୪ ଜଣ କୁଖ୍ୟାତ ଡକାୟତ ଙ୍କୁ ଧରିବାକୁ ସଫଳ ହୋଇଛି କଳିଙ୍ଗନଗର ପୋଲିସ୍ l

ଯାଜପୁର /କଳିଙ୍ଗନଗର - ଗତ ୧୭ ତାରିଖ ରାତିରେ କଳିଙ୍ଗନଗର ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ SI, M. M. ROUT ଏବଂ ତାଙ୍କ ଟିମ୍ ପକ୍ଷରୁ କୌଣସି ସୂତ୍ରରୁ ସୂଚନା ପାଇ ଡ଼ୁବୁରୀ ସିଆର୍ରିଆ ଗ୍ରାମର ଏକ ପରିତ୍ୟକ୍ତ ଘର ଉପରେ ଚଢାଉ କରି ୪ ଜଣ କୁଖ୍ୟାତ ଡକାୟତ ଙ୍କୁ ଧରିବାକୁ ସଫଳ ହୋଇଛି କଳିଙ୍ଗନଗର ପୋଲିସ୍ l ଦୁଇଜଣ କଟକ ଜିଲ୍ଲା ର ହୋଇଥିଲା ବେଳେ ଦୁଇଜଣ ଯାଜପୁର ଜିଲ୍ଲା ର l ସାଲେପୁର ଥାନା ଅନ୍ତର୍ଗତ ରାଘବପୁର ଗ୍ରାମର କାଶିନାଥ ଦାସ୍ ଙ୍କ ପୁଅ ଶେଖର (32) ବର୍ଷ ଓ ରାଇ ସୁଙ୍ଗୁଡା ଗ୍ରାମର ବୀରକିଶୋର ଦାସ ଙ୍କ ପୁଅ ତାରା କାନ୍ତ ଦାସ (32) ଏବଂ ସୁକିନ୍ଦା ଥାନା ଅନ୍ତର୍ଗତ ଦଲକି ଗ୍ରାମର ଜୋହେସ୍ୱର ମହାନ୍ତ ଙ୍କ ପୁଅ ଇନ୍ଦ୍ରମଣି (22) ଓ କଳିଙ୍ଗନଗର ଥାନା ଅନ୍ତର୍ଗତ ଡ଼ୁବୁରୀ ଗ୍ରାମର ଜଟିଆ ଦାସ୍ ଙ୍କ ପୁଅ ଜାହାନ( 23)  ଙ୍କୁ କଳିଙ୍ଗନଗର ପୋଲିସ୍ କାବୁ କରିବାରେ ସଫଳ ହୋଇଛନ୍ତି l ସେମାନଙ୍କ ନିକଟରୁ ଗୋଟିଏ ହୋଣ୍ଡା ମୋଟରସାଇକଲ୍ No OR05AF 64 11 ସହିତ ଗୋଟାଏ ଟାଟା ଏସି ଗାଡ଼ି No OR05AN 70 08 କୁ ମଧ୍ୟ ଜବଦ କରିଛି ପୋଲିସ୍ l କିଛି ମାରଣାସ୍ତ୍ର ଓ ହ୍ୟାଣ୍ଡ ଗ୍ଲୋବସ ବି ଜବଦ କରିଛି ପୋଲିସ୍ l କଳିଙ୍ଗନଗର ଥାନା କେସ୍ ନଂ 208/18.11.19. U/s399/402 ରେ ଆଜି କୋଟ୍ ଚାଲାଣ କରିଛି I ଡୁବୁରୀ ଗ୍ରାମର ଶରତ ସାହୁ ଙ୍କ  ଘରେ ଡକାୟତି ଲକ୍ଷ୍ୟ ନେଇ ସେମାନେ ନିଜର ପ୍ଲାନ୍ ପ୍ରସ୍ତୁତି ଚାଲିଥିବା ବେଳେ ପୋଲିସ ପକ୍ଷରୁ ଚଢାଉ କରାଯାଇ ଥିଲା l Rita vision News 

Comments

Post a Comment

Thank you watching the News, Visit again. Please Share your thoughts with your family and friends. Thank you.

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !