ବୁଲା ଷଣ୍ଢ ଆକ୍ରମଣରେ ବ୍ୟକ୍ତି ଗୁରୁତର ।

ଢେଙ୍କାନାଳ :-ଚଳିତ ମାସ ଦୁଇ ତାରିଖରେ ଜିଲ୍ଲା ର ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତ ସାରଙ୍ଗ ପୁର ଗ୍ରାମର ହଳଧର ସାହୁ ବୁଲା ଷଣ୍ଢ ଆକ୍ରମଣରେ ଗୁରୁତର ହୋଇପଡିଛନ୍ତି ।
ସୂଚନା ଥାଉ କି ଉକ୍ତ ଗ୍ରାମର ହଳଧର ସାହୁ (୬୦) ନୀତିଦିନ ରାତିରେ ଧାନ ବିଲ ଜଗିବାକୁ ଯାଆନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତଃ ଗତ କାଲି ମଧ୍ୟ ରାତ୍ରିରେ ତାଙ୍କୁ ଏକ ବୁଲା ଷଣ୍ଢ ଧାନ ଜଗିବା ସମୟରେ ଆକ୍ରମଣ କରିଥିଲା ।
ଫଳରେ ସେ ଗୁରୁତର ହୋଇପଡିଥିଲେ ।ଖବର ପାଇ ସଂଗେ ସଂଗେ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ପରେ ଅବସ୍ଥା ସଂକତାପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !