ଢେଙ୍କାନାଳ ଜିଲ୍ଲାରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା..

ଢେଙ୍କାନାଳ - (ବ୍ୟୁରୋ) ଜିଲ୍ଲାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉତ୍ସବ ପାଳନ ଅବସରରେ, ଢେଙ୍କାନାଳର ସହର ଉତ୍ସବମୁଖର ରହିଛି, ଏବଂ ଭକ୍ତମାନେ ଦର୍ଶନ ଓ ମେଳାର ମଜା ବି ନେଇଛନ୍ତି l ଓଡିଶା ରେ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ପ୍ରସିଦ୍ଧ, ତେଣୁ ଜନସାଧାରଣ ଅପେକ୍ଷା କରିଥାନ୍ତି ଏହି ଦିନକୁ l ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ ଦେଖିବାକୁ ମିଳିଥାଏ l ବାସ୍ତବରେ ଏହା ନିଆରା ପରମ୍ପରା, ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ହେଭିୱେଟ୍ ନେତାମାନେ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ l ମା ଲକ୍ଷ୍ମୀ ଙ୍କୁ ଦର୍ଶନ କରିବା ସହିତ ଅଞ୍ଚଳରେ ସାଂଗଠନିକ ସମ୍ପର୍କରେ ଯୋଡିହୋଇ ଜନସାଧାରଣଙ୍କ ନିକଟତର ହୋଇଥାନ୍ତି l ଗତ ୧୬ ତାରିଖ ଦିନ ସନ୍ଧ୍ୟାରେ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ପୂର୍ବତନ  ସାଂସଦ ଶ୍ରୀଯୁକ୍ତ ରୁଦ୍ର ପାଣି, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ପାତ୍ର, ଜିଲ୍ଳା ସଭାପତି ବିଭୂତି ପ୍ରଧାନ, ରାମଚନ୍ଦ୍ର ପାତ୍ର, ପୂର୍ବତନ ସରପଞ୍ଚ ପ୍ରଦୀପ ଦାସଙ୍କ ସମେତ ଜିଲ୍ଲା ସମ୍ପାଦକ ବିଷ୍ଣୁ ଲେଙ୍କା ଓ ରତିକାନ୍ତ ସାହୁ, ସହ ସହ ସଂଖ୍ୟାରେ ସମର୍ଥକ ମାନେ ବିଭିନ୍ନ ପୂଜାମଣ୍ଡପ ବୁଲିଦେଖିଥିଲେ l RITA VISION 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !