ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ଭେଣ୍ଡର୍ ସହଯୋଗୀମାନଙ୍କ ଲାଗି ସୁରକ୍ଷା ସମ୍ମିଳନୀ “ ସୁମିଳନ’ ଆୟୋଜିତ l

RITA VISION NEWS By Umakanta Mohapatra
Photo
ଯାଜପୁର (ବ୍ୟୁରୋ ରିପୋର୍ଟ ) :- ଟାଟା ଷ୍ଟିଲ୍‌ କଳିଙ୍ଗ ନଗର (ଟିଏସ୍‌) ପକ୍ଷରୁ ଯାଜପୁର ଜିଲ୍ଲାର ଡୁବୁରି ସ୍ଥିତ କଳିଙ୍ଗନଗର କାରଖାନା ପରିସରରେ ଭେଣ୍ଡର୍ ସହଯୋଗୀମାନଙ୍କ (ଭେଣ୍ଡର ପାର୍ଟନର) ଲାଗି “ସୁମିଳନ' ନାମକ ଏକ ସୁରକ୍ଷା ଯୋଗାଯୋଗ ସମ୍ମିଳନୀ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି l ଟାଟା ଷ୍ଟିଲ୍‌ କଳିଙ୍ଗ ନଗରର ଭିପି (ଅପରେସନ୍) ରାଜୀବ କୁମାର ଏହି ଅବସରରେ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିବା ବେଳେ ଟାଟାଷ୍ଟିଲ୍‌ କଳିଙ୍ଗନଗର ଏବଂ ୟୁନିୟନର ଅଧିକାରୀ ମାନେ ଉପସ୍ଥିତ ଥିଲେ । ‘ସୁମିଳନ’ର ଏହି ନବମ ସଂସ୍କରଣ କାର୍ଯ୍ୟକ୍ରମରେ ବିଭିନ୍ନ ଭେଣ୍ଡର ସହଯୋଗୀମାନଙ୍କର ୫୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରି ସୁରକ୍ଷାର ବିଭିନ୍ନ ଦିଗ ଉପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମ୍ମିଳନୀର ବିଷୟବସ୍ତୁ ଥୁଲା "କିକେନ୍ ୟୋଚି ଟ୍ରେନିଂ (କେୱାଇଟି) ମାଧ୍ୟମରେ ୟୁନିଫର୍ମ ରିସ୍କ ପରସେକ୍ସନ୍’ । ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ବିପଦର ପୂର୍ବାନୁମାନ କରିବା ପାଇଁ କେୱାଇଟି ହେଉଛି ଏକ ସ୍ଵଚ୍ଛକାଳୀନ କାର୍ଯ୍ୟକଳାପ ।
ଏହି କାର୍ଯ୍ୟକ୍ରମ ଅବସରରେ ଭେଣ୍ଡର୍ ସହଯୋଗୀ ଏବଂ ସେମାନଙ୍କ କର୍ମଚାରୀମାନଙ୍କ ପକ୍ଷରୁ କାର୍ଯ୍ୟସ୍ଥଳୀ ଓ କର୍ମଚାରୀଙ୍କ ବହୁ ଶ୍ରେଷ୍ଠ ସୁରକ୍ଷା ପଦକ୍ଷେପର ପ୍ରଦର୍ଶନ କରାଯାଇଥିଲା ଏବଂ କାର୍ଯ୍ୟସ୍ଥଳୀରେ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ସୁରକ୍ଷା ସମ୍ପର୍କିତ ପ୍ରତିଯୋଗିତାରେ ବିଜୟୀ ଭେଣ୍ଡର୍ ସହଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ “ ସୁମିଳନ' ହେଉଛି ଏକ ବିଷୟ ଭିତିକ ସୁରକ୍ଷା ଯୋଗାଯୋଗ ମଂଚ ଯେଉଁଠାରେ ସଂସ୍କାର ପ୍ରଚଳିତ ସୁରକ୍ଷା ପ୍ରଦର୍ଶନ ସମ୍ପର୍କରେ ଭେଣ୍ଡର୍ ଏବଂ ସେମାନଙ୍କ କର୍ମଚାରୀମାନେ ଟାଟା ଷ୍ଟିଲ୍‌ର ବରିଷ୍ଠ ଅଧିକାରୀମାନଙ୍କ ସହ ଭାବ ବିନିମୟ କରିଥାନ୍ତି । 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !