲାନ୍ସ ରେ ଭେଣ୍ଟିଲେଟର ,ସିରିଜ ପମ୍ପ , ଡ଼ିଫେବ୍ରିଲେଟର,ପେସେଣ୍ଟ ମନିଟର ,ଫୋଲଡିଂ ଷ୍ଟ୍ରେଚର ଆଦି ଅତ୍ୟାଧୁନିକ ଡାକ୍ତରୀ ଯନ୍ତ୍ରପାତି ବ୍ୟବସ୍ଥା ମାନ ରହିଛି I 
ଉକ୍ତ ଉତ୍ସବରେ ସ୍ଥାନୀୟ ଲୋକ ପ୍ରତିନିଧି ,ଶ୍ରମିକ ନେତା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ I
(ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !