ଆଜି ଓଡ଼ିଶା ପାଇଁ ଏକ ଏୈତିହାସିକ ଦିନ, ପଢନ୍ତୁ ସମ୍ପୂର୍ଣ୍ଣ ଖବର ରେ... l
ବ୍ୟୁରୋ ରିପୋର୍ଟ :- ଓଡିଶା ପାଇଁ ଐତିହାସିକ ଦିନ...
‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା । ରାଜ୍ୟ କ୍ୟାବିନେଟ ମାରିଲା ମୋହର । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ବାରା ରଚିତ ବନ୍ଦେ ଉତ୍କଳ ଜନନୀ । 1912 ମସିହାରେ ବାଲେଶ୍ଵର ଉତ୍କଳ ସମ୍ମିଳନୀରେ ପ୍ରଥମ ଥର ପାଇଁ ଗାନ କରାଯାଇଥିଲା ‘ବନ୍ଦେ ଉତ୍କଳ ଜନନୀ’ ।ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ତାଳପଦା ମାଟିରେ ଜନ୍ମିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଅତୁଳନୀୟ ଅବଦାନ ବନ୍ଦେ ଉତ୍କଳ ଜନନୀ ଏବେ ସର୍ବ ବିଦିତ । କାନ୍ତକବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର । ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ମାଣବସା ଗୁରୁବାର , ଲକ୍ଷ୍ମୀ ପୂଜା ଦିନ ଜନ୍ମଗ୍ରହଣ କରିଥିବାରୁ ଲକ୍ଷ୍ମୀ ମାଆଙ୍କ ନାମାନୁସାରେ ତାଙ୍କ ନାମ ଲକ୍ଷ୍ମୀକାନ୍ତ ବୋଲି ରଖାଗଲା । ତାଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ମାତା ରାଧାମଣୀ । ପିତା ତିହିଡି ତାଳପଦାର ଜମିଦାର ଥିଲେ । ମାଆ କଣ୍ଟାପାରି ଜମିଦାରଙ୍କ କନ୍ୟା ଥିଲେ ।
ଲକ୍ଷ୍ମୀକାନ୍ତ ହାଇସ୍କୁଲ ଶିକ୍ଷା ଛାଡ଼ି ସେତେବେଳେ ଇଂରେଜମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ଏବଂ ଇଂରେଜ ସୈନ୍ୟମାନଙ୍କଦ୍ୱାରା ବନ୍ଦି ହୋଇ ଜେଲ ମଧ୍ୟ ଯାଇଥିଲେ । ପରେ ପରେ ଲକ୍ଷ୍ମୀକାନ୍ତ ଜମିଦାର ଲାଲମୋହନ ଦାସଙ୍କ କନ୍ୟାଙ୍କୁ ବିବାହ କରିଥିଲେ । ୧୯୧୩ରେ ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କଲେ । ଲକ୍ଷ୍ମୀକାନ୍ତଙ୍କ ରଚିତ ସ୍ୱାଧୀନତା ପ୍ରେମୀ କବିତା ଗୁଡ଼ିକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକଜୁଟ କରାଇବାରେ ସାହାଯ୍ୟ କରିଥିଲା । ୧୯୩୩ରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଗଲା । ଏହି ସଭାରେ ତାଙ୍କୁ କାନ୍ତକବି ଉପାଧି ଦିଆଗଲା । ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ । ସ୍ୱରାଜ ଓ ସ୍ୱଦେଶୀ ଭାବରେ ତାଙ୍କର କବିତା ସବୁ ଲେଖାଯାଇଥିଲା । ତେବେ ସେହିନ କାନ୍ତକବି ବନ୍ଦେ ଉତ୍କଳ ଜନନୀ ଲେଖିବା ବେଳର କାହାଣୀ କହିଛନ୍ତି ତାଙ୍କ ବୋହୁ । ହାତ ଭାଙ୍ଗିଥିବା ସତ୍ତ୍ୱେ ସେହି ଭଙ୍ଗା ହାତ ରେ ଭୋକିଲା ରହି ଲେଖିଥିଲେ ଏହି ସଙ୍ଗୀତ ।
ଇଷ୍ଟଦେବ ଶ୍ରୀ ଗୋପୀନାଥ ଜୀଉ ଓ ରାଧାରଣୀ ଙ୍କୁ ସ୍ମରଣ କରି କାନ୍ତକବି ଲେଖା ଆରମ୍ଭ କରୁଥିଲେ । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଆଦିରେ ସେ ଲେଖନୀ ଚାଳନା କରୁଥିଲେ । ସେ ତାଙ୍କର ଅସମ୍ପୂର୍ଣ୍ଣ ଉପନ୍ୟାସ ‘କଣାମାମୁଁ’ ଓ କ୍ଷୁଦ୍ରଗଳ୍ପ ‘ବୁଢା ଶଙ୍ଖାରୀ’ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଉତ୍କଳ ସମ୍ମିଳନୀ ସଭାରେ ଗାନ କରଯାଇଥିଲା ଓ ମଧୁସୂଦନ ଦାସ ଏହାର ଭୂୟସୀ ପ୍ରଶଂସା କରିଥିଲେ । ସେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଭକ୍ତି କବିତା ରଚନା କରିଥିଲେ । ସେଗୁଡିକ ମଧ୍ୟରୁ ୩୩ ଗୋଟିରୁ ଅଧିକ ଦେଶପ୍ରେମ କବିତା ଅଛି । ଏହା ଭିତରୁ ଦୁଇଟି ଜଣାଶୁଣା କବିତା ହେଲା , ବନ୍ଦେ ଉତ୍କଳ ଜନନୀ , ସବୁଥିରୁ ବଞ୍ଚିତ କରି କେଉଁ ଯଶ ବଣା ଉଡାଇବ ହେ । ସ୍ଵତନ୍ତ୍ର ଓଡିଶା ଗଠନ ପାଇଁ ଏହି ପ୍ରେରଣା ଯୋଗାଇଥିଲା । ବନ୍ଦେ ଉତ୍କଳ ଜନନୀ ଅବିଭକ୍ତ ବାଲେଶ୍ଵର ଜିଲ୍ଲାରେ ଆୟୋଜିତ ଉତ୍କଳ ସମ୍ମିଳନୀ ରେ ୧୯୧୨ ମସିହାରେ ପ୍ରଥମେ ଗାନ କରାଯାଇଥିଲା । ୧୦୩୬ ମସିହା ଏପ୍ରିଲ ୧ରେ ଓଡିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା ।
ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ କୁ ଏବେ ଆନୁଷ୍ଠାନିକ ଭେବେ ରାଜ୍ୟ ସଂଗୀତ ଭାବେ ଗାନ କରାଯାଉଛି । କାନ୍ତକବି ମାତ୍ର ପଚିଶି ବର୍ଷ ବୟସରେ ଦୂରାରୋଗ୍ୟରେ ଆକ୍ରାନ୍ତ ହୋଇଥିଲେ । ଧନୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବି ଜମିଦାରୀ ଚାଲିଯିବା ପରେ ସେ ଆର୍ଥିକ ଅନଟନ ଭୋଗିଥିଲେ । ୧୯୫୩ ମସିହା ଫେବୃୟାରୀ ୨୪ ତାରିଖ ଦିନ ସେ ଇହଲୀଳା ସମ୍ବରଣ କରିଥିଲେ । ସଭା , ସମିତି , କୌଣସି ସାମିଜିକ କାର୍ଜ୍ୟକ୍ରମ , ଏମିତି କି ବିଧାନସଭା ରେ ଏହି ସଙ୍ଗୀତ ଗାନ କରାଯାଉଥିଲେ ମଧ୍ୟ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.