ବିସ୍ଥାପନ ବିରୋଧୀ ଜନମଞ୍ଚ ପାଳନ କଲା ୧୭ ତମ ସହିଦ୍ ଦିବସ l

(ଗୁଳିକାଣ୍ଡ ରେ ପ୍ରାଣ ହରାଇଥିବା ପରିବାରଙ୍କୁ ଆଜି ପର୍ଯ୍ୟନ୍ତ ମିଳିନାହିଁ ନ୍ୟାୟ)
ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା କଳିଙ୍ଗନଗର ର ବହୁ ଚର୍ଚ୍ଚିତ ଗୁଳିକାଣ୍ଡ ଘଟଣା ଆଜକୁ ୧୭ ବର୍ଷ ହୋଇଯାଇଛି l ଏହି ଅବସରରେ କଳିଙ୍ଗନଗର ବୀର୍ ସହିଦ୍ ସ୍ମୃତି, ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପାଳନ କରାଯାଉଛି ସହିଦ୍ ଦିବସ l ଆମେ ଏଠି ମନେପକାଇ ଦେଉଛୁ ଯେ ୨୦୦୬ ମସିହାରେ ଟାଟା ଷ୍ଟିଲ କାରଖାନା ପ୍ରତିଷ୍ଠା ପାଇଁ ସରକାର ଜମି ଅଧିଗ୍ରହଣ କାର୍ଯ୍ୟକୁ ବିରୋଧ କରି ନିଜର ଭିଟାମାଟି କୁ ଟାଟା କମ୍ପାନୀ କୁ ନ ଦେବା ପାଇଁ ସେହି ଅଞ୍ଚଳର ଆଦିବାସୀ ୨୦୦୬ ମସିହା ଜାନୁଆରୀ ୨ ତାରିଖ ଦିନ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ୧୩ ଜଣ ଆଦିବାସୀ ପ୍ରାଣ ହରାଇଥିବା ବେଳେ ଆଦିବାସୀଙ୍କ ତୀର ମାଡରେ ଜଣେ ପୋଲିସ ହାବିଲଦାରଙ୍କ ଜୀବନ ଯାଇଥିଲା । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିସ୍ଥାପନ ବିରୋଧୀ ଜନମଞ୍ଚ ପାଳିଛି ସହୀଦ ସ୍ମୃତି ଦିବସ । ଗତବର୍ଷ କୋଭିଡ କଟକଣା ଯୋଗୁଁ ଜନମଞ୍ଚ ପକ୍ଷରୁ ସ୍ମୃତିସଭା ଓ ଆଦିବାସୀଙ୍କ ପାରମ୍ପରିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଥିଲା, କେବଳ ସହୀଦ ସ୍ତମ୍ଭ ଓ ମାୟାମଲିଙ୍ଗି ନିକଟରେ ପୂଜାର୍ଚ୍ଚନା କରାଯାଇ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା I ଚଳିତ ବର୍ଷ କୋଭିଡ ନିୟମ ଅନୁଯାୟୀ ଚମ୍ପାକୋଇଲା ଠାରୁ ମାୟାମଲିଙ୍ଗି ଓ ସହୀଦ ପୂଜାର୍ଚ୍ଚନା କରି ସ୍ଥାନୀୟ ଆଦିବାସୀ ମହିଳା ମାନଙ୍କ ଦ୍ବାରା କଳସ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରା ସହିଦ୍ ସ୍ତମ୍ଭ ଆମ୍ବଗଡ଼ିଆ ନିକଟରେ ପହଞ୍ଚି ଜନମଞ୍ଚ ପକ୍ଷରୁ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ରାଜ୍ଯ ସରକାର ଓ ଟାଟା କମ୍ପାନୀ ବିରୋଧରେ ନାରାବାଜି ଦେଇଥିଲେ ଆଦିବାସୀ ସମୁହ l ବିସ୍ଥାପନ ବିରୋଧୀ ଜନମଞ୍ଚ ର ସଭାପତି ରବିନ୍ଦ୍ର ଜାରିକା ଙ୍କ ତତ୍ତ୍ଵାବଧାନରେ ଏହି ସହିଦ୍ ଦିବସ ପାଳନ କରାଯାଇଛି l ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖି ଅତିରିକ୍ତ ଏସପି ଓ ୯ଜଣ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମେତ ୬ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ସହ ଏହା ସମାପନ ହୋଇଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !