ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ l

ଯାଜପୁର(ବ୍ୟାସନଗର) :-ଗୁରୁବାର ସକାଳ ୯ ଘଟିକା ଠାରୁ ୧ ଘଟିକା ପଯ୍ୟନ୍ତ ଲଷ୍ମୀ ନଗର ଫ୍ରେଣ୍ଡସ କ୍ଲବ ୱାର୍ଡ ନଂ. ୪ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଆଖପାଖ ଗାଁ ଲଷ୍ମୀନଗର,ଯୋଡବର, ରମ୍ପାସ,ଯୋଗୀସାହି, ହୁଡ଼ିସାହି, ମହାବୀର କଲୋନୀ,ସପଗାଡ଼ିଆ, ବଙ୍ଗାଳିସାହି,ଫେରୋକ୍ରମ କଲୋନୀ,ପନାସିଆ ଓ ପଦ୍ମପୁର ଗ୍ରାମ ରୁ ଶତାଧିକ ଲୋକ ନିଜ ନିଜର ଆଖି ମାଗଣାରେ ପରୀକ୍ଷା କରାଇଥିଲେ I ସେମାନଙ୍କ ମଧ୍ୟ ରୁ ୨୨ ଜଣ ନିଜ ଆଖି ପାଇଁ ପାୱାର ଚଷମା ବ୍ୟବହାର ପାଇଁ ପରାମର୍ଶ ଓ ୧୭ ଜଣ ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲେ I ସେଥିରୁ ୧୨ ଜଣ ଚଣ୍ଡିଖୋଲ ସାଇନେତ୍ର ଚକ୍ଷୁ ଚିକିତ୍ସାଳୟ କୁ ଅସ୍ତ୍ରପ୍ରଚାର ପାଇଁ ଯାଇଥିଲେ I ରୋଗୀ ମାନଙ୍କ ପାଇଁ ମେଡିକାଲ ତରଫରୁ ଗାଡ଼ିରେ ଯିବା ଆସିବ, ରହିବା ଖାଇବା, ଅପରେସନ ଔଷଧ ଓ ଚଷମା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଇଥିଲା, ଏହି ଆଖି ପରୀକ୍ଷା ଶିବିର ସାଇନେତ୍ର ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଲଷ୍ମୀପ୍ରିୟା ନାୟକ, ଟେକ୍ନିସିଆନ ଗାୟତ୍ରୀ ରାଉତ ଓ ଲଷ୍ମୀ ନଗର ଫ୍ରେଣ୍ଡସ କ୍ଲବ ସଭାପତି ଅଜୟ କୁମାର ଜେନା ଓ ୪ ନଂ ୱାର୍ଡ ର କାଉଁସିଲର ପ୍ରଶାନ୍ତ ଖୁଣ୍ଟିଆ, ଯାଜପୁର ଜିଲ୍ଲା ହିନ୍ଦୁସୁରକ୍ଷା ସେନା ସଭାପତି ବସନ୍ତ କୁମାର ପାତ୍ର ଓ ଲଷ୍ମୀନଗର ଗ୍ରାମର ସଭାପତି ଖଗେଶ୍ୱର ଦାସ,ସୁବାସ ଦାସ,ରମେଶ ଚନ୍ଦ୍ର ଦାସ ପ୍ରମୁଖ ଏହି ଆଖି ପରୀକ୍ଷା ଶିବିରରେ ସହଯୋଗ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !