ୱାକୋ ଇଣ୍ଡିଆ ଅନ୍ତର୍ଜାତୀୟ କିକ୍ ବକ୍ସିଂ ଚାମ୍ପିଅନସିପ୍ ରେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ଭାଗ ନେବ l
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଦିଲ୍ଲୀ ର କେ.ଡି. ଯାଦବ ଇଣ୍ଡୋର୍ ଷ୍ଟାଡିୟମ ର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଫେବୃୟରୀ ୧ ରୁ ୫ ପର୍ଯ୍ୟନ୍ତ ଚତୁର୍ଥ ୱାକୋ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବା ପାଇଁ ଢେଙ୍କାନାଳ ଡାଇମଣ୍ଡ
କିକ୍ ବକ୍ସିଂ ଆସୋସିଏସନ୍ ର ବାଳକ ବିଭାଗରେ ସୁସିଲ କୁମାର ରାଉତ (-୫୭) କେଜି, ଚନ୍ଦନ ସାହୁ (-୬୩) କେଜି, ଯୋଗେଶ୍ଵର ସାହୁ (-୭୪) କେଜି,
ସୁଧିନ୍ଦ୍ର ନାଥ ପଟ୍ଟନାୟକ (-୮୪)କେଜି , ବାଳିକା ବିଭାଗରେ ସ୍ମୁତି ଭୋଇ (-୫୦)କେଜି, ମାନସୀ ସାହୁ(-୫୦)କେଜି,
ରୋସନି ବେଗମ୍ (-୬୦)କେଜି
ଏବଂ ମିହିର କୁମାର ସାହୁ ଟିମ୍ କୋଚ୍ ଭାବରେ ଭାଗ ନେବେ। ଏହି ଚାମ୍ପିଅନସିପ୍ ପାଇଁ ଦଳରେ ଖେଳାଳୀ ମାନେ କଠିନ ଅଭ୍ୟାସ କରିଛନ୍ତି , ତେଣୁ ପ୍ରତି ଥର ପରି ଏଥର ମଧ୍ଯ ଖେଳାଳୀ ମାନେ ଭଲ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା l
ଏହି ଖେଳାଳୀ ମାନେ ଗୁରୁବାର ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।
ଏହି ଅବସରରେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ଶଶିକାନ୍ତ ଗଡନାୟକ , ଉପ ସଭାପତି ସନ୍ତୋଷ କୁମାର ପରିଡ଼ା,ସମ୍ପାଦିକା କୀର୍ତ୍ତି ରାଣୀ ସାହୁ , ଯୁଗ୍ମ ସମ୍ପାଦକ ବାପି ସାମଲ ,କୋଷାଧ୍ୟକ୍ଷ ଅରବିନ୍ଦ ବେହେରା ,
ସମସ୍ତ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.