ଯାଜପୁର, ଉଦଯାପିତ ହୋଇଯାଇଛି ରାଜେଶ ସ୍ମାରକୀ ବାର୍ଷିକ କ୍ରୀଡା ଉତ୍ସବ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l
ରାଜେଶ ସ୍ମାରକୀ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ।
ବୀଣାପାଣି ଯୁବକ ସଂଘ ଅନ୍ୟ ପାଇଁ ଉଦାହରଣ: ପ୍ରୀତିରଂଜନ
ଟମକା: ୩୭ ତମ ରାଜେଶ ମେମୋରିଆଲ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଏକ ବର୍ଣ୍ଣ।ତ୍ୟ ପରିବେଶରେ ୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣୀ ଉତ୍ସବରେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ସଂଘ ସଂଗଠନ ଓ ଜନସେବା ମାଧ୍ୟମରେ ସଂଘ ଜିଲ୍ଲାରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ସେଥିପାଇଁ ସଂଘର ଯୁବକ ପ୍ରଶଂସାର ପାତ୍ର ବୋଲି ମତ ପୋଷଣ କରିବା ସହ ଉତ୍ତିର୍ଣ୍ଣ ପ୍ରତିଯୋଗିଙ୍କୁ ପୁରସ୍କାରେ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେଡ଼ି ଉପ ସଭାପତି ପବିତ୍ର ମୋହନ ମହାପାତ୍ର, ବ୍ଲକ ଯୁବ ବିଜେଡ଼ି ସଭାପତି ମହେଶ୍ଵର ଗୁରୁ, ଦେବୀ ପ୍ରସାଦ ମହାନ୍ତି, ଯୁବ ନେତା ପ୍ରଦୀପ ନାୟକ, ମନୋଜ ବେହେରା, ନରୋତ୍ତମ ବେହେରା, ସୁରେଶ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ସଂଘର ସଭାପତି ତଥା ବ୍ଳକ୍ ଯୁବ ବିଜେଡି ସାଧାରଣ ସମ୍ପାଦକ ଇଂ ସୌମ୍ୟରଂଜନ ମହାପାତ୍ର ଓ ସରପଂଚ ଦ୍ବାରିକାନାଥ ଦାସଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ସଂଘର ବରିଷ୍ଠ ସଦସ୍ୟ ଦିଲ୍ଲିପ କୁମାର ପ୍ରଧାନ, ଜର୍ମାନୀ ଦାସ, ନୃପମଣି ଦାସ, ପାର୍ଥସାରଥୀ ବେହେରା, ରାଜେଶ ଦାସ, ପ୍ରବୀର କୁମାର ବାରିକ, ଗଣେଶ୍ଵର ଦାସ, ମଦନ ତନ୍ତି, କିଶାନ ମୁଣ୍ଡା, ସନାତନ ଦାସ ପ୍ରମୁଖ ଉପସ୍ଥିତ ରହି ଉତ୍ସବ ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟ ମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.