ମତଦାତାଙ୍କୁ ଭୋଟ ଦେବାକୁ ପ୍ରୋତ୍ସାହିତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ l

ଯାଜପୁର (ବ୍ୟୁରୋ ରିପୋର୍ଟ) :-ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶମତେ ଯାଜପୁର ଜିଲ୍ଲାରେ ଜୁନ୍ ୧ ତାରିଖରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ନିର୍ବାଚନ କମିଶନ ମତଦାନ ହାରକୁ ଯଥା ସମ୍ଭବ ବୃଦ୍ଧି କରିବା ଦିଗରେ ଯୁବ ଭୋଟର, ଦିବ୍ୟାଙ୍ଗ ଭୋଟର, କିନ୍ନର ଭୋଟର, ବରିଷ୍ଠ ନାଗରିକ ଭୋଟର ମାନଙ୍କୁ ଶତକଡା ଶତ ପ୍ରତିଶତ ସାମିଲ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରଖିଚ୍ଥନ୍ତି । ଚଳିତ ଏକକାଳୀନ ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଦେଶ ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପୱନ ସଲ୍ୟାଣଙ୍କ ନିର୍ଦ୍ଦେଶମତେ ଭୋଟ ଦାନ, ମହତ ଦାନ, ଜାଗୃତ ହୋଇ କରନ୍ତୁ ମତଦାନ ପ୍ରତ୍ୟେକ ଭୋଟ ଅଟେ ମୂଲ୍ୟବାନ, ସକ୍ଷମ ହେଉକି ଭିନ୍ନକ୍ଷମ, ସଭିଙ୍କ ପାଇଁ ନିର୍ବାଚନ, ଆପଣଙ୍କ ମତ, ଓଡିଶାର ଭବିଷ୍ୟତ, ମୋ ଭୋଟ ମୋ ଗର୍ବ, ଭୋଟର ହୋଇ ମୁଁ ଗର୍ବିତ ଭୋଟ ଦେବାପାଇଁ ପ୍ରସ୍ତୁତ ଏବଂ ମତଦାନ ଏକ ମୈାଳିକ ଅଧିକାର ପୂର୍ବକ ଭୋଟର ଜାଗରଣ ବହୁଳ ମାତ୍ରାରେ ଜିଲ୍ଲାରେ କରିବା ଦିଗରେ ଯୁବ ଭୋଟର, ମହିଳା ଭୋଟର, ସଚେତନ ନାଗରିକ ମାନଙ୍କୁ ନେଇ ଏକ ପଦଯାତ୍ରା ରାଲି ମାଧ୍ୟମରେ ସତେଚନତା କାର୍ଯ୍ୟକ୍ରମ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରି ଗାନ୍ଧି ଚ୍ଥକ, ରେଡକ୍ରସ ଚ୍ଥକ, ମେଡିକାଲ ଚ୍ଥକ ଦେଇ ହକି ଷ୍ଟାଡିୟମ ଠାରେ ପହଂଚିଥିଲା । ଭୋଟର ସଚେତନତା ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ରେ୍ଟଟ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗଦେଇ ସାମ୍ୱାଦିକ ମାନଙ୍କୁ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ସମ୍ୱନ୍ଧରେ ଅବଗତ କରାଇବା ସହ ସଚେତନତା ଭୋଟର ଜାଗରଣର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ଉଲ୍ଳେଖ କରି ଯାଜପୁର ଜିଲ୍ଲାରେ ଜୁନ୍ ୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସଚେତନତାମୂଳକ ଦୃଶ୍ୟଶ୍ରାବ୍ୟ ଭୋଟର ସଂଗୀତକୁ ଶୁଭାରମ୍ଭ କରିଥିଲେ । ପରେ ସମଗ୍ର ଜିଲ୍ଲାରେ ପ୍ରତ୍ୟେକ ବ୍ଳକ ଓ ପଂଚାୟତ ମାନଙ୍କରେ ଭୋଟର ସଚେତନତା ଜାଗରଣ ନିମନ୍ତେ ଦୁଇଗୋଟି ରଥକୁ ଜିଲ୍ଲା କାର୍ଯ୍ୟାଳୟରୁ ସବୁଜ ପତାକା ଦେଖାଇ ଶ୍ରୀ କଲ୍ୟାଣ ଶୁଭାରମ୍ଭ କରିଥିଲେ । ପଦଯାତ୍ରା ରାଲିର ସମସ୍ତ କାର୍ଯ୍ୟକ୍ରମ ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଅଶୋକ କୁମାର ବେହୁରିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଊପ-ଜିଲ୍ଲାପାଳ ଅଂଶୁମାନ ଶତପଥୀ, ଡେପୁଟୀ କଲେକ୍ଟର ନିର୍ବାଚନ ରଶ୍ମୀ ରଂଜନ ମଲ୍ଲିକ, ଶାଶ୍ୱତୀ ସାଡୁଆଳ, ସୋନମ ଦାସ, ବରିଆଲ ମୁର୍ମୁ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା, ଦଶରଥପୁର ତହସିଲଦାର ବିକ୍ରମ କେଶରୀ ପରିଡା, ଯାଜପୁର ବିଡିଓ ସ୍ୱାଗତ ଦାସ, ଯାଜପୁର ପୈାର ପରିଷଦ ନିର୍ବାହୀ ଅଧିକାରୀ ଅନିଲ କୁମାର ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସବିତା ଚ୍ୟାଊପଟ୍ଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଏମ୍‌ଜିଏନ୍‌ଆରଇଜିଏସ୍ ଚିନ୍ମୟ ସିଂଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !