ଦୁର୍ଲଭ କଳା ପରିଷଦ ମଣ୍ଡପ ଠାରେ "ଉଦୟବଟ" ତରଫରୁ ଉତ୍କଳ ଦିବସ ପାଳନ l
ଯାଜପୁର /ବ୍ୟାସନଗର, ୦୩/୦୪ : - ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ ପ୍ଲାଂଟ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ପବିତ୍ର ଉତ୍କଳ ଦିବସ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଦିନରେ ଯାଜପୁର ଏକ ନୂତନ ଜିଲ୍ଲା ଭାବେ ଗଠିତ ହୋଇଥିବାରୁ ସେଥିପାଇଁ ଏଠାରେ ଆନନ୍ଦ ଉଲ୍ଲାସର ସହ ଜିଲ୍ଲାର ଜନ୍ମ ଦିନ ପାଳିତ ହୋଇଥିଲା । ନୂଆ ଆର୍ଥିକ ବର୍ଷ ୨୦୨୫-୨୬ର ଆଗମନକୁ ସ୍ୱାଗତ କରାଯାଇଥିଲା । ଏଥିସହ ବହୁ ପ୍ରତିକ୍ଷୀତ ‘ଯାଜପୁରରୋଡ ରେଳ ଡିଭିଜନ’ର ଘୋଷଣା ଯଥା ଶୀଘ୍ର କରାଯିବାକୁ ଏଠାରେ ସର୍ବସମ୍ମତି କ୍ରମେ ଦାବୀ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ଜିଲ୍ଲା ଆଥ୍ଲେଟିକ ଆସୋସିଏସନର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ମୁଖ୍ୟ ବକ୍ତା, ସାପଗଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜୀତ୍ କୁମାର ମହାପାତ୍ର ଏବଂ ମହାରାଷ୍ଠ୍ର ନାଗପୁରର ସାମାଜିକ କର୍ମୀ ସନ୍ଦୀପ୍ କୁମାର ଭୋଣ୍ଡେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ପ୍ରାଚୀନ କିର୍ତୀରାଜି, ଐତିହ, ପରମ୍ପରା, ଭାଇଚାରା, ପର୍ଯ୍ୟାପ୍ତ ଜ୍ଞାନର ଭଣ୍ଡାର ଆଦି ଉପରେ ଆଲୋକପାତ କରିଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସାଇ ସେବା ସଂସ୍ଥାର ବରିଷ୍ଠ କାର୍ଯ୍ୟକର୍ତା ରାହାସ ବିହାରୀ ପଣ୍ଡିତ୍, ଅଭିମନ୍ୟୁ ବିଶ୍ୱାଳ, ସମାଜସେବୀ ଅନୂପ କୁମାର ଦାସ, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ ଓ ଭାଗିରଥି ଦାସ, ଜୟଦେବ ମହାରଣା, ପ୍ରଫୁଲ୍ଲ ବାରିକ, ଦୁଷ୍ମନ୍ତ ମଲ୍ଲିକ, ସୁମନ୍ତ ରାଉତ, ସମାଜସେବୀ ଚକ୍ରଧର ମଲ୍ଲିକ, ହରଦୟାଲ ସିଂ, ପ୍ରତୀପାଲ ସିଂ, ଗୋଲାପ ମଲ୍ଲିକ, ଭାରତୀ ବିଶ୍ୱାଳ, ସଂଯୁକ୍ତା ସ୍ୱାଇଁ, ମଂଗଳ ସିଂହ, ଫାତୁରାମ କିସ୍କୁ, ହୃଷିକେଶ ନାଏକ, ଦମୟନ୍ତି ବଳ, କାଂଚନ ନାୟକ, ଗୋଲାପ ମୁଣ୍ଡା, ମିଟି ମହାରଣା, ବିଜୟଲକ୍ଷ୍ମୀ ପଣ୍ଡିତ୍ ପ୍ରମୁଖ ଯୋଗ ଦେଇ ଉତ୍କଳ ଦିବସର ତାତ୍ପର୍ଯ୍ୟତା ଏବଂ ଓଡ଼ିଶାର ଅଖଣ୍ଡତା ବଜାୟ ଉପରେ ଆଲୋଚନା କରିଥିଲେ । ଶେଷରେ ବିଦ୍ୟୁତ୍ପ୍ରଭା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.