ମଠ ମନ୍ଦିର ଜମି ଏବେ ଜମି ମାଫିଆଙ୍କ ହାତରେ I

ଯାଜପୁର (ବ୍ୟୁରୋ ରିପୋର୍ଟ) :- ସାରାରାଜ୍ଯରେ ଜମି ମାଫିଆଙ୍କ କଳାକାରନାମା ବଢ଼ି ଚାଲିଛି l ଏହା ଭିତରେ ଯାଜପୁର ଜିଲ୍ଲାର ବ୍ୟାସନଗର ଠାରେ ମାତିଛନ୍ତି ଜମି ମାଫିଆ l ବହୁ ପୁରୁଣା କାଳର ଦେବତ୍ତୋର ସମ୍ପତ୍ତି କୁ ଶାଗ ମାଛ ଦରରେ ବିକ୍ରି କରି ଚାଲିଛନ୍ତି l ବ୍ୟାସନଗର ତହସିଲ୍ ଅଧୀନରେ ଥିବା କୋପଣ୍ଡ ମୌଜା ର ମୁଣ୍ଡମାଳ ନିକଟସ୍ଥ ମଠ ନାମରେ ଥିବା ୧୫ ଏକର ରୁ ଅଧିକ ଜମିର ମାଲିକାନା ସ୍ଵର୍ଗତ ନାଲୁ ଦାସ, ଗୁରୁ ରାମ ସ୍ଵରୁପ ଦାସ ଙ୍କ ନାମରେ ରେକର୍ଡ ଭୁକ୍ତ l ତାଙ୍କର ଦେହାନ୍ତ ପରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ଜମି ମାଫିଆ ସେ ଜମିକୁ ବିନା କୌଣସି କାଗଜପତ୍ର ରେ ବିକି ଚାଲିଛନ୍ତି l ଯାହା ଏବେ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ବିରୋଧ କରିବା ସହିତ ଲିଖିତ ଆକାରରେ ସ୍ଥାନୀୟ ତହସିଲଦାର ଓ ଜିଲ୍ଲାପାଳ ଙ୍କୁ ଅବଗତ କରାଇଛନ୍ତି l ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ I ଯେହେତୁ ମଠ ସମ୍ପତ୍ତି ର ମାଲିକାନା ମହନ୍ତ ଙ୍କ ଦେହାନ୍ତ ହୋଇଛି ତେଣୁ ତାହା ସରକାରଙ୍କ ମାଲିକାନା କୁ ଯିବା କଥା ଏହା ସମ୍ପୁର୍ଣ୍ଣ ସରକାରୀ ଜମି କିନ୍ତୁ ସରକାରଙ୍କ ଦୃଷ୍ଟିକୁ ଆସିଛି, ପଦକ୍ଷେପ ଶୂନ୍ l ଏବେ ସେହି ଜମିରେ ଅଟ୍ଟାଳିକା ନିର୍ମାଣ ହୋଇଛି, ହେଉଛି ମଧ୍ୟ I କୋପଣ୍ଡ ମୌଜା ର ଖାତା ନମ୍ବର ୨୪୪ ରେ ଏହି ମଠ ଜମି I ସ୍ଥାନୀୟ ତହସିଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ସରଜମୀନ ତଦନ୍ତ କରି ଏହାକୁ ସରକାରୀ ହାତକୁ ନିଆଯାଉ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି l ତା ସହିତ ବେଆଇନ୍ ଭାବେ ଜମି ଅଧିଗ୍ରହଣ ଓ ବିକ୍ରୀ କରିଥିବା ବ୍ୟକ୍ତିମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ମଧ୍ୟ ଦାବି ହେଉଛି l ଦେଖିବାକୁ ବାକି ରହିଲା ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଏ ନେଇ କଣ ପଦକ୍ଷେପ ନିଆଯାଉଛି l
The land of the monastery is now in the hands of the land mafia.
Jajpur (Beuro Report): - The art of land mafia is on the rise across the state. The ownership of more than an acre of land is recorded in the name of the late Nalu Das, Guru Ram Swarup Das. After his death, some influential people and the land mafia continue to sell the land without any paperwork. The tehsildar and the district magistrate have been informed but no action has been taken despite the administration’s attention. However, the land of the monastery land in account No. 24 of Kopand Mouza has been thoroughly investigated by the local tehsil and district administration. Local intellectuals and the public have demanded that he be taken into government custody, as well as those who illegally acquire and sell land.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !