ଦାନଗଦି ବ୍ଲକ ରେ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର l

ଯାଜପୁର :- ଚଳିତ ମାସ ଦୁଇ ତାରିଖ ବୁଧବାର, ରଣାଗୁଣ୍ଡି ପଂଚାୟତର ବାରଖାଇ ଗ୍ରାମର ପରମେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ଓ ଭୂମିକା ହସ୍ପିଟାଲ ଯାଜପୁର ରୋଡ ଅନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସିବିରରେ କୋଳିପାଳ,ନୀଳକଣ୍ଠ ପୁର, ମଣ୍ଡପଡା ,ବାଘୁଆ ପାଳ, ରଗଡା,ରାମ୍ପିଲୋ,ଗଡ଼ିଗଠ,ଶୂଳିଆ, ନଣ୍ଡା ବର, ଏହିସବୁ ଗ୍ରାମରୁ ଅନେକ ଲୋକ ନିଜ ନିଜର ଆଖି ମାଗଣାରେ ପରୀକ୍ଷା କରାଇଥିଲେ l ହସ୍ପିଟାଲ ତରଫରୁ ରୋଗୀ ମାନଙ୍କ ପାଇଁ ରହିବା ଖାଇବା, ଯିବା ଆସିବ,ଔଷଧ ଚଷମା,ଅପରେସନ,ସମସ୍ତ ପ୍ରକାର ସୁବିଧା ମାଗଣାରେ ଯୋଗାଇ ଦିଆଯାଥିଲା l ଏହି ଶିବିରରେ ମେଡିକାଲର. ଦେବେନ୍ଦ୍ର ସେଠି CHM ଜାରକା, ଅରୁଣ ମହାରଣା CHM ଯାଜପୁର ରୋଡ. ଅଭିଲିପ୍ସା ମହାରଣା,ଲକ୍ଷ୍ମୀ ପଣ୍ଡିତ,ବସନ୍ତ କୁମାର ପାତ୍ର ଓ ବlରଖାଇ ପରମେଶ୍ୱର ମହାଦେବ କମିଟିର ଦୀନବନ୍ଧୁ ପେରେଇ,ରବୀନ୍ଦ୍ର କୁମାର ସାହୁ, କାରମଚାନ୍ଦ ଉତର କବାଟ,ଅଶୋକ ଜେନା ,ଲୋକନାଥ ମୁଦୁଲି ପ୍ରମୁଖ ଏହି ଶିବିର ରେ ସହଯୋଗ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !