Posts

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗୋବରଘାଟିରେ ୨ଟି ନବୀକରଣ ପୋଖରୀ ଲୋକାର୍ପିତ l

Image
ଯାଜପୁର /କଳିଙ୍ଗନଗର ତା୨୫/୦୩ : - ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଯାଜପୁର ଜିଲ୍ଲା ସୁକିନ୍ଦା ଗୋବରଘାଟି ଫେଜ୍-୨ କଲୋନୀର ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଦୁଇଟି ନବୀକରଣ ହୋଇଥିବା ଗୋଷ୍ଠୀ ପୋଖରୀ କୁ ଲୋକାର୍ପଣ କରାଯାଇଛି। ଏହି ପୋଖରୀ ଦ୍ୱାରା ଆଖପାଖ ଅଞ୍ଚଳରେ ରହୁଥିବା ୪୫୦ ପରିବାର ଉପକୃତ ହେବେ। ଟାଟା ଷ୍ଟିଲର କର୍ପୋରେଟ ସର୍ଭିସେସ ଉପାଧ୍ୟକ୍ଷ ତଥା ଟାଟା ଷ୍ଟିଲ ଫାଉଣ୍ଡେସନର ନିର୍ଦ୍ଦେଶକ ଚାଣକ୍ୟ ଚୌଧୁରୀ ଟିଏସକେ ୱାର୍କର୍ସ ୟୁନିୟନର ସାଧାରଣ ସମ୍ପାଦକ ଦାମୋଦର ସୋଏ, ଟାଟା ଷ୍ଟିଲ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତି, କଳିଙ୍ଗନଗର ଇମ୍ପେକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ ଏବଂ ସ୍ଥାନୀୟ ଅଧିବାସୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତିରେ ଏହି ପୋଖରୀଗୁଡ଼ିକୁ ଉଦ୍ ଘାଟନ କରାଯାଇଥିଲା। ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏହି ପୋଖରୀ ମରାମତି ପରେ ଏହି ଦୁଇ ପୋଖରୀର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ସ୍ଥାନୀୟ ଅଞ୍ଚଳରେ କଂକ୍ରିଟ୍ ରାସ୍ତା, ଉପଲବ୍ଧ ଜିମ୍ ଉପକରଣ, ଖେଳ ପଡ଼ିଆ, ଷ୍ଟ୍ରିଟ୍ ଲାଇଟ୍, ବାଡ଼, ପଥର ପିଚିଂ, ଚାରାରୋପଣ ଆଦି କାର୍ଯ୍ୟ କରାଯାଇଛି। ଏହି ଅବସରରେ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ: ଗୋବରଘାଟି ସ୍ଥିତ ଏହି ଦୁଇଟି ପୋଖରୀ ସ୍ଥାନୀୟ ଲୋକମାନଙ୍କ ଦୈନନ୍ଦିନ ଜୀବନ ପାଇଁ ବହୁ ଗୁରୁତ୍ୱ ବହନ କରୁଛି । ପୋଖରୀଗୁଡ଼ିକ ପୁନର୍ଜୀବନ ପାଇବା ଫଳରେ...

ଇମ୍ଫା ଏବଂ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ସ୍ୱାସ୍ଥ୍ୟ ଶିବିର l

Image
ଯାଜପୁର /ଦାନଗଦୀ ତା. ୨୨/୦୩ :- ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଏକ ସ୍ୱାସ୍ଥ୍ୟସେବା ଶିବିର ଦାନଗଦୀ ବ୍ଲକ ର ଚାନ୍ଦିଆ ପଞ୍ଚାୟତ୍ତର ଗୋଲାଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ସ୍ଥାନୀୟ ଯୁବନେତା ତଥା ବୁଦ୍ଧିଜୀବୀ ଶ୍ରୀ ସବ୍ୟସାଚୀ ବଳସାମନ୍ତ (ଭିକି) ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଅଞ୍ଚଳର ଦାନଗଦୀ ମଣ୍ଡଳ ସଭାପତି ଶ୍ରୀ କୃପାସିନ୍ଧୁ ସାମନ୍ତରାୟ, ଶ୍ରୀ ଦିଲୀପ ନାୟକ, ଶ୍ରୀ ରାଜୁ କାଲୁଣ୍ଡିଆ, ଶ୍ରୀ ସଞ୍ଜୟ କୁମାର ମହାନ୍ତି, ବିଜେପି ଯୁବନେତା ରବୀନ୍ଦ୍ର ସାମଲ,ଶ୍ରୀ ଜିତେନ୍ଦ୍ର ବେହେରା ଯୋଗ ଦେଇ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଓ ଇମ୍ଫାର ଏତାଦୃଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଅଞ୍ଚଳରେ ଏହିଭଳି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ଇମ୍ଫା ତରଫରୁ ଜିଏମ ଶ୍ରୀ ନିହାର ରଞ୍ଜନ ବଳ, ଜିଏମ ଶ୍ରୀ ସଞ୍ଜୟ ଗୁଲାଟି, ଡି.ଜି.ଏମ. ଶ୍ରୀ ମାନସ ରଞ୍ଜନ କର, ଓ ଫାଉଣ୍ଡେସନର ମ୍ୟାନେଜର ଶ୍ରୀ ସୁଦର୍ଶନ ଦାସ ଯୋଗଦେଇ ଥିଲେ। ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସ୍ତ୍ରୀ ରୋଗ, ଶିଶୁରୋଗ ଓ ଭେଷଜ ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ଜ୍ୟୋତି ମହାପାତ୍ର, ଡାକ୍ତର ପ୍ରୟାଗଜିତ ରାଉତରାୟ, ଡାକ୍ତର ସାଇ ସିକନ ଜେନା...

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ୱର ତା୧୯/୦୩ (ବ୍ୟୁରୋ ରିପୋର୍ଟ) :- ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ । ଏହା ଆମର ପରିଚୟ। ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ। ହଜାର ହଜାର ହସ୍ତତନ୍ତ କାରିଗରମାନକୁ ଏହା କେବଳ ଜୀବନ ଜୀବିକା ଯୋଗାଇନି ବରଂ ସ୍ୱାବଲମ୍ବୀ ହେବାର କଳା ଶିଖାଇଛି। ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଓ ଅଙ୍ଗୀକାରବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ‘‘୧୯ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା’’ର ଉଦ୍‍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଛନ୍ତି।  ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଭାବବିହ୍ୱଳ ହୋଇ କହିଥିଲେ ଯେ, ପୂର୍ବରୁ ଏହି ମେଳାକୁ ମୁଁ ଅନେକବାର ବୁଲିବା ପାଇଁ ଆସିଛି। ଆଜି ଓଡ଼ିଶାର ପ୍ରଧାନ ସେବକ ଭାବେ ମତେ ସୁଯୋଗ ମିଳିଲା ଆପଣଙ୍କ ସହିତ ଏଠାରେ ସାମିଲ ହେବା ପାଇଁ, କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ମୁଁ ଏହାକୁ ହାତଛଡ଼ା କଲିନାହିଁ ।  ମୁଖ୍ୟମନ୍ତ୍ରୀ ବୁଣାକାର ଓ କାରିଗରମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ହେଉଛି ଆମ କଳାର ଏକ ସ୍ୱତନ୍ତ୍ର ପରିଚୟ । ସମଗ୍ର ଓଡ଼ିଆ ଜାତିକୁ ଏହା କଳାର ଏକତା ସୂତ୍ରରେ ବାନ୍ଧି ରଖିଛି । ଏହା ଓଡ଼ିଆ ଅସ୍ମିତାର ପରିଚୟ ଭାବେ ମଧ୍ୟ ଏକ ଗୌରବମୟ ସ୍ଵାକ୍ଷର ବହନ କରୁଛି । ହସ୍ତକଳା, ହସ୍ତଶିଳ୍ପ, ହସ୍ତତନ୍ତର...