ବୁଦ୍ଧରାଜା ସରକାରୀ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ପ୍ରତୀକ ଉନ୍ମୋଚନ l

 


ଯାଜପୁର ( ଦାନଗଦି) :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ର ଦାନଗଦି ବୁଦ୍ଧରାଜା ସରକାରୀ ବିଦ୍ୟାପୀଠ ଏକ ପୁରାତନ ବିଦ୍ୟାପୀଠ I ଏହି ବିଦ୍ୟାପୀଠ ଟି ଆଜକୁ ୫୦ ବର୍ଷ ତଳେ ୧୯୭୧ ମସିହାରେ  ସ୍ଥାନୀୟ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ନିର୍ମାଣ ହୋଇଥିଲା l ୫୦ ବର୍ଷ ପୂର୍ତ୍ତୀ ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ତରଫରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହେବାକୁ ଯାଉଥିବା ବେଳେ ଏହାର ପ୍ରତୀକ (Logo) ଉନ୍ମୋଚିତ ହୋଇଯାଇଛି l ଏହି ଅବସରରେ ସୁକିନ୍ଦା ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ


ଅତିଥି ଭାବେ ଯୋଗ ଦେଇ ପ୍ରତୀକ ଉନ୍ମୋଚନ କରିଥିଲେ l ପୁରାତନ ଛାତ୍ର ତଥା ଯାଜପୁର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଲୋକନାଥ ଧିର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟ ର ନିର୍ମାତା ଶ୍ରୀଯୁକ୍ତ ବାମନ ଚରଣ ପଥାଳ, ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ତଥା'' ଚଲାପଥ '' ପତ୍ରିକା ର ସମ୍ପାଦକ ଶ୍ରୀଯୁକ୍ତ ହଳଧର ଧିର l ମୁଖ୍ୟ ଅତିଥି ଭାବେ ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ବେହେରା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ, ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବଳରାମ ନାୟକ, ଦାନଗଦି ବ୍ଲକ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଭଞ୍ଜ, ତ୍ରିଜଙ୍ଗା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ କାହ୍ନୁଚରଣ ଦାସ ପ୍ରମୁଖ ଯୋଗ ଦେଇଥିଲେ l ଏହା ବ୍ୟତୀତ ସମସ୍ତ ପୁରାତନ ଛାତ୍ର - ଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବି ଯୋଗ ଦେଇଥିଲେ l ଏହି କର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବାକୁ ଥିବା ପରିଚାଳନା କମିଟି ତରଫରୁ ସୂଚନା ଦିଆଯାଇଛି l 

The unveiling of the golden jubilee symbol of Buddharaja Government School. 



Jajpur (Danagadi): - Danagadi Buddharaja Government Vidyapeeth in Jajpur district's Danagadi block is an old school. Its logo was unveiled on the eve of the celebrations. The function was presided over by Mr. Loknath Dhir, a former student and representative of Jajpur MP, who was the chief guest at the function, which was attended by Priti Ranjan Ghadai

as the Chief Guest. Former Baman Charan Pathal, Senior Journalist Mr. Haldhar Dhir l, Editor of the magazine, Mr. Raghunath Behera, Former Retired Teacher, Mr. Chittaranjan Das, Headmaster of the School, Mr. Balaram Nayak, Block Education Officer, Mr. Sudhanshu Shekhar Bhanj, Executive Chairperson , Danagadi Block, Mr. The keynote


address was attended by all alumni, parents, and intellectuals.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !