ଅସାବଧାନତା ନେଇଗଲା ଜୀବନ, ୱାଗନର ତଳେ ଚାପିହୋଇ ଗଲା ୬ଟି ଜୀବନ I

ଯାଜପୁର (ବ୍ୟାସନଗର) : - ପୁଣି ଏକ ଟ୍ରେନ ଦୁର୍ଘଟଣା ଘଟଣା ଯାହା ପୁଣି ଦୁଃଖ ଦେଇଛି। ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିକଟ ରେଳ ଧାରଣାରେ କଟି ୬ ଜଣଙ୍କର ଜୀବନ ଯାଇଛି। ଏହି ଅଘଟଣ ଯୋଗୁଁ ଅନ୍ୟ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ।ସୂଚନା ମୁତାବକ ଆଜି ଅପରାହ୍ଣ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡ଼ି ତଳେ ଆଶ୍ରୟ ନେଇଥିଲେ।ସ୍ଵଳ୍ପ ସମୟ ପରେ ୱାଗନ ଆଗକୁ ବଢ଼ିଥିଲା। ଫଳରେ ୱାଗନ ଚକା ତଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୫ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁରରୋଡ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ୩ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l
ରେଳ ବିଭାଗ ଡିଆରଏମ କହିଛନ୍ତି ୱାଗନର ଗୁଡିକ ଅନେକ ଦିନ ହେବ ଷ୍ଟପ୍ ଲାଇନରେ ଛିଡା ହୋଇଥିଲା। ସେହି ନିକଟରେ ରେଳ ଶ୍ରମିକ ମାନେ ପ୍ୟାନେଲ ଲୋଡିଂ କାମ କରୁଥିଲେ। ଆଜି ବର୍ଷା ପବନ ହେବା ଫଳରେ ଶ୍ରମିକମାନେ ସେହି ୱାଗନର ତଳକୁ ଚାଲିଯାଇଥିଲେ। ଆଉ କ୍ଷୀପ୍ର ପବନ ପାଇଁ ୱାଗନରଟି ଯେତେବେଳେ ଗଡ଼ିବାକୁ ଲାଗିଲା ସେତେବେଳେ ଶ୍ରମିକମାନେ ବାହାରକୁ ବହାରିପାରିଲେ ନାହିଁ ଯାହା ଫଳରେ ଚାଲି ଯାଇଛି ୬ଟି ଜୀବନ। ସ୍ଥାନୀୟ ଲୋକେ ସେହି ୱାଗନର ତଳେ ଗଳି ମଳତ୍ୟାଗ କରିବାକୁ ଯାଆସ କରନ୍ତି। କେହି ଜଣେ ହେଲେ ଲାଷ୍ଟ ୱାଗନରର ଲକକୁ ଖୋଲିଛି। ଯାହା ଫଳରେ ଅନ୍ୟ ୱାଗନର ସ୍ଥିର ରହିଥିବା ବେଳେ ଲାଷ୍ଟ ୱାଗନରଟି ଦ୍ରୁତ ବେଗରେ ପବନ ହେବା ଦ୍ବାରା ଗଡ଼ିବାକୁ ଲାଗିଲା। ଯେହେତୁ ଶ୍ରମିକ ମାନେ ସେହି ୱାଗନର ତଳେ ରହିଯାଇଥିଲେ, ତେଣୁ ସେମାନେ ଦୁର୍ଘଟଣାର ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !