‘ଉଦୟବଟ’ର ୨୧ତମ ବାର୍ଷିକୋତ୍ସବ ଓ ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି l

ଯାଜପୁର (ବ୍ୟାସନଗର) ,୦୧/୦୧ :- ବ୍ୟାସନଗରରୁ ପ୍ରକାଶିତ ସମ୍ବାଦ ଭିତ୍ତିକ ପତ୍ରିକା ‘ଉଦୟବଟ’ର ୨୧ତମ ବାର୍ଷିକୋତ୍ସବ ଓ କୋରାଇର ପୂର୍ବତନ ବିଧାୟକ, ଯାଜପୁରର ଭୂମିପୂତ୍ର ୰ ଅଶୋକ ଦାସଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ‘ଦୁର୍ଲ୍ଳଭ କଳା ପରିଷଦ ମଣ୍ଡପ’ ଠାରେ ତା ୨୯/୧୨/୨୦୨୪ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବ୍ୟାସନଗର ପୈାର ପରିଷଦର ପ୍ରାକ୍ତନ ନଗରପାଳ ତଥା ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ, ଯାଜପୁର ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ତଥା ପ୍ରାକ୍ତନ ପୈାରାଧ୍ୟକ୍ଷା ସବିତା ରାଉତ ମୁଖ୍ୟ ବକ୍ତା , ବରିଷ୍ଠ ବିଜେପି ନେତା ସତ୍ୟନାରାୟଣ ମହାନ୍ତି, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ରାଜ୍ୟ ଶିଳ୍ପ ନିଗମର ଅବସରପ୍ରାପ୍ତ ବରିଷ୍ଠ ପଦାଧିକାରୀ କୈଳାସ ଚନ୍ଦ୍ର ସାସମଲ, ବରିଷ୍ଠ ସାମ୍ବାଦିକ ତଥା ‘କଳିଙ୍ଗନଗର ବୁଲେଟିନ୍‌’ର ସଂପାଦକ ହାରାଧନ ବାନାର୍ଜ୍ଜୀ, କାଉନସିଲର ପାର୍ଥସାରଥି ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ, ‘ଉଦୟବଟ’ କେବଳ ଏକ ର୍ନିଭୀକ ସମ୍ବାଦ ଭିତ୍ତିକ ପତ୍ରିକା ନୁହେଁ ବରଂ ଏହାର କର୍ମକର୍ତ୍ତାମାନେ ବର୍ଷତମାମ ଯେଉଁସବୁ ଜନହିତକର, ସାଂସ୍କୃତିକ ଓ ସଚେତନାଧର୍ମୀ କାର୍ଯ୍ୟକ୍ରମମାନ କରୁଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବା ଆବଶ୍ୟକ । ବର୍ତମାନ ଏହାର କାର୍ଯ୍ୟକ୍ରମଗୁଡିକ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହେବାକୁ ବସିଛି । ବିଶେଷକରି ‘କରୋନା’ ସମୟରେ ‘ଉଦୟବଟ’ ଅଭାବୀ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଖରେ ପହଂଚି ଯଥାସମ୍ଭବ ସହଯୋଗ କରିଛି । ବୃକ୍ଷରୋପଣ ଓ ବୃକ୍ଷର ରକ୍ଷଣାବେକ୍ଷଣ କରି ପରିବେଶ ସୁରକ୍ଷାରେ ଏହା ବହୁ ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା ତଥା ଓଡ଼ିଶାର ପ୍ରଚଣ୍ଡ ସ୍ୱାଭିମାନୀ ଜନନେତା, ବିଧାୟକ ୰ ଅଶୋକ ଦାସଙ୍କର ତିରୋଧାନ ଦିବସକୁ ପ୍ରତି ବର୍ଷ ଇଚ୍ଛାର ସହ ପାଳନ କରି ସଂପାଦକ ଶ୍ରୀ ରାଉତ ଓ ଅନ୍ୟମାନେ ତାଙ୍କ ଗୁରୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଆସୁଛନ୍ତି । ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ‘ଉଦୟବଟ’ ଏକ କ୍ଷୁଦ୍ର ସମ୍ବାଦପତ୍ର ହେଲେ ମଧ୍ୟ ତାହାର ଶାଣିତ ସ୍ୱର ଏବଂ ଓଡ଼ିଆ ସାହିତ୍ୟ, ସଂସ୍କୃତି, ଏତିହ୍ୟ ପ୍ରତି ଥିବା ଅନୁରାଗ ଅତୁଳନୀୟ ବୋଲି ଅତିଥିମାନେ କହିଥିଲେ । ୨୦୨୦ ଅଗଷ୍ଟ ୧୫ ତାରିଖରୁ ‘ଉଦୟବଟ’ ଡିଜିଟାଲ ଜଗତରେ ପ୍ରବେଶ କରି ନିରବଚ୍ଛନ ଭାବେ ଖବର ପ୍ରସାରଣ କରିଆସୁଛି । ପତ୍ରିକାର ସହଯୋଗୀ ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷୟତ୍ରୀ ହରପ୍ରିୟା କର ୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା-୨୦୨୪ର ଫଳାଫଳ ଘୋଷଣା କରିଥିଲେ । ପ୍ରଥମେ ଅତିଥି, ସାମ୍ବାଦିକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ୰ ଅଶୋକ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୦୮ଜଣଙ୍କୁ ‘ଉଦୟବଟ ସମ୍ମାନ-୨୦୨୪’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷା ପାଇଁ ବିଶିଷ୍ଟ ଶିକ୍ଷାବିତ୍ ମଦନ ମୋହନ କର ଓ ଶିକ୍ଷକ ଅରୁଣ କୁମାର ଜେନା, ସାମ୍ବାଦିକତା ପାଇଁ ‘କଳିଙ୍ଗନଗର ବୁଲେଟିନ’ର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ହାରାଧନ ବାନାର୍ଜୀ, ଶ୍ରମିକ ନେତା ପ୍ରଦୀପ କୁମାର ନାୟକ, କବୟତ୍ରୀ ସୁମିତ୍ରା ମିଶ୍ର, ଅବସରପ୍ରାପ୍ତ ପଦାଧିକାରୀ କୈଳାସ ଚନ୍ଦ୍ର ସାସମଲ, ସଫଳ କୃଷକ ହରୀଶ ଚନ୍ଦ୍ର ପହି, ଅବସରପ୍ରାପ୍ତ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ପ୍ରମୁଖ ଙ୍କୁ ମାନପତ୍ର, ଉପଢ଼ୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ‘ଉଦୟବଟ କ୍ୟାଲେଣ୍ଡର-୨୦୨୪’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କମଧ୍ୟରେ କଳିଙ୍ଗନଗର ଅବସରପ୍ରାପ୍ତ କର୍ମଚାରୀ ସଂଘର ସଂପାଦକ ଦାମୋଦର ପଣ୍ଡା, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ବରିଷ୍ଠ ନେତା ବାବୁଲାଲ ଗୁରୁ, ସମାଜସେବୀ ରାମଚନ୍ଦ୍ର ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ‘ଉଦୟବଟ’ର କାର୍ଯ୍ୟକାରୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ, ଅରୁଣ ଦାସ, ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ, ଅଭିମନ୍ୟୁ ବିଶ୍ୱାଳ, ସମୀର କୁମାର ମିଶ୍ର, ପ୍ରଫୁଲ୍ଲ ବାରିକ, ଦୁଷ୍ମନ୍ତ ମଲ୍ଲିକ, ସନାତନ ପାତ୍ର, ଚକ୍ରଧର ମଲ୍ଲିକ, ସୁମନ୍ତ ରାଉତ, ପ୍ରୀତିପାଲ ସିଂ, ସୁମିତ୍ରା ମିଶ୍ର, ଅସିତ୍ ଦାସ, ଶ୍ରମିକ ନେତା ସାନ୍ତନ୍ୟୁ ମଲ୍ଲିକ, ହରୀଶ ଜେନା, ଅକ୍ଷୟ କୁମାର ଜେନା, ସୁବାସ ଜେନା, ମନୋଜ ସାମଲ, ହରଦୟାଲ ସିଂ ପ୍ରମୁଖ ୰ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଥମେ ଦିବଂଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗରର ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ଜେନାଙ୍କ ପରଲୋକ ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ 'ଉଦୟବଟ' ବାର୍ତ୍ତା ସଂପାଦକ ଉମାକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l