ହେଲମେଟ ପିନ୍ଧି ରାଜରାସ୍ତାରେ ଶୋଇ ପ୍ରତିବାଦ କଲେ ସଚେତନ ନାଗରିକ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ଯାଜପୁର - ଯାଜପୁର ଜିଲ୍ଲାର ଡ଼ୁବୁରୀ - ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ଉପରେ ସଚେତନ ନାଗରିକଙ୍କ ନିଆରା ଢଙ୍ଗରେ ପ୍ରତିବାଦ l ଏହି ପ୍ରତିବାଦରେ ସଚେତନ ନାଗରିକ ମାନେ ହେଲମେଟ ପିନ୍ଧି ରାଜରାସ୍ତାରେ ଶୋଇ ରହି ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଘଟଣା ଏହିଭଳି, ଡ଼ୁବୁରୀ - ଚଣ୍ଡିଖୋଲ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ମାଲବାହୀ ଟ୍ରକ୍ ଯାତାୟତ ଓ ଯାତ୍ରୀବାହୀ ଯାନ ଚଳାଚଳ କରିଥାନ୍ତି l ଏହି ରାସ୍ତା ରେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ ଘଟିଥାଏ l ରାଜପଥ କତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ l ଏହିଭଳି  ଦୁର୍ଘଟଣା ଘଟି ଜୀବନ ହାନି ଘଟୁଛି l ଏହାର ପ୍ରତିବାଦରେ ଆଜି ସଚେତନ ନାଗରିକ ପକ୍ଷରୁ ରାଜରାସ୍ତାରେ ନିଆରା ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l ସମ୍ପୃକ୍ତ କର୍ତ୍ତୃପକ୍ଷ ଏ ବିଷୟରେ କର୍ଣ୍ଣପାତ କରି ତୁରନ୍ତ ଏହାର ସମାଧାନର ପନ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !