ଅବସରପ୍ରାପ୍ତ ରାଜସ୍ବ ଅଧିକାରୀଙ୍କ ବିୟୋଗରେ ‘ଉଦୟବଟ’ ତରଫରୁ ଶୋକ ସଭା ଅନୁଷ୍ଠିତ l

ଯାଜପୁର (ବ୍ୟାସନଗର ):- ଜିଲ୍ଲାର ତତ୍କାଳୀନ ସୁକିନ୍ଦା,ବ୍ୟାସନଗର ତହସିଲ ସମେତ ବିଭିନ୍ନ
ତହସିଲରେ ରାଜସ୍ବ ନିରୀକ୍ଷକ (ଆର.ଆଇ), ରାଜସ୍ଵ ସୁପରଭାଇଜର ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରି ଅବସର ନେବା ପରେ ମଧ୍ୟ କଳିଙ୍ଗ ନଗର ଅତିରିକ୍ତ
ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ବ୍ରଜକିଶୋର
ମଲ୍ଲିକ କିଛି ସମୟ ଧରି ସହାୟତା କରିଥିଲେ।
ସେ ସ୍ଥାନୀୟ ବ୍ୟାସନଗର ପୌରାଂଚଳର
ଫେରୋକ୍ରୋମ କଲୋନିଗେଟ୍ ନିକଟସ୍ଥ ବାଙ୍କି ସାହି ଠାରେ ଘର କରି ବସବାସ କରିଆସୁଥିଲେ । ତାଙ୍କର ଗତ ତା ୧୫/୦୨/୨୦୨୩ ରିଖ ବୁଧବାର ସକାଳେ ଅଚାନକ ହୃଦ୍‌ଘାତରେ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ
ପାଇଛି। ଶ୍ରୀଯୁକ୍ତ ମଲ୍ଲିକଙ୍କ ବିୟୋଗରେ
‘ ଉଦୟବଟ’ ତରଫରୁ ଗତକାଲି ସନ୍ଧ୍ୟାରେ
ସ୍ଥାନୀୟ ‘ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ , ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଚନ୍ଦ୍ରମଣି ସାମଲ, ସୁସାହିତ୍ୟିକ ଡଃ. ଅକ୍ଷୟ କୁମାର ପଣ୍ଡା, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଂଜୟ କୁମାର ଦେଓ, ଜିଲ୍ଲା କଳା କ୍ରୀଡ଼ା ଶିକ୍ଷକ ସଂଘ ନେତା ଆଶିଷ ଦେବରଂଜନ ମଲ୍ଲିକ, ଫେରୋକ୍ରୋମ କାରଖାନାର ବରିଷ୍ଠ ଅଧିକାରୀ ରବୀନ୍ଦ୍ର କୁମାର ଦାସ, ହିନ୍ଦୁ
ସୁରକ୍ଷା ସେନାର ଜିଲ୍ଲା ସଭାପତି ବସନ୍ତ
କୁମାର ପାତ୍ର, ବ୍ୟାସନଗର ସ୍ଵୟଂଶାସିତ
ମହାବିଦ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ
କିରାଣୀ ନୃସିଂହ ଚରଣ ବଳ,ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ନିରାକାର ନାୟକ, ସମାଜସେବୀ ଚକ୍ରଧର ମଲ୍ଲିକ, ଶ୍ରମିକ ନେତା ଅରୁଣ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ
ବରିଷ୍ଠ ଅଧିକାରୀ ଇଂ. ଅଶୋକ କୁମାର ଦାସ, ଯୁବ ନେତା ଅସିତ୍ ଦାସ, ସନାତନ ମଲ୍ଲିକ, ସୁମନ ରାୟ, ହରଦୟାଲ ସିଂହ, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ଗୋଲାପ ମଲ୍ଲିକ, ମିଟି ମହାରଣା, ସସ୍ମିତା ମଲ୍ଲିକ ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ମଲ୍ଲିକ ଙ୍କୁ ଶ୍ରଦ୍ଧାସୁମନ
ଅର୍ପଣ କରିବା ସଂଗେ ସଂଗେ ତାଙ୍କର ସ୍ମୃତି ଚାରଣ କରିଥିଲେ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ସଭା ଆରମ୍ଭରୁ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା
କରାଯାଇଥିଲା। ଭଗବାନ ତାଙ୍କ ପରିବାରବର୍ଗଙ୍କୁ ଏଭଳି ଦୁଃ–ସମୟରେ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରିବାକୁ କାମନା କରାଯାଇଥିଲା। ବିଶେଷକରି ‘ ଉଦୟବଟ’ ଖାଲି ଉତ୍ସବ ପାଳନ କରେନି ବରଂ ଲୋକଙ୍କ ସୁଖ ଓ ଦୁଃଖ ଉଭୟ
ସମୟରେ ରହି ସହଯୋଗ କରି ଆସୁଥିବାରୁ
ବକ୍ତାମାନେ ସାଧୁବାଦ ଜଣାଇଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !