ଅକ୍ଷମତା ଉପରେ ସଚେତନତା

ଯାଜପୁର /କଳିଙ୍ଗନଗର - ଅକ୍ଷମତା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଟାଟା ଷ୍ଟିଲ୍ କଳିଙ୍ଗନଗର ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ନିଜ ମଧ୍ୟରେ ଏକ ଅନ୍ତର୍ଭୁକ୍ତକାରୀ ସ୍ରୁଷ୍ଟି କରିବା ପାଇଁ ସଚେତନତା ବିଶେଷ କରି ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ନେଇ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା l ନୂଆମୁଣ୍ଡି ସ୍ଥିତ ସବଳ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅତୁଲ ଶାହାୟ ଓ ବରିଷ୍ଠ ପ୍ରଶିକ୍ଷକ ଶ୍ରୀ ଶୁଭେନ୍ଦ୍ର ସିଂ ଏହି କର୍ମଶାଳା ପରିଚାଳନା କରିଥିଲେ l  ସବଳ ହେଉଛି ଟାଟା ଷ୍ଟିଲ ଦକ୍ଷତା ବିକାଶ ସମିତି (ଟି ଏସ୍ ଏସ୍ ଡି ଏସ୍) ଓ ସ୍ଵତନ୍ତ୍ରକ୍ଷମ (ପି ଡ ବ୍ଲୁ ଡି) ଦ୍ଵାରା ଉଦ୍ଧିଷ୍ଟ ଏକ ସମର୍ଥ ଭାରତ ର ଏକ ମିଳିତ ପଦକ୍ଷେପ l ସୁକିନ୍ଦା ରୁ ୭୦ ଜଣ ଅଙ୍ଗନୱାଡ଼ି କର୍ମୀ ଏହି ଅବସରରେ ଯୋଗ ଦେଇଥିଲେ l ସେମାନଙ୍କୁ ଏହି କର୍ମଶାଳା ରେ ଅକ୍ଷମତା ଓ ଏହାକୁ ନେଇ ସରକରୀ ଅଧିକାରୀ ଙ୍କ ବ୍ୟବହାର ବିଷୟରେ ଅଧିକ ସୂଚନା ଦିଆଯାଇଥିଲା l ଏହା ପରେ ସେମାନଙ୍କୁ ଅକ୍ଷମତା ପ୍ରମାଣପତ୍ର ଓ ପି ଡ ବ୍ଲୁ ଡି ମାନଙ୍କୁ କିପରି ଭାବରେ ଯୋଗଦେଇ ହେବ ସେ ବିଷୟରେ ସୂଚନା ଦେଇଥିଲେ l ଏହି ଅବସରରେ ଶ୍ରୀ ଅତୁଲ କହିଛନ୍ତି ଯେ ପି ଡ ବ୍ଲୁ ଡି ଚିହ୍ନଟ କରି ସେମାନଙ୍କୁ ପ୍ରକୃତ କ୍ଷମତା ବ୍ୟବହାର କରି ମୁଖ୍ୟସ୍ରୋତକୁ ଆଣିବାରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଉଛି l ଏହି ଅବସରରେ ଯୋଗ ଦେଇଥିବା ସମସ୍ତ ଅଙ୍ଗନୱାଡ଼ି କର୍ମୀ ପ୍ରତି ପଞ୍ଚାୟତ ସ୍ତରରେ ନିରୀକ୍ଷଣ ମାଧ୍ୟମରେ ଅକ୍ଷମତା ଅଧିକାର କୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଉତ୍ସାହିତ କରାଯାଇଛି l ଏଥିରେ ଯୋଗଦେଇ ଜଣେ କର୍ମଚାରୀ କହିବା ଅନୁସାରେ ଅସମ୍ମାନ ବ୍ୟବହାର ଓ ଭେଦଭାବ ଅକ୍ଷମ ଲୋକମାନଙ୍କ ସାଧାରଣ ଅଧିକାର ଓ ମୌଳିକ ସ୍ଵାଧୀନତା କୁ ଅବରୋଧ କରିଥାଏ l ଆମେ ସେମାନଙ୍କୁ ଯଥା ଶୀଘ୍ର ସହାୟତା ପ୍ରଦାନ କରିବାକୁ ଚେଷ୍ଟା କରିବୁ l ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମାବତୀ ଜେନା, ସି ଡି ପି ଓ ଶ୍ରୀମତୀ ସଂଯୁକ୍ତା କାନୁନଗୋ ଏହି ଅବସରରେ ଉପସ୍ଥିତ ଥିଲେ l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !