ଛାତ୍ରୀଙ୍କ ଉପରେ ମାଡ଼ିଗଲା ହାଇୱା ଜଣେ ମୃତ ଜଣେ ଗୁରୁତର l
ଯାଜପୁର /ଦାନଗଦୀ ତା ୩୧/୦୧ :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ର ବୁଦ୍ଧରାଜ ବିଦ୍ୟାପୀଠ ସମ୍ମୁଖରେ ଦୁଇ ସ୍କୁଲ ଛାତ୍ରୀ ଙ୍କ ଉପରେ ହାଇୱା ଗାଡି ମାଡ଼ିଯିବାରୁ ଛାତ୍ରୀ ଙ୍କ ସାଇକେଲ ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଥିଲା l ଫଳରେ ଦୁଇ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି l ତୁରନ୍ତ ସ୍ଥାନୀୟ ଲୋକେ ଦୁଇ ଛାତ୍ରୀ ଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ l ଦୁଇ ଗୁରୁତର ଛାତ୍ରୀ ୯ ମ. ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଧୂଳିଗଡ଼ ଗ୍ରାମପଞ୍ଚାୟତର ହୋଇଥିବା ଜଣାପଡିଛି l ଗୋପାଳପୁର ଗ୍ରାମର ଅମିତାଵ ବେହେରା ଙ୍କ ଝିଅ- ଅର୍ଚ୍ଚିତା ବେହେରା ଓ ସଞୟ ବାରିକ ଙ୍କ ଝିଅ ଶ୍ରୀୟା ବାରିକ l ଅର୍ଚ୍ଚିତା ଗୁରୁତର ହେବାରୁ ଦାନଗଦୀ ଡାକ୍ତର ତୁରନ୍ତ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିଲେ l ଖବର ମୁତାବକ ଗୁରୁତର ଅର୍ଚ୍ଚିତା ଙ୍କ ଅପରାହ୍ଣ ରେ ମୃତ୍ୟୁ ଘଟିଛି l ଦୁଇ ଛାତ୍ରୀ ସାଙ୍ଗହୋଇ ସକାଳ ୯ ଟା ସମୟରେ ସ୍କୁଲ ଯାଉଥିବା ବେଳେ ଡୁବୁରୀ ଆଡୁ ଆସୁଥିବା ଏକ ହାଇୱା OD04 J 4641 ଧକ୍କା ଦେଇଥିଲା l ଉତ୍ୟକ୍ତ ଲୋକେ ଗାଡିରେ ନିଆଁ ଲଗାଇ ଦେଇଥିଲେ ଓ ଲୋକେ ରାସ୍ତାରୋକ କରିଥିଲେ l ଦାନଗଦୀ ଦମକଳ ବାହିନୀ ଓ ଦାନଗଦୀ ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହିତ ଗାଡିଟିକୁ ଫାଣ୍ଡିରେ ଅଟକ ରଖି ତଦନ୍ତ ଆ...