କରୋନା ମହାମରୀ ପାଇଁ ଦୁର୍ଗମ ଅଞ୍ଚଳରେ ଖାଦ୍ୟର ଅଭାବ l

ମାଲକାନଗିରି(ବ୍ୟୁରୋ ରିପୋର୍ଟ) : - ଦୁର୍ଗମ ଆଦିବାସୀ ଅଞ୍ଚଳକୁ ଛୁଇଁଛି କରୋନା। ବଣ୍ଡା ଓ ଡଙ୍ଗରିଆ କନ୍ଧଙ୍କ ଗାଁରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ଉଭୟ ଅଞ୍ଚଳକୁ ସିଲ୍ କରି ଟେଷ୍ଟିଂକୁ ବଢ଼ାଯାଇଛି। ହେଲେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ହାଟ ଉପରେ ନିର୍ଭର କରୁଥିବା ବଣ୍ଡା ଲୋକଙ୍କ ଘରେ ଏବେ ଖାଦ୍ୟ ସାମଗ୍ରୀର ଅଭାବ। କାରଣ ଚାଉଳ ସିନା ଅଛି ହେଲେ ପନିପରିବା ନାହିଁ କି ଲୁଣ ବି ନାହିଁ। ଜିଲ୍ଲା ପ୍ରଶାସନ ତୁରନ୍ତ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ବଣ୍ଡା ବାସିନ୍ଦା। ସେପଟେ ଡଙ୍ଗରିଆ କନ୍ଧଙ୍କ ପାଖରେ ପହଞ୍ଚିଛି ୧୪ ଦିନିଆ ରାସନ ସାମଗ୍ରୀ।
ଦୁଇ ସପ୍ତାହ ହେଲାନି ଘରେ ଭାତ ଅଛି ହେଲେ ଡାଲି ନାହିଁ କି ପରିବା ନାହିଁ। ଯାହା ଥିଲା ସେସବୁ ସରିଲାନି। ମିଳିଲେ ଖାଉଛନ୍ତି, ନମିଳିଲେ ନାହିଁ। ଏମିତି କିଛି କହିଛନ୍ତି ମାଲକାନଗିରିରେ ରହୁଥିବା ବଣ୍ଡା ଘାଟିର ଲୋକ। କରୋନା କଟକଣା ଓ ତାସାଙ୍ଗକୁ ଆନ୍ଧ୍ର ସୀମା ସିଲ୍ ପରେ ଏବେ ବଣ୍ଡା ଘାଟି ଲୋକଙ୍କ ଚିନ୍ତା ବଢ଼ିଛି। କାରଣ, ଆନ୍ଧ୍ରର ହାଟ ଉପରେ ନିର୍ଭର କରି ଏମାନେ ଚଳନ୍ତି। ସେଠୁ ପରିବା ଆସିଲେ ଘର ଚୁଲି ଜଳେ, ଲୁଣ ଆସିଲେ ରୋଷେଇ ହୁଏ। ଆଉ ଏଠୁ ଜଙ୍ଗଲ ଦ୍ରବ୍ୟ ବିକ୍ରି କଲେ ଏମାନଙ୍କ ଘର ଚଳେ। ହେଲେ ନାଁ ଏବେ ଘରକୁ ଦି ପଇସା ଆସି ପାରୁଛି ନା ହିଁ ପରିବା। ୮ ଜଣ ବଣ୍ଡା ପଜିଟିଭ୍ ଚିହ୍ନଟ ହେବା ପରେ ଗତ ସପ୍ତାହେ ଧରି ଅଞ୍ଚଳକୁ ସିଲ୍ କରାଯାଇଛି। ଫଳରେ ଘାଟି ଉପରୁ ତଳକୁ ଆସି ପାରୁନାହାନ୍ତି ଲୋକେ।
ବଣ୍ଡା ଘାଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି। ସଂକ୍ରମଣ ଯେପରି ବ୍ୟାପିବନି ସେ ନେଇ ପ୍ରଶାସନ ନଜର ରଖିଛି। ହେଲେ ଏବେ କଟକଣା ସମସ୍ୟା ୩୨ଟି ଗାଁର ଲୋକଙ୍କ ଚିନ୍ତା ବଢ଼ାଇଛି। ଜିଲ୍ଲାପାଳ ଘାଟିକୁ ଯାଇ ସ୍ଥିତି ପରଖିଛନ୍ତି। ରାସନ ସାମଗ୍ରୀ ସହ ଅନ୍ୟ ମୌଳିକ ସୁବିଧା ଯୋଗଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ରାୟଗଡ଼ା ନିୟମଗିରି ଡଙ୍ଗରିଆ କନ୍ଧଙ୍କୁ ରାସନ ସାମଗ୍ରୀ ପହଞ୍ଚାଇଛି ଜିଲ୍ଲା ପ୍ରଶାସନ। ଆସନ୍ତା ୧୪ ଦିନ ପାଇଁ ଖାଦ୍ୟ ସାମଗ୍ରୀ ସହ ଶହେ ଟଙ୍କା ଭତ୍ତା ବି ଦିଆଯାଇଛି । ସଂକ୍ରମଣ ଦୃଷ୍ଟିରେ ନିୟମଗିରି ଅଞ୍ଚଳକୁ ସିଲ୍ କରାଯାଇଛି। ଶହେରୁ ଅଧିକ ଲୋକଙ୍କ ଟେଷ୍ଟିଂ ଏବେ ଯାଏ କରାଗଲାଣି ବୋଲି ସୂଚନା ମିଳିଛି। ତେବେ କରୋନା ଦ୍ୱିତୀୟ ଲହରୀରେ ପ୍ରଭାବିତ ହୋଇଛନ୍ତି ବଣ୍ଡା ଓ ଡଙ୍ଗରିଆ କନ୍ଧ। ଉଭୟ ଆଦିବାସୀ ଅଞ୍ଚଳବାସୀଙ୍କୁ ଛୁଇଁଛି କରୋନା।

Lack of food in remote areas due to corona disease. 
Malkangiri(Beuro Report) : - Karona touches remote tribal areas. In the villages of Banda and Dangria Kandha, testing has been intensified by sealing both areas after the corona was detected. However, there is now a shortage of food in the homes of Banda people, who depend on neighboring Andhra Pradesh's hats. Because if there is rice, there is no vegetables or salt. Banda residents have appealed to the district administration to help immediately. Meanwhile, Dangria has reached the shoulders of the 14-day-old grocery store.
 If there is rice in Helani's house for two weeks, there will be no pulses or vegetables. All that was done is not over. If found, eating, not found. This is what the people of Banda Ghati, who live in Malkangiri, said. After the Andhra border seals to Karona Katakana and Tasang, the people of Banda Valley are now worried. Because they depend on Andhra Pradesh's markets. When the family comes from there, the house burns, the salt comes from the kitchen. They sell their forest products here and there. But neither can the money come home now nor the family. The area has been sealed for the past week after four Banda positives were identified. As a result, people are not able to come down from the valley.
 Awareness programs are being organized by the district administration in Banda Valley. The administration is monitoring the spread of the virus. However, the crisis has raised concerns in 32 villages. The district attorney went to the valley to assess the situation. He promised to provide food and other basic necessities. Meanwhile, the district administration has delivered food items to Rayagada Niyamgiri Dangria Kandha. Hundreds of rupees in food and allowances have also been paid for the next 14 days. The Niyamgiri area has been sealed in view of the infection. More than a hundred people have been tested so far. However, in the second wave of the corona, Banda and Dangria Kandha were affected. Karona has touched both tribal areas.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !