ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଉଦ୍ଘାଟିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ l
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) ୨୮/୧୧ :- ବଡ ହେବା ପାଇଁ ବଡ ସ୍ବପ୍ନ ଦେଖ, ସ୍ବପ୍ନର କାନ୍ଭାସ ଯେତେ ବଡ ହେବ, ଚିତ୍ରର ଆକାର ମଧ୍ୟ ସେତେ ବଡ ହେବ - ମୁଖ୍ୟମନ୍ତ୍ରୀ l ପିଲାମାନେ ତୁମ ମାନଙ୍କର ଭରପୁର ପ୍ରତିଭା ଅଛି। ବଡ ହେବା ପାଇଁ ହେଲେ ସ୍ବପ୍ନ ମଧ୍ୟ ବଡ ହେବା ଆବଶ୍ୟକ। ଯଦି ସୂର୍ଯ୍ୟରେ ପହଞ୍ଚିବାପାଇଁ ସ୍ବପ୍ନ ଦେଖି କାର୍ଯ୍ୟ କରିବା ଅତି କମ୍ରେ ଚନ୍ଦ୍ରରେ ପହଞ୍ଚିପାରିବା। ସ୍ବପ୍ନର କାନ୍ଭାସ ଯେତେ ବଡ ହେବ, ଚିତ୍ରର ଆକାର ମଧ୍ୟ ସେତେ ବଡ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଉତ୍ସାହ କାର୍ଯ୍ୟକ୍ରମ ଉଦ୍ଘାଟନ ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୬୫ଟି ଶିଶୁ ଯତ୍ନ କେନ୍ଦ୍ରର ପ୍ରାୟ ୫୮୦ ପିଲା ଯୋଗଦେଇଛନ୍ତି। ଏହି ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ଗତ ୨୬ ଓ ୨୭ ତାରିଖରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ପିଲା ମାନଙ୍କର କ୍ରୀଡା ମହୋତ୍ସବ ‘ଉତ୍ସାହ’ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇ କହିଥିଲେ ବଡ ସ୍ବପ୍ନ ଦେଖିବା ସହିତ ତା...