ଯାଜପୁର ଜିଲ୍ଲା ସମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଳା ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ l

ଯାଜପୁର - ଜିଲ୍ଲାର ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଯାଜପୁର ଜିଲ୍ଲା ସମ୍ବାଦିକ ସଙ୍ଘ ର ଏକ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଓ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ରାଜ୍ଯ ସ୍ୱାଧୀନତା ସଂଗ୍ରାମ ସମିତି ର ସଭାପତି ତଥା ବର୍ଷିୟାନ୍ ସ୍ଵାଧୀନତା ସଂଗ୍ରାମୀ ନୀଳମଣି ସାମଲ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l 
ସାମ୍ବାଦିକମାନେ ଦେଶର ଜାଗ୍ରତ ପ୍ରହରୀ ତେଣୁ ସେମାନଙ୍କୁ ସରକାର ସ୍ଵାଭାବିକ ଭାବେ ପରିଚିତ କରାଇ ସେମାନଙ୍କ ସୁରକ୍ଷା ପାଇଁ ଆଇନ୍ ତିଆରି କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସଭାରେ ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଛନ୍ତି l ଅନ୍ତରାଷ୍ଟ୍ରୀୟ ସ୍ତରରେ ସାମ୍ବାଦିକ ନୋବେଲ୍ ପୁରସ୍କାର ବିଜେତା ହେଉଥିବା ବେଳେ ଆମ ଦେଶରେ ବିଶେଷ କରି ରାଜ୍ୟରେ ସାମ୍ବାଦିକମାନଙ୍କୁ ବିଭିନ୍ନ ସମୟରେ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି l
 ତେଣୁ ଜନସାଧାରଣ ଙ୍କ ସୁବିଧା ଅସୁବିଧା ବିଷୟରେ ଅଧିକ ସୂଚନା ଦେବା ପାଇଁ ସାମ୍ବାଦିକଙ୍କ ମନରେ ସେତେଟା ଆଗ୍ରହ ପ୍ରକାଶ ପାଉନାହଁ l ଯାହାଦ୍ଵାରା ସରକାରୀ ସ୍ତରରେ ବିଭିନ୍ନ ପ୍ରକାରର ଅସାଧୁ କର୍ଯ୍ୟ ବୃଦ୍ଧିପାଇବାରେ ଲାଗିଛି, ଜନସାଧାରଣ ସେମାନଙ୍କ ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି l ସରକାର ସାମ୍ବାଦିକ ଙ୍କ ସୁରକ୍ଷା ଓ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଲେ ହୁଏତ ବହୁ ମାତ୍ରାରେ ଦୁର୍ନୀତି କମିବା ସହିତ ଜନସାଧାରଣ ଉପଯୁକ୍ତ ଭାବେ ସେମାନଙ୍କ ଅଧିକାର ପାଇପାରିବେ ବୋଲି ବକ୍ତା ମାନଙ୍କଠାରୁ ମତପୋଷଣ କରାଯାଇଛି l 
ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ବୌଦ୍ଧ ଗବେଷକ ହରିଶ ଚନ୍ଦ୍ର ପୃଷ୍ଟି, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଅଧ୍ୟାପକ ବିଧାନ ଚନ୍ଦ୍ର ସାମଲ, ସାହିତ୍ୟିକ ଓ ଗାଳ୍ପିକ ଭାଗ୍ଯଧର ସାହୁ, ଏସ୍ ୟୁ ଯେ ରାଜ୍ଯ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ନାୟକ, କଟକ ସାମ୍ବାଦିକ ସଂଘ ର ସଭାପତି ଅଖିଳେଶ ମହାନ୍ତି ଯୋଗଦେଇଥିଲେ l ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ସୁବାସ ଚନ୍ଦ୍ର ଧଳ ସଭା ପରିଚାଳନା କରିଥିଲେ l ଜିଲ୍ଲା ସଂଘ ସାଧାରଣ ସମ୍ପାଦକ ଅବିନେଶ୍ଵର ସତପଥୀ ବିବରଣୀ ପ୍ରଦାନ କରିଥିବା ବେଳେ ଉପସଭାପତି ପ୍ରଦୀପ୍ତ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ପ୍ରବାସ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବାଲିଚନ୍ଦ୍ରପୁର ସାମ୍ବାଦିକ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ର ବିଭିନ୍ନ ବ୍ଲକରୁ ସାମ୍ବାଦିକ ମାନେ ଅଂଶଗ୍ରହଣ କରିଥିବା ବେଳେ ଏହି କର୍ଯ୍ୟକ୍ରମ କୁ ବାଲିଚନ୍ଦ୍ରପୁର ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସୂଚାରୁ ରୂପେ ସମ୍ପାଦନ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !