ଚକାଡୋଳା ଲାଇଫ ଲାଇନ ମେଡ଼ିସିନ୍ସ ଉଦଘାଟିତ I

ଯାଜପୁର (କଳିଙ୍ଗନଗର):-କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରାଣକେନ୍ଦ୍ର ଡ଼ୁବୁରୀଠାରେ ଦିନକୁଦିନ ଜନସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜନସାଧାରଣଙ୍କୁ ଉନ୍ନତ ଚିକତ୍ସା ସୁବିଧା ଯୋଗାଇଦେବା ଲକ୍ଷ୍ୟନେଇ ଯୁବ ସମାଜସେବୀ ଜୟ ପ୍ରକାଶ ସାହୁ, ସୁକୁମାର ଜେନା ଓ ପ୍ରିୟବ୍ରତ ଶତପଥୀଙ୍କ ମିଳିତ ସହଯୋଗରେ ଚକାଡୋଳା ଲାଇଫ ଲାଇନ ମେଡ଼ିସିନ୍ସ ଓ ଅତ୍ୟlଧୁନିକ କମ୍ପୁଟରାଇଜିଡ ଲାବୋରେଟାରି ଡ଼ୁବୁରୀ ଏକ୍ସପ୍ରେସ ଛକସ୍ଥିତ ଦାସ ମାର୍କେଟ କମ୍ପ୍ଲେକ୍ସ ପରିସରରେ ସ୍ଥାପନ କରାଯାଇଛି l
 ପବିତ୍ର ଗଣେଶ ପୂଜା ଅବସରରେ ଅବସରପ୍ରାପ୍ତ ଯକ୍ଷ୍ମା ଓ ହୃଦରୋଗ ବିଶେଷଜ୍ଞ ଡା. ପଦ୍ମଲାଭ ଶତପଥୀ ଏହାକୁ ଉଦଘାଟନ କରି ବିଭିନ୍ନ ରୋଗର ସଫଳ ପରୀକ୍ଷାପାଇଁ ଏହି ଲାବୋରେ୍ଟୋରୀ ସହାୟକ ହେବବୋଲି କହିଥିଲେ l ଅଭିଜ୍ଞ ଚିକିତ୍ସକମାନଙ୍କ ପରାମର୍ଶକ୍ରମେ ସମସ୍ତ ପ୍ରକାର ଚିକତ୍ସା ସୁବିଧା ଓ ପରୀକ୍ଷା ଏଠାରେ ଉପଲବ୍ଦ୍ଧ ହେବବୋଲି ଡା. ଶତପଥୀ ସୂଚନା ଦେଇଥିଲେ l(ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ)
Chakadola Life Line Medicine Inaugurated. 
Jajpur (Kalinganagar): - In collaboration with young social activists Jay Prakash Sahu, Sukumar Jena and Priyabrata Satapathy , the co-ordinate Retired tuberculosis and cardiologist Dr. Satapathy Inaugurating the event, Padmalav Shatapathi said that the laboratory would help in the successful examination of various diseases. Shatapathi informed. (Report by Jayanarayana Mohapatra)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !