ସରକାରୀ ବାବୁଙ୍କ ମହାନୀୟତା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

ଯାଜପୁର - ସରକାରୀ ସ୍ତରରେ ସେବା ଯୋଗାଇ ଆସୁଛନ୍ତି ସେ, ସରକାରୀ କର୍ମଚାରୀ ଭାବେ ସବୁବେଳେ କର୍ମ ତତ୍ପରତା ଭିତରେ ମନ ଭିତରେ ଥାଏ ଆଉ ଏକ ପ୍ରଶ୍ନ, କେତେବେଳେ ସମୟ ମିଳିଲେ ସାଧାରଣ ନିରାଶ୍ରୟ ଅସହାୟ ଏବଂ ନିହାତି ଦରିଦ୍ର ଶ୍ରେଣୀ ପାଇଁ କିଛି ସମୟ ତାଙ୍କରି ସେବାରେ ନିଜକୁ ନିୟୋଜିତ କରି ଥାଆନ୍ତି ଏହି ବ୍ୟକ୍ତି l ସେ ହେଉଛନ୍ତି ଯାଜପୁର ଜିଲ୍ଲାର କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ମହାଶୟ l ଏହି କର୍ଯ୍ୟକ୍ରମ ସେ କେବେଠୁ କରିଚାଲିଛନ୍ତି l ତାଙ୍କର ପ୍ରଚେଷ୍ଟାରେ ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ସହର ସାହି ଓ ମୁଣ୍ଡା ସାହି ର ପ୍ରାୟ ୫୦ ଜଣ ନିରାଶ୍ରୟ ଅସହାୟ ଏବଂ ନିହାତି ଦରିଦ୍ର ଲୋକଙ୍କୁ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ମହୋଦୟ ପହଞ୍ଚି ଶୀତ ବସ୍ତ୍ର (କମ୍ବଳ) ବଣ୍ଟନ କରିଥିଲେ l ସାଧାରଣ ଲୋକଙ୍କ ନିକଟରେ କିଛି ସମୟ କଟାଇ ସେମାନଙ୍କ ଭଲମନ୍ଦ ବୁଝି ଥିଲେ l ଏହି ଅବସରରେ କଳିଙ୍ଗନଗର ପ୍ରେସ୍ ଫୋରମ ର ସାମ୍ବାଦିକ ଶ୍ରୀଯୁକ୍ତ ରଙ୍ଗବଲ୍ଲଭ ସାହୁ, ପରମାନନ୍ଦ ଦାସ, ଉମାକାନ୍ତ ମହାପାତ୍ର ଓ ଦୁଷ୍ମନ୍ତ କୁମାର ଘଡାଇ ସହଯୋଗ କରିଥିଲେ l ଆଗାମୀ ଦିନରେ ଆହୁରି ବିସ୍ତୃତ ଭାବରେ ଲୋକମାନଙ୍କୁ ଏହି ସେବା ଯୋଗାଇଦେବା ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ସୂଚନା ଦେଇଛନ୍ତି l ଏହିଭଳି ମହତ୍ ଓ ମାନବିକତା କାର୍ଯ୍ୟ ପାଇଁ ଏହି ଅଞ୍ଚଳ ର ଜନସାଧାରଣ ଓ Rita vision News ପକ୍ଷରୁ ଧନ୍ୟବାଦ୍ ଜଣାଉଛୁ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !