ଜିଲ୍ଳା ସାମ୍ବାଦିକ ସଂଘଯାଜପୁର ର ରାଜ୍ୟସ୍ତରୀୟ ଆଲୋଚନା ଚକ୍ର,l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ଯାଜପୁର - ଯାଜପୁର ଜିଲ୍ଲାର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ କୈଳାସ ନାୟକ ଙ୍କ ନେତୃତ୍ବରେ ଆଜି କୁଆଖିଆ ଠାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ଆଲୋଚନା ଚକ୍ର l ଏହି ଆଲୋଚନା ଚକ୍ରରେ '' ସକାରାତ୍ମକ ଖବର ପରିବେଷଣ ର ଆବଶ୍ୟକତା '' ବିଷୟ ଉପରେ ଆଲୋଚନା କରିଥିଲେ ବିଶିଷ୍ଟ ବ୍ୟକ୍ତିମାନେ l ଏହି କର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ମାନନୀୟl ସାଂସଦ ଯାଜପୁର, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ମାନ୍ୟବର ବିଧାୟକ ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ, ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ କୋରେଇ ବିଧାୟକ ଶ୍ରୀଯୁକ୍ତ ଅଶୋକ ବଳ, ବିଶେଷ ଅତିଥି ଭାବେ ମାନନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚରଣ ସିଂ ମୀନା, ମୁଖ୍ୟବକ୍ତାଭାବେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ବିଭୂପ୍ରସାଦ ତ୍ରିପାଠୀ, ବରେଣ୍ୟ ଅତିଥି ଭାବେ ମାନନୀୟl ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ବରାଳ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସତପଥୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଏହି କର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଶିଶୁ ଭାଗବତ ପାଠକ ଗିରିଜା ଶଙ୍କର ପାଢୀ, ବର୍ଷିୟାନ୍ ସାମ୍ବାଦିକ ଶ୍ରୀଯୁକ୍ତ ସଙ୍କର୍ଷଣ କୁଣ୍ଡୁ, ସାମ୍ବାଦିକ ଓ ସଂଗଠକ ଶ୍ରୀଯୁକ୍ତ ବିଶ୍ଵଜିତ ନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଇନ୍ଦ୍ରମଣି ନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସୁବାଷ ଧଳ, ସାମ୍ବାଦିକ ତଥା ଶିଳ୍ପୀ ସଂଗଠକ ଶ୍ରୀଯୁକ୍ତ ପ୍ରିୟରଞ୍ଜନ କର, ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ସନ୍ଦୀପ୍ତ ରାୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉପସ୍ଥାପିକା ଅଧ୍ୟାପିକା ସୁଶ୍ରୀ ସରିତା ପୃଷ୍ଟି ସଭା ପରିଚାଳନା କରିଥିଲେ l ଜିଲ୍ଲା ର ସମସ୍ତ ସାମ୍ବାଦିକ ଏହି ଅବସରରେ ଯୋଗ ଦେଇଥିବା ବେଳେ ଅନ୍ୟରାଜ୍ୟ ର ସୁପ୍ରତିଷ୍ଠିତ ସାମ୍ବାଦିକ ମାନଙ୍କ ଉପସ୍ଥିତି ସଭାକୁ ବିମୋହିତ କରିଥିଲା l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !