ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରୁଛି ଟାଟା ଷ୍ଟିଲ୍‌ ଫାଉଣ୍ଡେସନ l

ଯାଜପୁର (କଳିଙ୍ଗନଗର) :- ସୁକିନ୍ଦାର ଆଦିବାସୀ ବାଳକ ସୁରେନ୍ଦ୍ର ହାଁସଦା ଜଣେ ଡାକ୍ତର ହେବା ପଥରେ ଟିଏସ୍ଏଫ୍ ଜ୍ୟୋତି ମେଧା
ସୁରେନ୍ଦ୍ର ଏସ୍‌ସିବି ମେଡିକାଲ୍ କଲେଜରେ ଏମ୍‌ବିବିଏସ୍ ପଡ଼ୁଛନ୍ତି l ସୁକିନ୍ଦା ବ୍ଲକ୍ ଲେମ୍ବୁ ପଂଚାୟତ ଅନ୍ତର୍ଗତ ଗିରିଧାରିଡ଼ାହି ଗ୍ରାମର ପିତା ରୁପେଇ ହାଁସଦା ଏବଂ ମାତା ବୁଲି ହାଁସଦାଙ୍କ ପୁତ୍ର ସୁରେନ୍ଦ୍ର ହାଁସଦା ସ୍କୁଲରେ ପାଠ ପଢ଼ୁଥିବା ସମୟରୁ ଜଣେ ଡାକ୍ତର ହେବା ପାଇଁ ସ୍ବପ୍ନ ଓ ଅଭିଳାଷ
ରଖିଥିଲେ । ଦୁର୍ଭାଗ୍ୟବସତଃ ଅର୍ଥିକ ସମସ୍ୟା ତାଙ୍କ ସ୍ଵପ୍ନରେ ପ୍ରତିବନ୍ଧକ ସାଜିଥିଲା, ମାତ୍ର ସେ ଏଥିରେ ହତୋତ୍ସାହିତ ନହୋଇ ପାଠପଢ଼ା ଉପରେ ଧ୍ୟାନ ଦେଇଥିଲେ । ଏହା ପରେ ଟାଟା ଷ୍ଟିଲ ଫାଉଣ୍ଡେସନ
(ଟିଏସ୍ଏଫ୍) ପକ୍ଷରୁ ଜ୍ୟୋତି ମେଧାବୃତିରେ ସମ୍ମାନିତ କରାଯାଇଥିଲା ଏବଂ ଏହି ମେଧାବୃତି ସୁରେନ୍ଦ୍ରଙ୍କ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାରେ ସହାୟକ ହୋଇଥିଲା । ଶେଷରେ ସବୁ ପ୍ରତିବନ୍ଧକକୁ ଏଡ଼ାଇ ମେଡିକାଲ୍
ପ୍ରବେଶିକା ପରୀକ୍ଷାରେ ଉତିଷ୍ଠି ହେବା ସହିତ ଦୃଢ଼ ମନୋବଳର ପରିଚୟ ଦେଇଥିଲେ । ବର୍ତମାନ ସେ କଟକର ଏସ୍‌ସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଏମ୍‌ବିବିଏସ୍ (ୟୁନି) ପାଠ ପଢୁଛନ୍ତି । ସେ ଏବେବି ଜ୍ୟୋତି ମେଧାବୃତି ପାଉଛନ୍ତି ।
ନିଜ ଯାତ୍ରା ସମ୍ପର୍କରେ ସୁରେନ୍ଦ୍ର କହିଛନ୍ତି ଯେ, “ ମୋ ଶିକ୍ଷାପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ମୋ ସ୍କୁଲ ପାଠପଢ଼ା ସମୟରୁ ଜ୍ୟୋଚି ମେଧାବୃତି ଜରିଆରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଟିନ୍ ଦ୍ଵାରା ମୋତେ ସହାୟତା ପ୍ରଦାନ କରାଯାଇଥିଲା । ମୋ ସ୍ୱପ୍ନ ପୂରଣ କରିବାରେ ଏହି ମେଧାବୃତି ସହାୟକ ହୋଇଥିଲା । ମୋର ବିଶ୍ବାସ ରହିଛି ଯେ କଠିନ ପରିଶ୍ରମ କରିବା ଏବଂ ନିଜ କ୍ୟାରିୟର ଲକ୍ଷ୍ୟ ହାସଲରେ ସଫଳ ହେବା ପାଇଁ ଆମ ଅଂଚଳର ଆହୁରି ଅଧିକ ପିଲାଙ୍କୁ ଏହା ଅନୁପ୍ରାଣିତ କରିବ ।’’ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍)ର ଜ୍ୟୋତି ମେଧାବୃତ୍ତି ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସମସ୍ୟା ବିନା ସେମାନଙ୍କ ଉଚ୍ଚଶିକ୍ଷା ହସଲ କରିବା ଲାଗି ଶ୍ରେଷ୍ଠ ସୁଯୋଗ ପ୍ରଦାନ କରୁଛି । ଜ୍ୟୋତି ମେଧାବୃତି ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗରେ ଆର୍ଥିକ ସ୍ତରରେ ଅନଗ୍ରସର ଛାତ୍ରଛାତ୍ରୀଙ୍କ ଅଷ୍ଟମ ଓ ଚଦୁର୍ଷ ପାଠପଢ଼ା ପାଇଁ ସହାୟତା ପ୍ରଦାନ କରୁଛି । ଚଳିତ ବର୍ଷ ଆର୍ଥିକ ଅନଗ୍ରସର ଏସସି ଏସଟି ପରିବାରର ସମୁଦାୟ ୫୩ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ମେଧାବୃତି ପ୍ରଦାନ କରାଯାଇଥିଲା । ଏହି ମେଧାବୃତି ଅନ୍ତର୍ଗତ ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ୬୭ଲକ୍ଷ ଟଙ୍କା ବଂଟନ କରାଯାଇଛି । ଏହା ବ୍ୟତୀତ, ୩୯ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ସହଯୋଗ ପାଇଁ ଟାବଲେଟ୍ ପ୍ରଦାନ କରାଯାଇଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !