ପ୍ରଶାସନର ଅବହେଳା ପାଇଁ ସରକାର ହରାଇଲେ କୋଟି କୋଟି ଉର୍ଦ୍ଧ୍ବ ଟଙ୍କାର ରାଜସ୍ୱ I

ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) : - ଓଡିଶା ଖଣି ଏବଂ ଇସ୍ପାତ ବିଭାଗର ପ୍ରଶାସନିକ ଅଧିକାରୀ ମାନଙ୍କ ଦୁର୍ନୀତି ଗ୍ରସ୍ତ ମନୋଭାବ ପାଇଁ ରାଜ୍ୟ ସରକାର ପ୍ରାୟ ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରାଜସ୍ୱ ହରାଇ ସାରିଲେଣି । ଅଭିଯୋଗକାରୀ ଖଣି ଏବଂ ଇସ୍ପାତ ବିଭାଗକୁ ବାରମ୍ବାର ଅଭିଯୋଗ କରି ନିରାଶା ହେବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଶରଣାପନ୍ନ ହେଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଘଟଣାଟିର ସତ୍ୟା ସତ୍ୟ ଅନୁଭବ କରି ରାଜ୍ୟ ସରକାରଙ୍କୁ ୩ ମାସ ମଧ୍ୟରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ୫ ମାସ ବିତିଗଲା କିନ୍ତୁ କାର୍ଯାନୁଷ୍ଠାନ ଶୁନ୍। 
ଘଟଣାରୁ ପ୍ରକାଶ ଯେ ସ୍ୱର୍ଗତ ମାନଗୋବିନ୍ଦ ମହାନ୍ତିଙ୍କୁ ୧୯୮୬ ମସିହାରେ ସୁନ୍ଦରଗଡ ଜିଲ୍ଲା, କୋଇଡା ଖଣି ମଣ୍ଡଳ ପାଟବେଡା ଗ୍ରାମରେ ୧୯. ୪୨୫ ହେକ୍ଟର ଖଣି ଅସ୍ଥାୟୀ ପଟ୍ଟା ଲିଜ୍ ସୂତ୍ରରେ ମିଳିଥିଲା। ମାନଗୋବିନ୍ଦ ମହାନ୍ତିଙ୍କ ମୃତ୍ୟୁ ପରେ ତାଙ୍କର ସାତ ଜଣ ଉତ୍ତରାଧିକାରୀ ଉକ୍ତ ଅସ୍ଥାୟୀ ଲିଜ୍ ପଟ୍ଟା ବଳରେ ଗୋଟିଏ ପାର୍ଟନରସିପ୍ ଫାର୍ମ କରି ସେହି ଖଣିରୁ ଲୁହାପଥର ଉତ୍ତୋଳନ ନିମନ୍ତେ ମାଲିକାନା ପାଇବା ସହିତ ଲୁହାପଥର ଉତ୍ତୋଳନ ଆରମ୍ଭ କରିଦେଲେ।ମାତ୍ର ୨୦୨୦ ମସିହାରେ ଦୁଇଜଣ ଅଂଶୀଦାର ବେଆଇନ ଭାବେ ପାଞ୍ଚ ଜଣିଆ ଚୁକ୍ତିନାମାରୁ ଓହରିଗଲେ। ଏହା ପରେ ମ୍ୟାନେଜିଂ ପାର୍ଟନର ରାଜୀବ ଲୋଚନ ମହାନ୍ତି ଉକ୍ତ ଫାର୍ମକୁ ଆଇନ୍ ଅନୁଯାୟୀ ପୁନର୍ଗଠନ ନକରି ପୁରୁଣା ପାର୍ଟନରସିପ୍ ଚୁକ୍ତିନାମା ଅନୁଯାଇ ବେଆଇନ୍ ଭାବରେ ୨୦୨୦ ମସିହାରୁ ନିଜର ଗହିର୍ତ ସ୍ୱାର୍ଥ ପାଇଁ ଆଜି ପର୍ଯ୍ୟନ୍ତ ବେଆଇନ ଖଣି ଉତ୍ତୋଳନ କରି ଚାଲିଛନ୍ତି। ରାଜ୍ୟ ସରକାର ମଧ୍ୟ ପ୍ରାୟ ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରାଜସ୍ୱ ହରାଇ ସାରିଲେଣି । ଇତିମଧ୍ୟରେ ଦୁଇଜଣ ପାର୍ଟନର ଶ୍ରୀ କମଳ ଲୋଚନ ମହାନ୍ତି ଏବଂ ଶ୍ରୀ ପଦ୍ମଲୋଚନ ମହାନ୍ତି ତାଙ୍କର ପାର୍ଟନରସିପ୍ ଫାର୍ମର ମ୍ୟାନେଜିଂ ପାର୍ଟନରଙ୍କ ଅବୈଧ, ବେଆଇନ ଲୌହଖଣି ଉତ୍ତୋଳନ କରିବା ବିଋଦ୍ଧରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଅଭିଯୋଗ କରି ମଧ୍ୟ କୌଣସି ପ୍ରତିକାର କରାଗଲା ନାହିଁ। ରାଜ୍ୟ ସରକାରଙ୍କ ଖଣି ଓ ଇସ୍ପାତ ବିଭାଗର ମନ୍ତ୍ରୀ ଏବଂ କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀ ମାନେ ଉକ୍ତ ଘଟଣାକୁ ଚପାଇ ଦେବାରୁ ଦୁଇ ଜଣ ପାର୍ଟନର ଯଥାକ୍ରମେ W.P.C ( C ) 28767/2022 ଏବଂ W.P.C ( C ) 15779/2022 ରିଟ ପିଟିସନ ଦେଇ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ସମ୍ମୁଖରେ ତାଙ୍କର ଅଭିଯୋଗ ଶୁଣିବା ନିମନ୍ତେ ପାର୍ଥନା କରିଥିଲେ।ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ଉଭୟ ପିଟିସନ ଶୁଣାଣୀ କରି ପ୍ରତିକାର ନିମନ୍ତେ ରାଜ୍ୟ ସରକାରଙ୍କୁ ଆଦେଶନାମା ଜାରୀ କରିଛନ୍ତି। ଦୁଃଖର ବିଷୟ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶନାମା ର ସମୟ ସୀମା ଠାରୁ ୨ ମାସରୁ ଉର୍ଦ୍ଧ୍ବ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ସରକାର ସେଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏପଟେ ରାଜ୍ୟ ସରକାରଙ୍କ ଅସାଧୁ ପ୍ରଶାସନିକ ଅଧିକାରୀ ମାନଙ୍କ ନ୍ୟସ୍ତସ୍ୱାର୍ଥ ପାଇଁ ରାଜ୍ୟ ସରକାର ପ୍ରାୟ ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରାଜସ୍ୱ ହରାଇ ସାରିଲେଣି ଯାହାକି ସାଧାରଣ ବୁଦ୍ଧିଜୀବିଙ୍କ ମହଲରେ ଆଲୋଚନାର ବିଷୟ ବସ୍ତୁ ହୋଇ ରହିଛି । 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !