ଉଦୟବଟ’ ତରଫରୁ ୭୭ତମ ସ୍ୱାଧିନତା ଦିବସ ପାଳନ ସହ ‘ଉଦୟବଟ ଇ-ନ୍ୟୁଜ୍‌’ର ୪ର୍ଥ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି l

ଯାଜପୁର /ବ୍ୟାସନଗର( ବ୍ୟୁରୋ ରିପୋର୍ଟ ):- ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ପକ୍ଷରୁ ୭୭ତମ ସ୍ୱାଧିନତା ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ନାତି ତଥା ଯାଜପୁରରୋଡ଼ ସ୍ଥିତ ‘ଟିପିଏନଓଡିଲ’ର ମୁଖ୍ୟ ଆକାଉଟାଂଟ ଶୀତିକଣ୍ଠ ଆଚାର୍ଯ୍ୟ, ଉଦ୍‌ଘାଟକ ଭାବେ, ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଡିଜିଏମ ଅଶୋକ କୁମାର ସାହୁ ମୁଖ୍ୟ ଅତିଥି ଭାବେ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବରିଷ୍ଠ ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ମୁଖ୍ୟବକ୍ତା ଭାବେ, ଯୁବ ଉଦ୍ୟୋଗୀ ତଥା ସମାଜସେବୀ ବିଭୂପ୍ରସାଦ ଲେଙ୍କା, ଫେରୋକ୍ରୋମ କାରଖାନାର ଏଜିଏମ ଇଂ. ରଶ୍ମିରଂଜନ ବିଶ୍ୱାଳ, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ଶିକ୍ଷାବିତ୍ ତଥା ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ପଦାଧିକାରୀ ନିରାକାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଠାରେ ତ୍ରିରଂଙ୍ଗାକୁ ଉତୋଳନ କରିଥିଲେ । କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ଦୁର୍ଲ୍ଲଭ କଳା ପରିଷଦ’ର କଳାକାରମାନେ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ । ଏଥିରେ ଶିକ୍ଷାବିଦ୍ ନୃସିଂହ ଚରଣ ବଳ, କେରଳର ବିଶିଷ୍ଠ ବ୍ୟବସାୟୀ ଜି. ସୁରେନ୍ଦ୍ରନ ପିଲାଇ, ରଶ୍ମିତା ଲେଙ୍କା, ହିନ୍ଦୁ ସୁରକ୍ଷା ସେନାର ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ଶ୍ରମିକ ନେତା ଅରୁଣ ଦାସ ପ୍ରମୁଖ ଯୋଗ ଦେଇ କହିଥିଲେ ଯେ, ଖବର ପ୍ରକାଶନ ସହ ‘ଉଦୟବଟ’ ଦୀର୍ଘ ୦୩ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ସାମାଜିକ ତଥା ଉନ୍ନୟନମୂଳକ ଓ ସଚେତନତାଭିତିକ କାର୍ଯ୍ୟକ୍ରମ ଆଦି ଜାରୀ ରଖିଥିବାରୁ ଏହାର ଭୂୟସୀ ପ୍ରଂଶସା କରିଥିଲେ । ଏଥିରେ ଜିଲ୍ଲାର ବରିଷ୍ଠ ‘ଆପ୍‌’ ନେତା ତଥା ସାମ୍ବାଦିକ ବିଭୂତି ଭୂଷଣ ଜେନା, ‘ରୀତା ଭିଜନ ନ୍ୟୁଜ୍‌’ର ସଂପାଦକ ଉମାକାନ୍ତ ମହାପାତ୍ର, ଅଭାରାମ ପରିଡ଼ା, ପଣ୍ଡିତ ହରେକୃଷ୍ଣ କର, ଯୁବ ସମାଜସେବୀ ଶରତ ବିଶ୍ୱାଳ, ହରଦୟାଲ ସିଂ, ପ୍ରିତିପାଲ ସିଂ, ଲକ୍ଷ୍ମୀନାରାୟଣ ଅଗ୍ରୱାଲା, ସଂଜୟ ସ୍ୱାଇଁ, ଜ୍ୟୋତ୍ସାରାଣୀ ଦତ, ବିଜୟଲକ୍ଷ୍ମୀ ପଣ୍ଡିତ, ଦମୟନ୍ତୀ ବଳ, ମମତା ଦାଶ, ଅନପୂର୍ଣ୍ଣା ରାୟ, ନୀଳେନ୍ଦ୍ରୀ ନାୟ. ଭାରତୀ ବିଶ୍ୱାଳ, ସୁମତି ବାରିକ, ଗୁଡ଼ି ସୂତାର, ଆରତୀ ବାରିକ, ସଂଯୁକ୍ତା ସ୍ୱାଇଁ, ଭାରତୀ ଜେନା, ସସ୍ମିତା ମଲ୍ଲିକ, ଉମା ସାହୁ, ଶଶିକଳା ଶର୍ମା, ବୁନା ଦେଇ, ନିକିତା ବାରିକ, ମିନତୀ ପୃଷ୍ଟି, ଭାନୁମତି ସାହୁ, ରାଜଲକ୍ଷ୍ମୀ ବଳ, ମିଟି ମହାରଣା, କାଂଚନ ନାୟକ, ପିଙ୍କି ନାଥ, ଭାରତୀ ବେହେରା, ବି. ସାବିତ୍ରୀ, ଗୋଲାପ ମଲ୍ଲିକ, ହରିପୁରହାଟର ଯୁବ ଉଦ୍ୟୋଗୀ ଶରତ ସାହୁ, ନରହରି ବେହେରା, ସମର ମଣ୍ଡଳ, ପ୍ରଦୀପ ବାରିକ, ସୁମନ ରାୟ, ସନାତନ ମଲ୍ଲିକ, ପ୍ରଫୁଲ୍ଲ ବାରିକ, ସୁମନ୍ତ ରାଉତ, ଯୁବ ସମାଜସେବୀ ଅସିତ୍ ଦାସ, ସାମ୍ବାଦିକ ଅଭିରାମ ପରିଡ଼ା, ସନ୍ତୋଷ ବାଇ, କଳିଙ୍ଗ କେଶରୀ ରାଉତ, ପ୍ରତାପ ମିଶ୍ର, ଶ୍ୟାମସୁନ୍ଦର ରାଉତ, ସମୀର ମିଶ୍ର, ଅଭିଷେକ ମଲ୍ଲ, ରାମଚନ୍ଦ୍ର ବାରିକ, କାଳନ୍ଦି ବାରିକ, ଋାମାୟା ମୁଣ୍ଡା, ରତିକାନ୍ତ ମହାନ୍ତି, ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଠାରେ ‘ଉଦୟବଟ ଇ-ନ୍ୟୁଜ୍‌’ର ୪ର୍ଥ ବାର୍ଷିକୋତ୍ସବ ପାଳିତ ହୋଇଥିଲା । ବ୍ୟାସନଗର ପୈାର ପରିଷଦ ଅଂଚଳରେ କାର୍ଯ୍ୟରତ ସ୍ଥାନୀୟ ୦୨ନଂ. ୱାର୍ଡ଼ର ଅଗ୍ରଣୀ ମହିଳା ମହାସଂଘ ‘ନର୍ମଦା’ର ବହୁ ମହିଳା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ୱାଧିନତା ଦିବସ ପାଳନ କରିଥିଲେ । ମାଓବାଦୀଙ୍କ ଗୁଳିରେ ନିକଟରେ ନିହତ ହୋଇଥିବା କେଉଁଝର ଜିଲ୍ଲାର ସିଆରପିଏଫ ଯବାନ ସୁଶାନ୍ତ ଖୁଟିଂଆଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଏଠାରେ ୦୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ କବୟତ୍ରୀ ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !